Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fire fighting / ୧୩ ଜୀବନ ଗଲା ପରେ ପଶିଲା ଚେତା,ଅଗ୍ନିନିର୍ବାପକ ଉପକରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·3 months ago·2 min read
୧୩ ଜୀବନ ଗଲା ପରେ ପଶିଲା ଚେତା,ଅଗ୍ନିନିର୍ବାପକ ଉପକରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ
fire safety

Key Points

୧୩ ଜୀବନ ଗଲା ପରେ ପଶିଲା ଚେତା
SCB ମେଡ଼ିକାଲ ଅଗ୍ନିକାଣ୍ଡ ପରେ ତତ୍ପର ମେଡ଼ିକାଲ କର୍ତୃପକ୍ଷ
ରାଜ୍ୟର ବିଭିନ୍ନ ମେଡ଼ିକାଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ବୈଠକ ଓ ଆଲୋଚନା
ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା ସମେତ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବିଭାଗକୁ ସତର୍କ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିନିର୍ବାପକ ଉପକରଣ ଗୁଡିକ ସୁଇଚ୍ ଅଫ୍ ନକରି କାର୍ଯ୍ୟକ୍ଷମ ସ୍ଥିତିରେ ରଖାଯିବାକୁ ପରାମର୍ଶ ଦିଆଯାଇଛି। ନିୟମିତ ଭାବରେ ଉପକରଣଗୁଡ଼ିକୁ ଯାଞ୍ଚ କରିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ଆବଶ୍ୟକ ସ୍ଥଳେ ତୃତୀୟ ପକ୍ଷ ଅଡିଟ୍ କରାଯିବା ନେଇ ପରାମର୍ଶ ଦିଆଯାଇଛି। ଜିଲ୍ଲାସ୍ତରରେ ଅଗ୍ନି ନିରାପତ୍ତା ସଂପର୍କିତ ମକ୍‌ଡ୍ରିଲ ଅଧିକରୁ ଅଧିକ ଆୟୋଜନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ପ୍ରାଣହାନୀ ପରେ ଏବେ ରାଜ୍ୟର ଅନେକ ମେଡ଼ିକାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ଚିକିତ୍ସାଳୟମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ବାରମ୍ବାର ବୈଠକ ସହ କରାଯାଉଛି ଆଲୋଚନା । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଥିବା ସମସ୍ତ କୋଠା ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି। ଗତ କିଛି ମାସ ପୂର୍ବରୁ ଆରଡିସି କୋଠାରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନି ନିର୍ବାପକର ସମସ୍ତ ବ୍ୟବସ୍ଥା ଆରଡିସି କୋଠାରେ କରାଯାଇଛି। ସେପଟେ ଏମକେସିଜିର ଲାଇବ୍ରେରୀ କୋଠା, ସ୍ପେସାଲ୍ କ୍ୟାବିନ ବ୍ଲକ, ମାଇକ୍ରୋବାଇଲୋଜି କୋଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ତଥା ଅଗ୍ନି ନିର୍ବାପନ ଅନୁମତି ମିଳିନାହିଁ 

ବୁର୍ଲା ଭିମସାରର ବି ନାହି ଅଗ୍ନି ନିରାପତ୍ତା ସାର୍ଟିଫିକେଟ। ଭିମସାର ମୁଖ୍ୟ ପୁରୁଣା ୨ ମହଲା ବିଲ୍ଡିଂ ସମେତ ୩ ଟି କୋଠାର ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ନାହି। ସେହିପରି ୯ ମହଲା ବିଶିଷ୍ଟ ଶିଶୁ ରୋଗ ଚିକିତ୍ସାପାଇଁ ନିର୍ମାଣ ହୋଇଥିବା ହସ୍ପିଟାଲରେ ମଧ୍ୟ ଅଗ୍ନି ସୁରକ୍ଷା ସାଟିଫିକେଟ ନାହି।  ଭିମାସରରେ ଅଗ୍ନିକାଣ୍ତ ଘଟିଲେ କିଭଲି ତାର ମୁକାବିଲା କରାଯିବ, ରୋଗୀଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ଭିମାସର କମଚାରୀକୁ ସଚେତନ କରାଯିବ ବୋଲି ଭିମସାର ଅଧିକ୍ଷକ ଡ. ଲାଲ ମୋହନ ନାୟକ କହିଛନ୍ତି। ରାଉରକେଲାର ସରକାରୀ ହସ୍ପିଟାଲରେ କରାଯାଇଛି ଅଗ୍ନି ନିରାପତ୍ତା ଯାଂଚ। ଚିକିତ୍ସାଳୟର ସବୁ ବିଭାଗକୁ ଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ଅଗ୍ନିଶମ ବିଭାଗର ଟିମ ବୋଲି କହିଛନ୍ତି  RGH ନିର୍ଦ୍ଦେଶକ ଆନନ୍ଦ ଗୋପାଳ ମହାନ୍ତି ।

ସେହିପରି ପୁରୀ ସଦର ମୁଖ୍ୟ ଚିକତ୍ସାଳୟରେ ଅଗ୍ନିଶମ ବିଭାଗ ଡେମୋ କରିଛି। କୌଣସି ଅଘଟଣ ବା ଅଗ୍ନିକାଣ୍ଡ ବେଳେ କେମିତି ଆଇସି ୟୁ ରେ ଫସିଥିବା ରୋଗୀଙ୍କୁ ଖାଲି କରାଯିବ ସେନେଇ ସଚେତନ କରାଯାଇଛି। କଟକ ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣା ପରେ ଏବେ ରାଜ୍ୟର ପ୍ରମୁଖ ମେଡ଼ିକାଲ କତୃପକ୍ଷଙ୍କର ପଶିଚି ଚେତା । ଆଗକୁ ଯେମିତି ଏପରି ଘଟଣାକୁ ଏଡାଇହେବ ସେଥିଲାଗି ଅନେକ ମେଡ଼ିକାଲରେ ଚାଲିଛି ଯାଞ୍ଚ ପ୍ରକ୍ରିୟା। 

ପଢନ୍ତୁ ଏହି ଖବର: ବଡ଼ ମେଡିକାଲରେ ବଡ଼ ଅଘଟଣ; ବାରମ୍ବାର ଦୁର୍ଘଟଣା ସତ୍ତ୍ଵେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire fighting | SCB Medical Fire Tragedy: Odisha Govt Reviews Hospital Fire Safety After 12 Deaths | Argus News