ପ୍ରକୃତିର କୋଳରେ ଅଭିଶପ୍ତ ଜୀବନ

ଅର୍ଗସ ବ୍ୟୁରୋ: ନା ଏଠି ରାସ୍ତା ଅଛି, ନା ଅଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଏମିତିକି ଜିବନ ଜିଇଁବା ପାଇଁ ଜବିକା ବି ନାହିଁ। ପେଟପାଟଣା ପାଇଁ ଲୋକେ ଆଜିବି ଜଙ୍ଗଲ ଉପରେ ନିର୍ଭରଶିଳ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ବିକ୍ରି କରନ୍ତି ଅଞ୍ଚଳବାସୀ। ମାତ୍ର ଏଥିପାଇଁ ମଧ୍ୟ କରିବାକୁ ପଡେ ସଂଙ୍ଘର୍ସ। ଗାଁକୁ ଯୋଗାଯୋଗ ପାଇଁ ନାହିଁ ରାସ୍ତା । ପାହାଡ ଜଙ୍ଗଲ ମଧ୍ୟରେ ଥିବା କଚ୍ଚା ରାସ୍ତାରେ ଯିବା ଆସିବା କରନ୍ତି ଅଞ୍ଚଳବାସୀ। ଯେଉଁ ରାସ୍ତାରେ ପାଦେପାଦେ ରହିଛି ବିପଦ। ମାତ୍ର ଏହି ରାସ୍ତା ସାଜିଛି ସଵୁଦିନିଆ ଚଲାପଥ।
ବୋରିଗୁମ୍ମା ବ୍ଲକ କାଠରଗଡ଼ା ପଞ୍ଚାୟତର ପଢେଇଗୁଡ଼ା। ତିନିଟି ପାହାଡ ପରେ ଏହି ଗାଁ। ଗାଁ ଏମିତି ଯେଉଁଠି ସରକାରଙ୍କ ସଵୁ ମୌଳିକ ସୁବିଧା ଅପହଞ୍ଚ। ପଞ୍ଚାୟତ ଠାରୁ ୭ କିମି ଦୂରରେ ଅବସ୍ଥାପିତ ଏହି ଗାଁକୁ ଯିବାକୁ ହେଲେ ରଜାପୁଟ ଠାରୁ ଦୁଇ ପଟେ ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀନ୍ନ ପଥରିଆ ପଦଚଲା ରାସ୍ତା ରେ ତିନିଟି ପାହାଡ଼ ଅତିକ୍ରମ କରିବ ପରେ ପଡେ ପଢେଇ ଗୁଡା ଗାଁ। ଯେଉଁଠି ଆଜିବି ବିକାଶ ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି।
ଶିକ୍ଷା, ସ୍ବାସ୍ଥ୍ୟ ସେବା ଏହି ଦୁର୍ଗମ ଅଂଚଳ ରେ ଅପହଞ୍ଚ। ଗାଁରେ ୩୦ପରିବାର ବସବାସ କରୁଛନ୍ତି। ମାତ୍ର ପାନୀୟ ଜଳ ଯୋଗାଣ ଆଜିବି ଫେଲ୍। ପାନୀୟ ଜଳ ଯୋଗାଣ ନାଁରେ ଦୁଇଟି ନଳକୂପ ଅଛି ମାତ୍ର ସେଥିରୁ ଯାହା ପାଣି ବାହାରୁଛି ସେଥିରେ ଶୋଷ ମେଣ୍ଟୁନି। ଖରାଦିନ ଆରମ୍ଭରୁ ଶୁଖି ଯାଉଛି ନଳକୂପ।ଫଳରେ ଝରଣା କିମ୍ବ ଚୁଆ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି।
ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ଟିଏ ନାହିଁ। ଫଳରେ କୁନି କୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି l ଗାଁରେ ଥିବା ଗୋଟିଏ ପୁରୁଣା ସ୍କୁଲ ମଧ୍ୟ ଦୁଇ ବର୍ଷ ହେବ ବନ୍ଦ ହୋଇ ଯାଇଛି। ପାଠ ପଢିବା ପାଇଁ ପିଲାଙ୍କୁ ୮ କିମି ଦୂରରେ ଥିବା ହରଡ଼ାଗୁଡା ସେବାଶ୍ରମ ଓ ଚମ୍ପାପଦର ସ୍କୁଲକୁ ଯିବାକୁ ପଡୁଛି। ଶିକ୍ଷାରରୁ ଏହି ଅଞ୍ଚଳରେ ଭାଷା ଗତ ସମସ୍ୟା ଦେଖିବାକୁ ମିଳିଛି। ସେଭଳି ଆବାସ ଘର ଆଜିବି ପଢେଇଗୁଡ଼ାବାସୀଙ୍କ ପାଇଁ ସାତ ସପନ। ସରକାରଙ୍କ ଆଭାସ ଯୋଜନା ରେ କିଛି ପରିବାର ଘର ପାଇଥିବା ବେଳେ ଅଧିକାଂଶ ପରିବାର ଘର ପାଇ ନାହାନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: