|
logo
Live

Argus News - କଟକରେ ବିଜେଡି ବନାମ ଅରିନ୍ଦମ

Odisha

କଟକରେ ବିଜେଡି ବନାମ ଅରିନ୍ଦମ

Jitendra Dash
Browse all articles by Jitendra Dash
·2 years ago·2 min read
କଟକରେ ବିଜେଡି ବନାମ ଅରିନ୍ଦମ

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜିଡ଼ି ରାଜନୀତି ସେତେ ସରଗମ ହୋଇଛି । କିଏ ୨୪ ଟିକେଟ ହାତେଇବ ସେନେଇ ଆରମ୍ଭ ହେଲେଣି ପ୍ରତିଯୋଗିତା । କଟକ ବାରବାଟୀ ବିଧାନସଭା ନିର୍ବାଚନୀ ମଣ୍ଡଳୀ ଟିକେଟ ପାଇବା ପାଇଁ ଅରିନ୍ଦମ, ଦେବାଶିଷଙ୍କ ସହ ସୁବାସ ସିଂଙ୍କ କସରତ । 

ନେତାଜୀ ଜୟନ୍ତୀ ଅବସରରେ କଟକ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଉ ଏହି ସବୁ କାର୍ଯ୍ୟକ୍ରମରେ ବିଜେଡିର ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାୟ ଗୋଟିଏ ପଟେ ଥିବାବେଳେ ଅନ୍ୟପଟେ ଥିଲେ କଟକ ବାରବାଟିର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ହେଲେ ସନ୍ଧ୍ୟା ବେଳେ ଉଭୟ ନେତା ପଦଯାତ୍ରା ଓ ମଶାଲ ଶୋଭାଯାତ୍ରା ମାଧ୍ୟମରେ କରିଥିଲେ ନିଜ ନିଜର ଶକ୍ତି ପ୍ରଦର୍ଶନ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଉଭୟ ନେତାଙ୍କ ଏହି କାର୍ଯ୍ୟକ୍ରମ ଆଗାମୀ ନିର୍ବାଚନ ପାଇଁ ଖୋରାକ ଯୋଗାଇଛି । ଦଳ ଏ ପର୍ଯ୍ୟନ୍ତ କାହାକୁ ଟିକେଟ ଦେବ ତାହା ସ୍ପଷ୍ଟ କରିନାହିଁ । ହେଲେ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିକେଟ ପାଇବା ପାଇଁ ଆଶାବାଦୀ ଅଛନ୍ତି ଦେବାଶିଷ, ଅରିନ୍ଦମ ଓ ବର୍ତ୍ତମାନ କଟକ ମହାନଗର ନିଗମର ଥିବା ମେୟର ସୁବାସ ସିଂ । ୨୦୦୯ ଓ ୨୦୧୪ ନିର୍ବାଚନରେ ଦୁଇ ଦୁଇ ଥର ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦେବାଶିଷ ଆଗାମୀ ନିର୍ବାଚନରେ ପୁଣି ଥରେ ଟିକେଟ ପାଇବା ଆଶାରେ ଅଛନ୍ତି ।

୨୦୨୨ ମସିହାରେ ହୋଇଥିବା ପୌର ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀରୁ ଅଧିକ ମାତ୍ରାରେ କର୍ପୋରେଟର ଜିତେଇବାରେ ସଫଳ ହୋଇଥିଲେ ଦେବାଶିଷ । ଅନ୍ୟପଟେ, ଅରିନ୍ଦମ ଏବେ କଟକର ବିଭିନ୍ନ ଦଳର ନେତାଙ୍କ ସହ ଭେଟି ଫଟୋ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରୁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ମଧ୍ୟ ଦେଉଛନ୍ତି । 
 

Sponsored
କଟକରେ ବିଜେଡି ବନାମ ଅରିନ୍ଦମ | Argus News