Unsafe Building / ୩ ଜୀବନ ଯିବା ପରେ ଚେତିଲା ପ୍ରଶାସନ; କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା
·10 months ago·2 min read

Key Points
ଅଗଷ୍ଟରେ ପ୍ରଶାସନ ଚିହ୍ନଟ କରିଥିବା ୨୨୧ଟି ଅସୁରକ୍ଷିତ କୋଠା ଭିତରେ ଶନିବାର ଭୁଶୁଡ଼ିଥିବା ଶୁଭମ୍ କମ୍ପ୍ଲେକ୍ସ ଆପର୍ଟମେଣ୍ଟ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏବେ ଆପାର୍ଟମେଣ୍ଟର ବାଲକୋନି ଭୁଶୁଡ଼ିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ସ୍ୱତନ୍ତ୍ର କମିଟି ଗଠନ କରିଛି ।
କଟକ: ଆପାର୍ଟମେଣ୍ଟ ବାଲକୋନି ଭୁଶୁଡ଼ିଲା, ୩ ଜୀବନ ଗଲା । ବାପା, ପୁଅ ଓ ନାତି ଆଖି ବୁଜିବା ପରେ ପ୍ରଶାସନର ଚେତା ପଶିଛି । ମଣିସାହୁ ଛକ ହାଡ଼ିବନ୍ଧୁ ସ୍କୁଲ ନିକଟରେ ଥିବା ଶୁଭମ୍ କମ୍ପ୍ଲେକ୍ସ ଆପର୍ଟମେଣ୍ଟର ବାଲକୋନୀ ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।
ଗତ ଅଗଷ୍ଟ ମାସରେ କଟକ ସହରରେ ୨୨୧ଟି ଅସୁରକ୍ଷିତ କୋଠା ଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲା ପ୍ରଶାସନ । ଏପରିକି ଆଇନ୍ ଅନୁଯାୟୀ ସମସ୍ତଙ୍କୁ କୋଠା ଖାଲି କରିବା ପାଇଁ ନୋଟିସ୍ ପଠା ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିଥିଲେ ।
ଏଥିସହ ପଢ଼ନ୍ତୁ: କଟକ ସହରରେ ୨୨୧ଟି ଅସୁରକ୍ଷିତ କୋଠା ଚିହ୍ନଟ, କୋଠା ଖାଲି କରିବାକୁ ନୋଟିସ୍
ଅଗଷ୍ଟରେ ପ୍ରଶାସନ ଚିହ୍ନଟ କରିଥିବା ୨୨୧ଟି ଅସୁରକ୍ଷିତ କୋଠା ଭିତରେ ଶନିବାର ଭୁଶୁଡ଼ିଥିବା ଶୁଭମ୍ କମ୍ପ୍ଲେକ୍ସ ଆପର୍ଟମେଣ୍ଟ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏବେ ଆପାର୍ଟମେଣ୍ଟର ବାଲକୋନି ଭୁଶୁଡ଼ିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ସ୍ୱତନ୍ତ୍ର କମିଟି ଗଠନ କରିଛି । ଗଠିତ କମିଟି କଟକ ସହରରେ ଥିବା ଅସୁରକ୍ଷିତ କୋଠା ଗୁଡ଼ିକୁ ଚିହ୍ନଟ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଟକ ସଦର ଉପଜିଲ୍ଲାପାଳ, ଆରଆଣ୍ଡବି ଅଧିକ୍ଷଣ ଯନ୍ତ୍ରୀ ଓ ସିଏମସି ସିଟି ଇଞ୍ଜିନିୟରଙ୍କୁ ନେଇ ଏହି କମିଟି ଗଠନ ହୋଇଛି । ସିଏମସିର ଅତିରିକ୍ତ କମିଶନର କଳ୍ପତରୁ ବେହେରା କହିଛନ୍ତି, "କମିଟି ଅସୁରକ୍ଷିତ କୋଠା ଚିହ୍ନଟ କରିବା ପରେ ସେ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ଭାଙ୍ଗି ଦିଆଯିବ ।"
ଶୁଭମ୍ କମ୍ପ୍ଲେକ୍ସ ଆପର୍ଟମେଣ୍ଟର ବାଲକୋନି ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ପରେ ଅନେକ ସତ ପଦାକୁ ଆସିଛି । ଆପାର୍ଟମେଣ୍ଟଟି ସମ୍ପୂର୍ଣ ଭାବେ ଅସୁରକ୍ଷିତ ଥିବାବେଳେ କାନ୍ଥରେ ଗଛଲତା ଉଠିଛି, ଅନେକ ଅଂଶ ଭାଙ୍ଗିରୁଜି ଯାଇଛି । ଆପାର୍ଟମେଣ୍ଟରେ କେହି ସୁରକ୍ଷା କର୍ମୀ ଅଛନ୍ତି ନା କୌଣସି ଆସୋସିଏସନ୍ ଅଛି । ସେଠାରେ ଭଡ଼ା ରହୁଥିବା ଲୋକମାନେ ବି ଜାଣି ନାହାନ୍ତି କିଏ ଏହି ଆପାର୍ଟମେଣ୍ଟର ପ୍ରକୃତ ମାଲିକ ?
କଟକ ସହର ଭିତରେ ଏଭଳି ଏକାଧିକ ଅସୁରକ୍ଷିତ ଆପାର୍ଟମେଣ୍ଟ ରହିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଗତ ଅଗଷ୍ଟରେ କଟକ ସହରରେ ଥିବା ୨୨୧ଟି ଅସୁରକ୍ଷିତ କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରତି ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ପାଇଁ କଲେ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ବା CMRFରୁ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକ ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲଙ୍କ ପ୍ରାଣହାନୀକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାରେ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସାର ସୁବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର ।

Related Topics
Explore more stories