Air Pollution / ଅସ୍ବାସ୍ଥ୍ୟକର କଟକର ପବନ, ମାନୁନାହାନ୍ତି ୭ ଦିନିଆ କଟକଣା
·6 months ago·2 min read

Key Points
ଅସ୍ବାସ୍ଥ୍ୟକର କଟକର ପବନ
୩୦୦ ଟପିଲାଣି ଏୟାର କ୍ୱାଲିଟି ଇଣ୍ଡେକ୍ସ
୭ ଦିନ ପାଇଁ କଟକଣା ଲଗାଇଲେ ଜିଲ୍ଲାପାଳ
୩୦୦ ଟପିଲାଣି ଏୟାର କ୍ୱାଲିଟି ଇଣ୍ଡେକ୍ସ
୭ ଦିନ ପାଇଁ କଟକଣା ଲଗାଇଲେ ଜିଲ୍ଲାପାଳ
ବିଷ ବଳୟରେ ସିଲଭର ସିଟି । ଅସ୍ବାସ୍ଥ୍ୟକର କଟକର ପବନ । ୩୦୦ ଟପିଲାଣି ଏୟାର କ୍ୱାଲିଟି ଇଣ୍ଡେକ୍ସ । ଯାହାଫଳରେ କଟକରେ ୭ ଦିନ ପାଇଁ କଟକଣା ଲଗାଇଲେ ଜିଲ୍ଲାପାଳ । କିନ୍ତୁ ଗ୍ରାଉଣ୍ଡ ଜିରୋରେ ଏହି କଟକଣାକୁ ମାନୁଛନ୍ତି ତ ଲୋକ । ଗ୍ରାଉଣ୍ଡ ଜିରୋରୁ ରିଆଲିଟି ଚେକ୍ କରିଥିଲା ଅର୍ଗସ ।
ଜିଲ୍ଲାପାଳଙ୍କ କଟକଣା ସତ୍ତ୍ବେ ଏବେ ବି ସହରର ଅନେକ ସ୍ଥାନରେ ରାସ୍ତା କଡ଼ରେ ଜଳୁଛି ଅଳିଆ ଆବର୍ଜ୍ଜନା । ରାସ୍ତା କଡ଼ରେ ଜମି ରହିଛି ବାଲି ଓ ଧୂଳି । ଅନେକ ଗଛଲତା ଓ ପତ୍ରରେ ବି ଜମି ରହିଛି ଧୂଳି । ଏବେ ବି ଅନେକ ହୋଟେଲ ଓ ଢ଼ାବାରେ ଜଳୁଛି କୋଇଲା ଚୁଲି । ଇଟା ଭାଟିରେ ତିଆରି ହୋଇ ଚାଲିଛି ଇଟା । ଆଉ ଏଥି ପାଇଁ କଟକର ବାୟୁ ମଣ୍ଡଳ ପ୍ରଦୂଷିତ ହେବା ସହ ଅସ୍ବାସ୍ଥ୍ୟକର ହେଉଛି କଟକର ପବନ ।
ଅନ୍ୟପଟେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ବିନ୍ ସିଟିରେ କଟକଣା ଲଗାଯାଇଥିବା ବେଳେ ସେପଟେ କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ମଧ୍ୟ କଟକ ମହାନଗର ନିଗମ ସମେତ ଜିଲ୍ଲାର ଅନ୍ୟ ସହରୀ ଅଞ୍ଚଳ ପାଇଁ ମଧ୍ୟ କଟକଣା ଲଗାଯାଇଛି ।
- ସନ୍ଧ୍ୟା ୬ ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ
- ଉଚ୍ଛେଦ ଓ ରାସ୍ତା ଖୋଳିବା ଉପରେ କଟକଣା ଲଗାଯାଇଛି
- ଦିନକୁ ୩ ଥରେ ପ୍ରମୁଖ ରାସ୍ତା ଉପରେ ଜଳ ସିଞ୍ଚନ ପାଇଁ ନିର୍ଦ୍ଦେଶ
- ଖୋଲାମେଲାରେ ଅଳିଆଗଦା ଜାଳିବା, ଢାବାରେ କୋଇଲା ଜାଳିବା ଓ ବାହାରେ ନିଆଁ ଲଗେଇବା ଉପରେ ଲାଗିଲା କଟକଣା
- ଦିନ ବେଳେ କୋଇଲା, ବାଲି, ଲଘୁ ଖଣିଜ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ପରିବହନ ଉପରେ ଲାଗିଲା କଟକଣା
- ବିନା ପାଲ ଘୋଡେ଼ଇ କୌଣସି ଟ୍ରକ୍ କିମ୍ବା ଭାରିଯାନ ମାଲ ପରିବହନ କରି ପାରିବେ ନାହିଁ
- ଅଧିକୃତ ସଂସ୍ଥାଠାରୁ ବିନା ଅନୁମତିରେ କୌଣସି ବି ଇଟା ଭାଟି, ସିମେଣ୍ଟ ଇଟା କାରଖାନା ଆଦି ଚାଲି ପାରିବ ନାହିଁ
- ଜାତୀୟ ରାଜପଥରେ ମଧ୍ୟ ଜଳ ସିଞ୍ଚନ ପାଇଁ ନିର୍ଦ୍ଦେଶ
- ପୋଲିସ, ଆରଟିଓ ଓ ନଗର ନିଗମ ସହ ସଂପୃକ୍ତ ଅଧିକାରୀ ଏହି ନିୟମ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ
- ପ୍ରତ୍ୟେକ ଦିନର ଏହାର ରିପୋର୍ଟ ପ୍ରଦାନ କରିବେ ଆଠଗଡ, ବାଙ୍କୀ ଓ ସଦର ଉପ ଜିଲ୍ଲାପାଳ
ଆସନ୍ତା ୭ ଦିନ ପର୍ଯ୍ୟନ୍ତ କଟକ ଜିଲ୍ଲାରେ ଜାରି ରହିବ ଏହି କଟକଣା ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ତେବେ ଜିଲ୍ଳା ପ୍ରଶାସନ ପକ୍ଷରୁ ଲଗା ଯାଇଥିବା କଟକଣାକୁ ଉଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories