Videos
|
Odisha

କମ୍ପାନୀ ଉପରେ ରାଗ ସୁଝାଇବାକୁ ଫ୍ରିଜ୍ ରେ ନିଆଁ ଲଗାଇ ଦେଲେ ଗ୍ରାହକ

Smruti Parija
Browse all articles by Smruti Parija
·2 years ago·1 min read
କମ୍ପାନୀ ଉପରେ ରାଗ ସୁଝାଇବାକୁ ଫ୍ରିଜ୍ ରେ ନିଆଁ ଲଗାଇ ଦେଲେ ଗ୍ରାହକ

ବାଲେଶ୍ୱର: ଇଲେକ୍ଟ୍ରୋନିକ୍ସ ଦୋକାନ ଆଗରେ ହୁ ହୁ ହୋଇ ଫ୍ରିଜ ଜଳୁଛି । ଫ୍ରିଜର ପ୍ରତିଟି ପାର୍ଟ ଜଳି ପୋଡି ଯାଉଛି । ଆପଣ ଏହି ଦୃଶ୍ୟ ଦେଖି ଭାବୁଥିବେ ଫ୍ରିଜରେ ବୋଧ ହୁଏ କେମିତି ନିଆଁ ଲାଗିଯାଇଛି । ହେଲେ ନାଁ । ଜଣେ ଗ୍ରାହକ କମ୍ପାନୀ ଉପରେ ରାଗ ସୁଝାଇବାକୁ ଏପରି ନିଆଁ ଲଗାଇଦେଇଛନ୍ତି । ବାଲେଶ୍ୱରରେ ଦେଖିବାକୁ ମିଳିଛି ଏହି ଘଟଣା । 

 ଜଣେ ଗ୍ରାହକ କିପରି ଅଭିନବ ଢଙ୍ଗରେ ତାଙ୍କର ରାଗ ଶୁଝାଇଛନ୍ତି । ଏକ ଡିପ ଫ୍ରିଜ 2ବର୍ଷ ତଳୁ ପାତ୍ର ଏଲେକ୍ଟ୍ରୋନିକ୍ସରୁ ସେ କିଣିଥିଲେ । ଯାହାର ୱାରେଣ୍ଟି 5ବର୍ଷ ଥିଲା । ହେଲେ ଫ୍ରିଜଟି ବାରମ୍ବାର ଖରାପ ହେବାରୁ ତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାପାଇଁ ପଡିବା ସହିତ ସର୍ଭିସିଂ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇ ଶେଷରେ ରାସ୍ତା ଉପରେ ନିଜ ଫ୍ରିଜ ଜାଳିଦେଲେ ଗ୍ରାହକ । ସେପଟେ ପାତ୍ର ଇଲେକ୍ଟ୍ରୋନିକ୍ସର ଷ୍ଟୋର ମ୍ୟାନେଜର କମ୍ପାନୀର ଅବହେଳାକୁ ଦାୟୀ କରିଛନ୍ତି । 

ସେପଟେ ଗ୍ରାହକଙ୍କୁ ଏଭଳି ସେବା କିପରି ଦିଆଯାଉଛି, ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି । 

ଆହୁରି ପଢନ୍ତୁ ଓଡିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
customer set fire to the fridge to vent his anger on the company | Argus News