|
logo
Live

Argus News - ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ

Odisha

ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ

Jitendra Dash
Browse all articles by Jitendra Dash
·2 years ago·1 min read
ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ

ଅର୍ଗସ ବ୍ୟୁରୋ : ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ । ଥମୁନି ଆମ ଓଡିଶା ନବୀନ ଓଡିଶା ବ୍ୟାଗ ପୋଡି । ବିଭିନ୍ନ ସ୍ଥାନରୁ ଆସୁଚି ମାଳ ମାଳ ଚିତ୍ର । ଯାହାକୁ ନେଇ ରାଜ୍ୟରେ ଚାଲିଛି ଯୋରଦାର ବିରୋଧ । କେତେ ବେଳେ ବିଜେଡ଼ିର ବ୍ୟାଗକୁ ପୋଡ଼ି ତ, କେତେବେଳେ ଟମୋଟୋ ମାଡ଼ ପୁଣି କେତେବେଳେ କାଳି ମାଡ଼ । ଏବେ ପୁଣି ସାରା ରାଜ୍ୟରେ ଚାଲିଛି ୫ଟି ବ୍ୟାଗ ପୋଡ଼ିବା ପର୍ବ  ।

ଯାହାକୁ ଜୋରଦାର ବିରୋଧ କରିଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଲ୍ଲିସାହି ପଞ୍ଚାୟତର ଲୋକେ । ରାଜ୍ୟ ସରକାରଙ୍କ ଭୂଆଁ ବୁଲା ପ୍ରଚାରକୁ ଜବାବ୍ ଦେବା ଆରମ୍ଭ କଲେଣି ଓଡ଼ିଶାର ସାଧାରଣ ଲୋକେ । ଯୋଉଠି ଦେଖିବେ ସବୁଠୁ ଜଳୁଛି ନବୀନଙ୍କ ବ୍ୟାଗ । ତେବେ ଗତ କାଲି ଦେଖିବାକୁ ମିଳିଥିଲା କଟକ ଜିଲ୍ଲାରେ । ଲୋକ ମାନେ ଏକଜୁଟ ହୋଇ ଆମ ଓଡିଶା ନବୀନ ଓଡିଶା ବ୍ୟାଗରେ ନିଆଁ ଲଗାଇଇଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କହିଛନ୍ତି, ଏ ତାମିଲ ସାଶନ ଓ ତାମିଲ ବ୍ୟାଗ ଆମ ରାଜ୍ୟରେ ଆଉ ଚାଲିବ ନାହିଁ । ଡ଼ିଲର ମାଧ୍ୟମରେ ସରକାର ଦେଉଥିବା ବ୍ୟାଗକୁ ଆମେ ଗ୍ରହଣ କରିବୁ ନାହିଁ  ବୋଲି କହିଛନ୍ତି । ଫାଇଭ-ଟି ମାଧ୍ୟମରେ ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବା ସହ ଦୁର୍ନୀତର ଚରମ ସୀମାରେ ରାଜ୍ୟ ସରକାର ସେଥିପାଇଁ ଲୋକ ଏମିତି ପ୍ରତିବାଦ କରିଥିବା କହିଛନ୍ତି ।
 

Sponsored
ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ | Argus News