Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Unsafe Building / ଆପାର୍ଟମେଣ୍ଟ ବାଲକୋନି ଭୁଶୁଡ଼ିବା ଘଟଣା; ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଆପାର୍ଟମେଣ୍ଟ ବାଲକୋନି ଭୁଶୁଡ଼ିବା ଘଟଣା; ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Key Points

ସିଏମ୍‌ସି କମିଶନର ତଥା ସିଡିଏ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ଚାରି ଜଣଙ୍କୁ ନେଇ କମିଟି ଗଠନ କରାଯାଇଛି । ଏହି କମିଟି ଘଟଣାର ତଦନ୍ତ କରିବ । ଅଘଟଣର ତଦନ୍ତ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।
କଟକ: କେମିତି, କେଉଁ ପରିସ୍ଥିତିରେ ଭୁଶୁଡ଼ିଲା ଆପାର୍ଟମେଣ୍ଟର ବାଲକୋନି ? ଆଗରୁ ଅସୁରକ୍ଷିତ ଥିଲେ ବି କାହିଁକି ନିଆ ଯାଇନଥିଲା ପଦକ୍ଷେପ ? ମଣିସାହୁ ଛକ ହାଡ଼ିବନ୍ଧୁ ସ୍କୁଲ ନିକଟରେ ଥିବା ଶୁଭମ୍ କମ୍ପ୍ଲେକ୍ସ ଆପର୍ଟମେଣ୍ଟର ବାଲକୋନୀ ଭୁଶୁଡ଼ି ତିନି ଜଣଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ରଖିଛନ୍ତି ପ୍ରତିକ୍ରିୟା ।

କଟକ ଜିଲ୍ଲାପାଳ କହିଛନ୍ତି, "ସିଏମ୍‌ସି କମିଶନର ତଥା ସିଡିଏ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ଚାରି ଜଣଙ୍କୁ ନେଇ କମିଟି ଗଠନ କରାଯାଇଛି । ଏହି କମିଟି ଘଟଣାର ତଦନ୍ତ କରିବ । କମିଟିରେ ସିଏମସି କମିଶନରଙ୍କ ସହ ଅତିରିକ୍ତ କମିଶନର ଓ ଆର୍ ଏଣ୍ଡ ବି-୧ ଯନ୍ତ୍ରୀ ଓ ସିଏମ୍‌ସି ସିଟି ଇଞ୍ଜିନିୟର ଅଛନ୍ତି । ଅଘଟଣର ତଦନ୍ତ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।"

ଏଥିସହ ପଢ଼ନ୍ତୁ: ୩ ଜୀବନ ଯିବା ପରେ ଚେତିଲା ପ୍ରଶାସନ; କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା

ଆସନ୍ତାକାଲି ଅର୍ଥାତ୍ ସୋମବାର ସନ୍ଧ୍ୟା ସୁଦ୍ଧା ସିଏମ୍‌ସି କମିଶନରଙ୍କୁ ନେଇ ଗଠିତ କମିଟି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବ ବୋଲି ଆଶା କରାଯାଉଛି । ବାଲିଯାତ୍ରା ପରେ କଟକ ସହରରେ ଥିବା ଅନ୍ୟ ବିପଦସଂକୁଳ କୋଠା ଗୁଡ଼ିକ ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗତ ଅଗଷ୍ଟ ମାସରେ କଟକ ସହରରେ ୨୨୧ଟି ଅସୁରକ୍ଷିତ କୋଠା ଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲା ପ୍ରଶାସନ । ଏପରିକି ଆଇନ୍ ଅନୁଯାୟୀ ସମସ୍ତଙ୍କୁ କୋଠା ଖାଲି କରିବା ପାଇଁ ନୋଟିସ୍ ପଠା ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିଥିଲେ ।

ଅଗଷ୍ଟରେ ପ୍ରଶାସନ ଚିହ୍ନଟ କରିଥିବା ୨୨୧ଟି ଅସୁରକ୍ଷିତ କୋଠା ଭିତରେ ଶନିବାର ଭୁଶୁଡ଼ିଥିବା ଶୁଭମ୍ କମ୍ପ୍ଲେକ୍ସ ଆପର୍ଟମେଣ୍ଟ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏବେ ଆପାର୍ଟମେଣ୍ଟର ବାଲକୋନି ଭୁଶୁଡ଼ିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ସ୍ୱତନ୍ତ୍ର କମିଟି ଗଠନ କରିଛି । ଗଠିତ କମିଟି କଟକ ସହରରେ ଥିବା ଅସୁରକ୍ଷିତ କୋଠା ଗୁଡ଼ିକୁ ଚିହ୍ନଟ କରିବ ।

ଏଥିସହ ପଢ଼ନ୍ତୁ: ୧୦୫୦ ପୋଲିସ କର୍ମଚାରୀଙ୍କୁ IT ନୋଟିସ୍; ଆୟକର ଦାଖଲରେ ଦେଇଛନ୍ତି ମିଥ୍ୟା ତଥ୍ୟ

ଶୁଭମ୍ କମ୍ପ୍ଲେକ୍ସ ଆପର୍ଟମେଣ୍ଟର ବାଲକୋନି ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ପରେ ଅନେକ ସତ ପଦାକୁ ଆସିଛି । ଆପାର୍ଟମେଣ୍ଟଟି ସମ୍ପୂର୍ଣ ଭାବେ ଅସୁରକ୍ଷିତ ଥିବାବେଳେ କାନ୍ଥରେ ଗଛଲତା ଉଠିଛି, ଅନେକ ଅଂଶ ଭାଙ୍ଗିରୁଜି ଯାଇଛି । ଆପାର୍ଟମେଣ୍ଟରେ କେହି ସୁରକ୍ଷା କର୍ମୀ ଅଛନ୍ତି ନା କୌଣସି ଆସୋସିଏସନ୍ ଅଛି । ସେଠାରେ ଭଡ଼ା ରହୁଥିବା ଲୋକମାନେ ବି ଜାଣି ନାହାନ୍ତି କିଏ ଏହି ଆପାର୍ଟମେଣ୍ଟର ପ୍ରକୃତ ମାଲିକ ?

କଟକ ସହର ଭିତରେ ଏଭଳି ଏକାଧିକ ଅସୁରକ୍ଷିତ ଆପାର୍ଟମେଣ୍ଟ ରହିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଗତ ଅଗଷ୍ଟରେ କଟକ ସହରରେ ଥିବା ୨୨୧ଟି ଅସୁରକ୍ଷିତ କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuttack Apartment Balcony Collapse: Collector Orders 24-Hour Probe Report | Argus News | Argus News