Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Death toll reaches / କଟକ ଏସ୍‌ସିବି ଆଇସିୟୁ ନିଆଁ ଘଟଣାରେ ୧୩ ମୃତ

Bikash Mohanty
Browse all articles by Bikash Mohanty
·3 months ago·2 min read
କଟକ ଏସ୍‌ସିବି ଆଇସିୟୁ ନିଆଁ ଘଟଣାରେ ୧୩ ମୃତ
Scb

Key Points

କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା ବଢ଼ିଲା ମୃତ୍ୟୁସଂଖ୍ୟା
ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଦି
ଗତ ୧୫ ତାରିଖ ରାତିରେ ହୋଇଥିଲା ଅଗ୍ନିକାଣ୍ଡ





କଟକ ବଡ଼ଡାକ୍ତରଖାନା ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବନ୍ଦାର ସୁମନ କୁମାର ସାହୁ। ସୁମନଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସୁମନଙ୍କ ମସ୍ତିଷ୍କରେ ଆଘାତ ଲାଗିଥିବାରୁ ଟ୍ରମ ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଅଗ୍ନିକାଣ୍ଡ ପରେ ତାଙ୍କୁ ନ୍ୟୁରୋ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। 

ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଉନ୍ନୟନ କମିଶନଙ୍କ ଅଧକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏଥିରେ ଡିଏମ୍‌ଇଟି, ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍), ଆର ଆଣ୍ଡ ବି, ଇଲେକ୍ଟ୍ରିକାଲ୍ ଇନ୍‌ସ୍ପେକ୍ଟର, ଚିଫ୍ ଇଞ୍ଜିନିୟର(ବିଲିଂ), ଚିଫ୍ କନଷ୍ଟ୍ରକ୍ସନ୍ ଇଞ୍ଜିନିୟର ପ୍ରମୁଖ ସଦସ୍ୟ ଅଛନ୍ତି। କଟକ ସର୍କିଟ୍ ହାଉସ୍‌ରେ ଏହି କମିଟିର ଏକ ବୈଠକ ବସିଥିଲା। ପରେ କମିଟିର ସଦସ୍ୟ ଟ୍ରମା ଆଇସିୟୁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା କରିବା ସହିତ ଆହତ ଓ ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚ କରିଛନ୍ତି। ସଂକ୍ରାନ୍ତରେ ଏକ ରିପୋର୍ଟ ଦାଖଲ କରାଯାଇଛି। ଦୁଇଟି ଭେଣ୍ଟିଲେଟରର ଏୟାର କମ୍ରେସର୍ ଫାଟିବାରୁ ଆଣୁଥିବା ବେଳେ ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମ୍‌ସିଏଲ୍) ପକ୍ଷରୁ ଏହାକୁ ଅନୁଧ୍ୟାନ କରାଯାଉଛି| ଓଏସ୍ଏମ୍‌ସିଏଲ୍ ଏହି ଭେଣ୍ଟିଲେଟରଗୁଡ଼ିକୁ କେଟିପିଏଲ୍ (କିର୍ଲୋସ୍କର ଟେକ୍ନୋଲଜି ପ୍ରାଇ ପ୍ରାଇଭେଟ୍ ଲିମିଟେଡ୍) ନାମକ ଏକ ଘରୋଇ ସଂ ସଂସ୍ଥା ମାଧ୍ୟ ଧ୍ୟମରେ ଏସ୍‌ସିବିକୁ ଯୋଗାଇଥିଲା । ଏହି ଘରୋଇ କମ୍ପାନିର ଏକ ଟିମ୍ ଏସ୍‌ସିବିରେ ପହଞ୍ଚି ପୋଡ଼ିଯାଇଥିବା ଭେଣ୍ଟିଲେଟର୍‌ ଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି। ଘଟଣାର ବିଚାର ବିଭାଗୀୟ ତଦନ୍ତ କମିସନଙ୍କ ଏକ କାର୍ଯ୍ୟାଳୟ କଟକରେ ଖୋଳି ଖାଲିବାକୁ ଯାଉଛି।

ଏସସିବି ତ୍ରମା କେୟାର ଅଗ୍ନିକାଣ୍ଡ ଘଟଣାରେ ଏସସିବି ମେଡ଼ିକାଲ ଅଧିକ୍ଷକ ଗୌତମ ଶତପଥିଙ୍କ ନାଁ ରେ ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଏତଲା । ଏତଲା ଦାୟର କଲା ସୁବାଷ ସଙ୍ଗଠନ । ଦାୟିତ୍ଵ ହୀନତା, କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ଏବଂ 12 ଜଣ ଚିକିତ୍ସାଧୀନ ରୋଗୀଙ୍କର ଜୀବନ ଗଲା ବୋଲି ଅଭିଯୋଗ କରିଛି ସୁବାଷ ସଙ୍ଗଠନର ସଭାପତି ସୁରେଶ ମହାନ୍ତି। 

ଗତ ୧୫ ତାରିଖ ରାତି ପ୍ରାୟ ୨.୩୦ ମିନିଟ ସମୟରେ କଟକ ଏସସିବି ବଡ ମେଡିକାଲରେ ଟ୍ରମା କାଜୁଆଲିଟି ଆଇସିୟୁରେ ଲାଗିଥିଲା ନିଆଁ । ଏହି ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଭିନ୍ନ ଦୁର୍ଘଟଣାରେ ଶିକାର ହୋଇଥିବା ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ରୋଗୀ। ହଠାତ ଆଇସିୟୁରେ ଲାଗିଗଲା ଭୟଙ୍କର ଅଗ୍ନିକାଣ୍ଡ। ଧୂଆଁମୟ ହୋଇଗଲା ଆଇସିୟୁ ସହ ଆଖପାଖ ୱାର୍ଡ। ଘଟଣା ଘଟିବାର ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ରୋଗୀଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଦେଲା। ହେଲେ ତାରି ମଧ୍ୟରେ ଅକାଳରେ ଚାଲିଗଲା ୧୧ ଜଣ ରୋଗୀଙ୍କ ଜୀବନ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି

ଏଥିସହ ପଢ଼ନ୍ତୁ: ୧୩ ଜୀବନ ଗଲା ପରେ ପଶିଲା ଚେତା,ଅଗ୍ନିନିର୍ବାପକ ଉପକରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Death toll reaches | Death toll reaches | Cuttack Hospital ICU Fire: Death Toll Reaches 13 | Latest Odisha News | Argus News