ଗ୍ୟାସ କଟରରେ କାଟି ଏଟିଏମରୁ ଲୁଟ
·2 years ago·1 min read

ଅର୍ଗସ ବ୍ୟୁରୋ: ଗ୍ୟାସ କଟରରେ କାଟି ଏଟିଏମରୁ ଲୁଟ। କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ବନେଇକଳାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମରୁ ଏହି ଲୁଟ୍ ହୋଇଛି । ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଭିତରେ ପଶି ଏଟିଏମକୁ ଗ୍ୟାସ କଟରରେ କାଟି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି । ତେବେ କେତେ ଟଙ୍କା ଲୁଟ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
ସୂଚନା ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଡକାଯାଇଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ। ଏଟିଏମର ଅପରପାର୍ଶ୍ଵ ଏକ ଫିଟନେସ ସେଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜରୁ କିଛି ତଥ୍ୟ ପୋଲିସ ହାତରେ ଲାଗିଛି। ୩ଜଣ ମୁଖାପିନ୍ଧା ଦୃର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ଫୁଟେଜରୁ ଜଣାପଡ଼ୁଛି। ତେବେ ଦୃବୃର୍ତ୍ତଙ୍କ ସମ୍ପର୍କରେ ପତ୍ତା ଲଗାଇବା ପାଇଁ ଚେଷ୍ଟା ଚଳାଇଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: