Bali Jatra Accident / ବାଲିଯାତ୍ରାରେ ଦୋଳି ଗୁଡ଼ିକର ତନ୍ନ ତନ୍ନ ଯାଞ୍ଚ; ସ୍ୱାଭାବିକ ହେଲା ଦୋଳି ଚଳାଚଳ
·47 mins ago·2 min read

Key Points
ବାଲିଯାତ୍ରାରେ ଦୋଳି ଚାଲିବ ନା ବନ୍ଦ ରହିବ । ଦୋଳି ଦ୍ଵନ୍ଦ୍ଵ ଉପରୁ ହଟିଛି ପରଦା । ପ୍ରଶାସନ ପକ୍ଷରୁ ଦୋଳି ଗୁଡ଼ିକର ତନ୍ନ ତନ୍ନ ଯାଞ୍ଚ କରାଯାଇ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରାଯିବା ପରେ ଏବେ ପୁଣି ଦୋଳି ଚଳାଚଳ କରିଛି ।
କଟକ: ଐତିହାସିକ ବାଲିଯାତ୍ରା କଟକ-୨୦୨୬ରେ ଦୋଳି ଚଳାଚଳକୁ ନେଇ ଦେଖା ଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତ ଦୋଳି ଓ ବିଭିନ୍ନ ରାଇଡ୍ର ଯାଞ୍ଚ କରାଯିବା ପରେ ସେଗୁଡ଼ିକୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହାପରେ ଦୋଳି ଚଳାଚଳ ସ୍ୱାଭାବିକ ହୋଇଛି ।
ଶୁକ୍ରବାର ସକାଳୁ ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରା ପଡ଼ିଆରେ ସମସ୍ତ ଦୋଳି ଚଳାଚଳକୁ ସ୍ଥଗିତ ରଖାଯାଇଥିଲା । ପରେ ଅପରାହ୍ଣରେ ଦୋଳି ଆସୋସିଏସନ୍ର ସଦସ୍ୟଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସମସ୍ତ ଦୋଳି ଓ ରାଇଡ୍ରେ ମାନକ ଚଳାଚଳ ପଦ୍ଧତି (SOP) କଡ଼ାକଡ଼ି ପାଳନ କରିବାକୁ ସୁନିଶ୍ଚିତ କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି: ଆଜି ବନ୍ଦ ରହିବ ସମସ୍ତ ଦୋଳି… ଯାଞ୍ଚ ହେବ କାଗଜପତ୍ର
ଦୋଳିରେ ରିଲ୍ସ ବାରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୋଳିରେ ବସି ରିଲ୍ସ କରିବା, ସେଲ୍ଫି ନେବା, ଗୋଟିଏ କ୍ୟାବିନ୍ରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଲୋକ ବସିବା, ଗୋଟିଏ କ୍ୟାବିନ୍ରୁ ଅନ୍ୟ କ୍ୟାବିନ୍କୁ ଡେଇଁବା ଏବଂ ନିଶା ସେବନ କରି ଦୋଳିରେ ଚଢ଼ିବା ଭଳି ବିପଜ୍ଜନକ କାର୍ଯ୍ୟରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ବାଲିଯାତ୍ରାର ଆନନ୍ଦ ନେବା ସହ ନିଜ ସୁରକ୍ଷା ପ୍ରତି ମଧ୍ୟ ସଚେତନ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ବାଲିଯାତ୍ରା ଉପଭୋଗ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛି ପ୍ରଶାସନ ।
ରାମଦୋଳିରୁ ଖସି ଯୁବକ ମୃତ
ସୂଚନା ଅନୁସାରେ, ଗୁରୁବାର ବାଲିଯାତ୍ରାର ତଳ ପଡ଼ିଆରେ ଚାଲିଥିବା ରାମଦୋଳିରେ ଅଘଟଣ ଘଟିଥିଲା । ଦୋଳି ଚାଲୁଥିବା ସମୟରେ ଜଣେ ଯୁବକ ସେଥିରୁ ଖସି ପଡ଼ିଥିଲେ। ଦୋଳିରୁ ପଡ଼ିବା ପରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ହଠାତ୍ ଘଟିଥିବା ଏହି ଘଟଣା ମେଳା ପଡ଼ିଆରେ ଉପସ୍ଥିତ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା ।
ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ବଡ଼ ଅଘଟଣ… ରାମଦୋଳିର ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକର ଏସ୍ସିବି ମେଡିକାଲକୁ ନିଆଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।
ଏହି ଦୁଃଖଦ ଘଟଣା ପରେ ମେଳାରେ ଲାଗିଥିବା ଦୋଳିଗୁଡ଼ିକର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଯାହା ପରେ ପ୍ରଶାସନ ପକ୍ଷରୁ ଦୋଳି ଗୁଡ଼ିକର ତନ୍ନ ତନ୍ନ ଯାଞ୍ଚ କରାଯାଇ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରାଯିବା ପରେ ଏବେ ପୁଣି ଦୋଳି ଚଳାଚଳ କରିଛି ।