|
logo
Live
Argus News App
GET APP

Argus News - ଜମୁଛି କଟକ ବାଲିଯାତ୍ରା : ପ୍ଲାଷ୍ଟିକ ଫୁଲ ସୌନ୍ଦର୍ଯ୍ୟରେ ବିଭୋର ଗ୍ରାହକ

Odisha

ଜମୁଛି କଟକ ବାଲିଯାତ୍ରା : ପ୍ଲାଷ୍ଟିକ ଫୁଲ ସୌନ୍ଦର୍ଯ୍ୟରେ ବିଭୋର ଗ୍ରାହକ

Jitendra Dash
Browse all articles by Jitendra Dash
·2 years ago·1 min read
ଜମୁଛି କଟକ ବାଲିଯାତ୍ରା : ପ୍ଲାଷ୍ଟିକ ଫୁଲ ସୌନ୍ଦର୍ଯ୍ୟରେ ବିଭୋର ଗ୍ରାହକ

ଅର୍ଗସ ବ୍ୟୁରୋ : ଜମୁଛି କଟକ ଐତିହାସିକ ବାଲିଯାତ୍ରା । କିଣାକିଣି ସାଙ୍ଗକୁ ଖିଆପିଆର ମଜା ନେଉଛନ୍ତି ଦର୍ଶକ । ଏପଟେ ଦିନ ବଢିବା ସହିତ ଭିଡ ଆଉ ବ୍ୟବସାୟ ବି ବଢୁଛି । ଚଳିତ ଥର ବାଲିଯାତ୍ରାରେ ମୋଟ ୧୫ ଶହରୁ ଅଧିକ ଷ୍ଟଲ ପଡିଥିବା ବେଳେ ଅନେକ ବ୍ୟବସାୟୀ ବେପାର ପାଇଁ ଆସିଛନ୍ତି । 

ଚଳିତ ବର୍ଷ ବାଲିଯାତ୍ରାରେ ମନ ମୋହୁଛି ପ୍ଲାଷ୍ଟିକ ଫୁଲ । ଦୂରରୁ ସତସତିକା ଲାଗୁଥିଲେ ମଧ୍ୟ କିନ୍ତୁ ଏ ହେଉଛି ପ୍ଲାଷ୍ଟିକ ଫୁଲ । ପାଲଷ୍ଟିକ ଫୁଲ କିଣିବାରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଚଳିକ ବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳୁଛୁ ନାନା ପ୍ରକାରର ରଙ୍ଗ ବେରଙ୍ଗର ପ୍ଲାଷ୍ଟି ଫୁଲର ପସରା । ମୁମ୍ୱାଇ ଓ କୋଲକାତାରୁ ଆସିଥିବା ଭଳିକ ଭଳି ପ୍ଲାଷ୍ଟିକ୍ ଗୋଲାପ ସାଙ୍ଗକୁ, ଟ୍ୟୁଲିପ, ଡାଲିଆ ଓ ସୂର୍ଯ୍ୟମୁଖୀ ଭଳି ଫୁଲ ଦର୍ଶକଙ୍କ ମନ ମୋହୁଛି । ଦୂରରୁ ସତସତିକା ଲାଗୁଥିଲେ ମଧ୍ୟ ଏହି ପ୍ଲାଷ୍ଟିକ ଫୁଲର ଚାହିଦା ଏବେ ବାଲିଯାତ୍ରାରେ ବେଶ ଅଧିକ ରହିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯିଏ ବି ବୁଲି ଆସୁଛି, ଏଠାରେ କିଛି ସମୟ ଠିଆ ହୋଇଯାଉଛି । ବାଲିଯାତ୍ରା ବୁଲିବା ସହ ଏହି ଷ୍ଟଲରୁ ଦେଖେଣା ହାରି ମାନେ ଫୁଲ ସହ ସେଲ୍ଫି ନେବା ସହ ଫୁଲ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । କିଛି ଦର୍ଶକ କୁହନ୍ତି ଫୁଲ ପ୍ରତି ସମସ୍ତ ଲୋକଙ୍କ ଦୁର୍ବଳତା ରହିଛି । ଏହି ଫୁଲ ଗୁଡିକ ଏତେ ସତେଜ ଓ ପ୍ରାକୃତିକ ଦିଶୁଛି ଯେ ଦୂରରୁ ଦେଖିଲେ ମନରେ ଅସଲି ଫୁଲର ଭ୍ରମ ସୃଷ୍ଟି କରୁଛି । ଦର୍ଶକ ମାନେ ଫୁଲକୁ ହାତମାରି ଦେଖିବା ସହ ଏହାକୁ ନେଇ ନିଜ ଘରକୁ ସଜାଇବା ପାଇଁ ପ୍ରାଥମିକତା ଦେଉଛନ୍ତି । 
 

Sponsored
ଜମୁଛି କଟକ ବାଲିଯାତ୍ରା : ପ୍ଲାଷ୍ଟିକ ଫୁଲ ସୌନ୍ଦର୍ଯ୍ୟରେ ବିଭୋର ଗ୍ରାହକ | Argus News