Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଟକ ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱର୍କ

Odisha

କଟକ ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱର୍କ

Jitendra Dash
Browse all articles by Jitendra Dash
·2 years ago·1 min read
କଟକ ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱର୍କ

ଅର୍ଗସ ବ୍ୟୁରୋ : ସିତୁଆ ସନ୍ଧ୍ୟାରେ ଜମୁଛି ଐତିହାସିକ ବାଲିଯାତ୍ରା । ଲୋକେ ସିତୁଆ ସନ୍ଧ୍ୟାରେ କିଣାକିଣି କରିବା ସହ କରୁଛନ୍ତି ମଜାମସ୍ତି । ବିଭିନ୍ନ ଖାଦ୍ୟର ବି ନେଉଛନ୍ତି ମଜା । କିଣାକିଣି ବା ଖାଇବା ସାରିବା ପରେ ଲୋକେ ପେମେଣ୍ଟ କରିବାରେ ହେଉଛନ୍ତି ଅସୁବିଧା । କାରଣ ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱାର୍କ । ଯାହା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦର୍ଶକ ।      

ତେବେ ବାଲିଯାତ୍ରାରେ ଫେଲ ମାରିଛି ମୋବାଇଲ ନେଟୱର୍କ । ଇଣ୍ଟରନେଟ ତ ଦୂରର କଥା ମୋବାଇଲ ଫୋନରେ କଥା ମଧ୍ୟ ସମ୍ଭବ ହୋଇପାରୁନି । ଅନ୍ୟପକ୍ଷରେ ବାଲିଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ସାଙ୍ଗରେ ଅଧିକ ପଇସା ନ ଆଣି ଅନଲାଇନ୍ ପେମେଣ୍ଟ କରିବାକୁ କମିଶନରେଟ୍ ପୋଲିସ୍ ଲୋକଙ୍କୁ ସଚେତନ କରିଛି । ହେଲେ ମୋବାଇଲାକୁ ନେଟୱର୍କ ଆସୁନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦର୍ଶକ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେଉଥିବା ବେଳେ ମୋବାଇଲ ନେଟୱର୍କ କାମ କରୁ ନଥିବାରୁ ବିଭିନ୍ନ ଅସୁବିଧାରେ ପଡ଼ୁଛନ୍ତି ଦର୍ଶକ । ଏପରିକି ୟୁପିଆଇ ପେମେଣ୍ଟ ପାଇଁ ସ୍କାନର ମେସିନ୍ ଅଛି, ହେଲେ ଇଣ୍ଟରନେଟ ନ ଥିବାରୁ ମୋବାଇଲ୍ ପେମେଣ୍ଟ କରିପାରୁ ନାହାନ୍ତି ଲୋକେ । ବାଧ୍ୟ ହୋଇ ଜିନିଷ କିଣି ନପାରି ଫେରି ଯାଉଛନ୍ତି ଦର୍ଶକ । ସେହିପରି ନେଟୱର୍କ ଆସୁ ନ ଥିବାରୁ ମୋବାଇଲ୍ ଫୋନରେ କଥା ହୋଇପାରୁନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Sponsored
cuttack bali yatra mobile network issues | Argus News