ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି
·2 years ago

ଅର୍ଗସ ବ୍ୟୁରୋ: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୂରା ସହରରେ ଲାଗିଲା କର୍ଫ୍ୟୁ । ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ରହିଛି । ବାଲେଶ୍ୱରଏସପି ସାଗରିକା ନାଥଙ୍କ ସୂଚନା । ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ ରହିବା ନେଇ ମଧ୍ୟ ସୂଚନା ମିଳିଛି । ବାଲେଶ୍ଵର ଜିଲ୍ଲାପାଳ, ଏସପି, ସାଂସଦ ଓ ବିଧାୟକଙ୍କ ମିଳିତ ବୈଠକରେ କର୍ଫ୍ୟୁ ନେଇ ହୋଇଛି ନିଷ୍ପତ୍ତି । ଅତ୍ୟାବଶ୍ୟକ ଜିନିଷ ଦରକାର ପଡିଲେ ଲୋକେ ବାହାରକୁ ଯାଇପାରିବେ। ସବୁ ଦୋକାନ ବଜାର ବନ୍ଦ ଥିବାବେଳେ ମେଡିସିନ ଷ୍ଟୋର ଖୋଲା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: