Odisha News / ଛାତରୁ ଲୁଗା ଆଣୁଥିଲେ ମହିଳା, ମାଙ୍କଡ଼ ତଳକୁ ଠେଲି ଦେବାରୁ ମୃତ୍ୟୁ
·5 months ago·2 min read

Key Points
କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଦେଉଳ ସାହିରେ ମାଙ୍କଡ଼ ଜଣେ ମହିଳାଙ୍କୁ ଛାତରୁ ଠେଲି ମାରି ଦେଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ ଘଟଣା ସତ ।
ଆଠଗଡ଼ (କଟକ): ମହିଳାଙ୍କୁ ମାରିଦେଲା ମାଙ୍କଡ଼ । ଛାତରୁ ତଳକୁ ଠେଲି ଦେଲା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ ଘଟଣା ସତ । କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଦେଉଳ ସାହିରେ ମାଙ୍କଡ଼ ଜଣେ ମହିଳାଙ୍କୁ ଛାତରୁ ଠେଲି ମାରି ଦେଇଛି ।
ସୂଚନା ଅନୁସାରେ, ଦେଉଳ ସାହିର ଅଭିମନ୍ୟୁ ସାହୁଙ୍କ ସ୍ତ୍ରୀ ସୁଲୋଚନା ସବୁଦିନ ଭଳି ରବିବାର ଛାତ ଉପରକୁ ଯାଇଥିଲେ । ସକାଳେ ଶୁଖାଇଥିବା ଘସି ସହ ଲୁଗା ପଟା ତୋଳୁଥିଲେ । ସେହି ସମୟରେ ସୁଲୋଚନାକୁ ଘେରିଗଲେ ମାଙ୍କଡ଼ ।
ଏଥିସହ ପଢ଼ନ୍ତୁ: ମଜାରେ ମଡେଲ୍ ପତ୍ନୀଙ୍କୁ 'ମାଙ୍କଡ଼' କହିଲେ ସ୍ଵାମୀ; ରାଗରେ ଝୁଲି ପଡ଼ିଲା ସ୍ତ୍ରୀ
ଗାଁ ଲୋକେ ତଳେ ଥାଇ ଦେଖିବା ସହ ପାଟି କରୁଥିଲେ । ଆଉ ସମସ୍ତଙ୍କ ଆଖି ଆଗରେ ମାଙ୍କଡ଼ ସୁଲୋଚନାକୁ ଛାତ ଉପରୁ ତଳକୁ ଠେଲିଦେଲା । ରକ୍ତାକ୍ତ ଅବସ୍ଥାରେ ପରିବାର ଓ ଗାଁ ଲୋକ ସୁଲୋଚନାଙ୍କୁ ମେଡିକାଲ୍ ନେଇଥିଲେ । ଡାକ୍ତରେ ସୁଲୋଚନାଙ୍କୁ ମୃତ ଘୋଷଣା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବତନ ସରପଞ୍ଚ ମହେନ୍ଦ୍ର ପରିଡ଼ା କହିଛନ୍ତି, "ପ୍ରାୟ ୪ ମାସ ହେଲା ଗାଁରେ ମାଙ୍କଡ଼ ଆତଙ୍କ ଜାରି ରହିଛି । ମାଙ୍କଡ଼ ଠେଲି ଦେବାରୁ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ୪ ମାସରେ ପ୍ରାୟ ୧୦୦ ଜଣ ଆହତ ହେଲେଣି । ଏନେଇ ଆମେ ବିଭାଗକୁ ଜଣାଇଛୁ, ଜାଲ ନେଇକି ଯାଇଥିଲେ ହେଲେ ମାଙ୍କଡ଼ ଧରି ପାରିଲେନି ।"
ଏଥିସହ ପଢ଼ନ୍ତୁ: ବୃନ୍ଦାବନ ଯିବେ ରାଷ୍ଟ୍ରପତି; ଚଷମା ଛଡ଼ାଉଥିବା ମାଙ୍କଡଙ୍କ ପାଇଁ ଖାସ ପ୍ଲାନ୍
ମାଙ୍କଡ଼କୁ ଏବେ ନ ଧରିଲେ, ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି କହିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ଲୋକଙ୍କ ସୁରକ୍ଷା ପାଇଁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରିବାକୁ ଦାବି ହୋଇଛି । ତେବେ ମାଙ୍କଡ଼ ଠେଲିବାରୁ ମହିଳାଙ୍କ ମୃତ୍ୟୁ ନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ ।
ଆଠଗଡ଼ ବ୍ଲକ ରାଜନଗର ଅଞ୍ଚଳରେ ୪ ମାସ ହେଲା ମାଙ୍କଡ଼ ଉତ୍ପାତ ମଚାଇ ଚାଲିଛି । ହେଲେ କାହିଁକି ଭାଙ୍ଗୁନି ବନ ବିଭାଗର ନିଦ ? ଏବେ ଜଣଙ୍କ ଜୀବନ ଗଲା, ଆଉ କେତେ ମୁଣ୍ଡ ଗଡ଼ିଲେ ସଜାଗ ହେବ ବନ ବିଭାଗ ? ଏ ଦିଗରେ ପ୍ରଶାସନ ଓ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି ।

Related Topics
Explore more stories