Cuttack News / କଟକ ବାଲିଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ୫ କିମି ପରିଧି ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା
·29 mins ago·2 min read

Key Points
କଟକ ବାଲିଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
୫ କିମି ପରିଧି ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା
ନିୟମ ଉଲ୍ଲଂଘନ କଲେ ଉପକରଣ ଜବତ କରାଯିବ
କଟକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା
୫ କିମି ପରିଧି ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା
ନିୟମ ଉଲ୍ଲଂଘନ କଲେ ଉପକରଣ ଜବତ କରାଯିବ
କଟକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା
କଟକ: ଐତିହାସିକ କଟକ ବାଲିଯାତ୍ରାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଭିଭିଆଇପିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଲୋୟର ଓ ଅପର ବାଲିଯାତ୍ରା ପଡ଼ିଆ ସମେତ ଏହାର ଆଖପାଖ ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି।
କଟକ ଜିଲ୍ଲା ପ୍ରଶାସନ ଏନେଇ ନିର୍ଦ୍ଦେଶନାମା ଜାରି କରିଛି।ଏହି କଟକଣା ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩ ତାରିଖ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ନିୟମ ଉଲ୍ଲଂଘନ କଲେ ନିଷିଦ୍ଧ ଉପକରଣ ଜବତ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏଥିସହ ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ସମୟସୀମା ମଧ୍ୟରେ ଏଭଳି ଯନ୍ତ୍ରପାତି ଚଳାଇବାକୁ ଚାହୁଁଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ।
ପଢନ୍ତୁ ଏହି ଖବର: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ସପ୍ତମ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...
ବାତ୍ୟା ଅକୱାନ ପ୍ରଭାବରେ କଟକରେ ଗତ କାଲି ଠାରୁ ଲଗାଣ ବର୍ଷା ଜାରୀଅଛି।ଏହାର ପ୍ରଭାବ ସିଧା ସଳଖ ବାଲିଯାତ୍ରାର ପ୍ରସ୍ତୁତି ଉପରେ ପଡିଛି।ବର୍ଷା ଯୋଗୁଁ ଉପର ଓ ତଳ ପଡ଼ିଆରେ ପାଣି ଜମି ରହିଛି।ଯାହା ଦ୍ଵାରା ବାଲିଯାତ୍ରା ପଡ଼ିଆର ଅବସ୍ଥା ସମ୍ପୂର୍ଣ ବେହାଲ୍ ହୋଇପଡିଛି । ବର୍ଷା ଯୋଗୁଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଠାରୁ ଆରମ୍ଭ କରି ଦୋଳି ଖଞ୍ଜା କାମ ଏବଂ ବିଭାଗ ଷ୍ଟଲ ସୌନ୍ଦର୍ଯ୍ୟ କରଣ କାମ ସମ୍ପୂର୍ଣ ବନ୍ଦ ହୋଇ ରହିଛି ବାଲିଯାତ୍ରା କୁ ହାତରେ ମାତ୍ର ଆଉ ମଝିରେ ତିନି ଦିନି ଥିବା ବେଳେ ପାଗର ଏଭଳି ପରିବର୍ତ୍ତନ ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ଷା ଓ ପବନ ପ୍ରଭାବରେ କେଉଁଠି ଦୋଳି ସାମଗ୍ରୀ ପାଣି ରେ ବୁଡି ଯାଇଛିତ ଆଉ କେଉଁଠି ଗାଡିରେ ଲୋଡ଼ ହୋଇ ରହିଛି ।ଚଳିତ ବର୍ଷ ରାସ୍ତା ସମତୁଲ ପାଇଁ କୋଟିଏ ଟଙ୍କାର ପାଖାପାଖି ମୋରମ୍ ପଢୁଥିଲା ବେଳେ ଉଭୟ ଉପର ଓ ତଳ ପଡିଆରେ ଅସରାଏ ବର୍ଷାରେ ସବୁ ଧୋଇଯାଇଛି। ଆସନ୍ତା ୨୪ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ପ୍ରଶାସନ ଆଗରେ ଏକ ବଡ଼ ଚାଲେଞ୍ଜ ରହିଛି।ବିଶେଷକରି ବର୍ଷା ପରେ ପଡ଼ିଆରୁ ଜଳ ନିଷ୍କାସନ, କାଦୁଅ ସଫା, ପୁନର୍ବାର ମୋରମ ପକେଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।
Related Topics
Explore more stories