ଖଣ୍ଡା ଓ ବାଡି ଧରି ସ୍ଥାନୀୟ ଦୋକାନୀଙ୍କ ଉପରେ ଆକ୍ରମଣ

ଅର୍ଗସ ବ୍ୟୁରୋ : ଯୋବ୍ରାରେ ଯୁବକଙ୍କ ଆତଙ୍କ ରାଜ୍ । ଖଣ୍ଡା ଓ ବାଡି ଧରି ସ୍ଥାନୀୟ ଦୋକାନୀଙ୍କ ଉପରେ ଆକ୍ରମଣ । ସିସିଟିଭିରେ କଏଦ୍ ହେଲା ଦୃଶ୍ୟ । କଟକ ପୋଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ୍ । ହାତରେ ଖଣ୍ଡା ଓ ବାଡି ଧରି ଆତଙ୍କ ଖେଳାଇଲେ କିଛି ଯୁବକ । କଟକ ଯୋବ୍ରା ମାଟିଆ ମଙ୍ଗଳା ସାହି ରେ ଶୁକ୍ରବାର ରାତି ରେ ଏଭଳି ଦୌରାତ୍ମ୍ୟ ଦେଖିବା କୁ ମିଳିଛି ।
ମାଟିଆ ମଙ୍ଗଳା ସାହି ଛକ ନିକଟରେ ଥିବା ଏକ ଦୋକାନରେ ପସି ଦୋକାନରେ ବସିଥିବା ଦୁଇ ଭାଇଙ୍କୁ ଆକ୍ରମଣ କରିବା ସହ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ସମସ୍ତ ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆକ୍ରମଣ କରିଥିବା ଯୁବକ ସ୍ଥାନୀୟ ଅଞ୍ଚଳ ଓ ପାଖ ସାହିର ହୋଇଥିବା ଜଣା ପଡିଛି ।
ଅଭିଯୋଗ ପରେ ମାଲଗୋଦାମ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଗତ ବର୍ଷ ଏହି ଯୁବକ ମାନେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବା ସହ ଖଣ୍ଡା ବୁଲାଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମାନେ ଆକ୍ରୋଶ ମୂଳକ ଭାବେ ସଂଘ ବଦ୍ଧ ହୋଇ ଆକ୍ରମଣ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।