Odisha Politics / ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ,୨୦୧୯ରୁ ୨୦୨୪ ମଧ୍ୟରେ ଲୋକ ଦେଖୁଥିଲେ କିଏ ସବଳ ଓ କିଏ ଦୁର୍ବଳ
·1 month ago·3 min read

Key Points
ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ
ବିରୋଧୀଙ୍କ ଦୁର୍ବଳ ମୁଖ୍ୟମନ୍ତ୍ରୀ କଟାକ୍ଷକୁ କାଉଣ୍ଟର
ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ସିଏମଙ୍କ କାଉଣ୍ଟର ଆଟାକ
ବିଜେଡି ନେତା ଲୁଙ୍ଗି ପିନ୍ଧିବା ଦ୍ବାରା କେବଳ ଖୋର୍ଦ୍ଦା ଲୁଙ୍ଗିର ଵିଜ୍ଞାପନ ଭଲ ହୋଇଛି

ଅପରାଧୀଙ୍କ ପ୍ରତି ପୂର୍ବ ସରକାର ସମୟରେ ଥିବା କୋହଳ ମନୋଭାବ, ପ୍ରେମ ଓ ରାଜନୈତିକ ସୁରକ୍ଷାର ଅନ୍ତ ଘଟିସାରିଛି। ପୂର୍ବରୁ ପୁଲିସର ହାତକୁ ପିଠି ପଛରେ ବାନ୍ଧି ଦେଇ ଅପରାଧୀଙ୍କ ବିରୋଧରେ ଲଢ଼େଇ କରିବାକୁ କୁହାଯାଉଥିଲା। କିନ୍ତୁ ମୁଁ ତାଙ୍କୁ ଏହି ବନ୍ଧନରୁ ମୁକ୍ତ କରିଦେଇଛି। ଆଜି ପୁଲିସ ବିନା ରାଜନୈତିକ ଚାପରେ ଆଇନର ମର୍ଯ୍ୟାଦା ଭିତରେ ରହି କାର୍ଯ୍ୟ କରୁଛି। ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖିଲା ବେଳେ ବିରୋଧୀ ଦଳକୁ ଏମିତି ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁଲିସକୁ ପ୍ରଶଂସା କରି କହିଛନ୍ତି, ଗତ ୨୧ ମାସରେ ଓଡ଼ିଶା ପୁଲିସ ପ୍ରଶଂସନୀୟ କାର୍ଯ୍ୟ କରି ଶାନ୍ତିପ୍ରିୟ ରାଜ୍ୟର ପରିଚୟକୁ ବଜାୟ ରଖିଛି।
ବିଧାନସଭାରେ ବିରୋଧୀମାନେ ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ ବୋଲି ଆକ୍ଷେପ କରିଥିଲେ। ଏହାର ଜବାବ ରଖିଛନ୍ତି ଶ୍ରୀ ମାଝୀ। ସେ କହିଛନ୍ତି, ୨୦୧୯ରୁ ୨୦୨୪ ମଧ୍ୟରେ ଲୋକ ଦେଖୁଥିଲେ କିଏ ସବଳ ଓ କିଏ ଦୁର୍ବଳ ହେଉଛି। ମୁଖ୍ୟମନ୍ତ୍ରୀ ଦୁର୍ବଳ ହେଉଥିଲେ। ଜଣେ ସବଳ ସ୍ବାସ୍ଥ୍ୟ ମନ୍ତ୍ରୀ ଉଠୁଥିଲେ। କିନ୍ତୁ ତାଙ୍କୁ ହତ୍ୟା କରାଗଲା। ସେହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେଲା ନାହିଁ। ୧୬ ତାରିଖ(ରାଜ୍ୟସଭା ନିର୍ବାଚନ)ର ଘଟଣାକୁ ନେଇ ବିରୋଧୀ ବିବ୍ରତ ଅଛନ୍ତି। ସେଦିନ ବିଧାୟକମାନେ ନୀଳ ରଙ୍ଗର ଲୁଙ୍ଗି ପିନ୍ଧିକି ବି କିଛି ଲାଭ ହେଲା ନାହିଁ। ତେବେ ଖୋର୍ଦ୍ଧା ଲୁଙ୍ଗିର ଯାହା ପ୍ରଚାର ହେଲା। ଆଉ କିଛି ହେଲା ନାହିଁ। ରାଜ୍ୟସଭା ନିର୍ବାଚନ ଓ ପୂର୍ବରୁ ନୂଆପଡ଼ା ଉପନିର୍ବାଚନର ଫଳାଫଳ ସମସ୍ତେ ଦେଖିଥିଲେ। ଏଥିରୁ କିଏ ଦୁର୍ବଳ, କିଏ ସବଳ ତାହାର ସଂଜ୍ଞା ରାଜ୍ୟବାସୀ ନିରୂପଣ କରିବେ।
ଏଥିସହ ପଢ଼ନ୍ତୁ: ଉପସ୍ଥାପିତ ହେଲା ଶ୍ୱେତପତ୍ର,ବାମପନ୍ଥୀ ଉଗ୍ରବାଦ ଓ ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ କମିଛି
ମୁଖ୍ୟମନ୍ତ୍ରୀ କହିଥିଲେ, ବିରୋଧୀ ଦଳ ପକ୍ଷରୁ ମହିଳା ହିଂସାକୁ ନେଇ ଅନେକ ତମ୍ବିତୋଫାନ କରାଯାଉଛି, ଯେପରି ଆମ ସମୟରେ ମହିଳା ହିଂସା ଆରମ୍ଭ ହୋଇଥିଲା।
ମୁଁ ସ୍ପଷ୍ଟ କରୁଛି ଯେ ମହିଳାଙ୍କ ବିରୋଧରେ ଗୋଟିଏ ବି ହିଂସା କି ନିର୍ଯାତନା ମୋ ପାଇଁ ଗ୍ରହଣୀୟ ନୁହେଁ। ଆମ ସରକାର ଦୃଢ଼ ହସ୍ତରରେ ମହିଳାଙ୍କ ବିରୋଧରେ ହିଂସାକୁ ରୋକିବା ପାଇଁ କାର୍ଯ୍ୟ କରୁଛନ୍ତି। ୨୪ ବର୍ଷର ତଥାକଥିତ ସୁଶାସନ ସମୟରେ ମହିଳା ହିଂସା ବିରୋଧରେ ଦଣ୍ଡହାର ଲଜ୍ଜାଜନକ ଥିଲା। ୨୦୨୨ ମସିହାରେ ମହିଳା ହିଂସା ବିରୋଧରେ ଦଣ୍ଡବିଧାନ ହାର ଥିଲା ମାତ୍ର ୯.୨%। ୨୦୨୩ରେ ତାହା କମି ୬.୭%କୁ ଖସିଆସିଲା। କିନ୍ତୁ ୨୦୨୫ ମସିହାର ପ୍ରଥମ ଛଅ ମାସରେ ମହିଳା ହିଂସା ଅପରାଧୀଙ୍କ ବିରୋଧରେ ଦଣ୍ଡବିଧାନ ହାର ୪୧ ପ୍ରତିଶତ ହୋଇଛି। ଜୁନ ମାସରେ ଏହା ୬୨%କୁ ବୃଦ୍ଧି ପାଇଛି। ଏହି ଦଣ୍ତବିଧାନ ହାର ବୋଧହୁଏ ସାରା ଦେଶରେ ଅଧିକ। ମହିଳାମାନଙ୍କୁ ମୁଁ ଦୃଢ଼ ପ୍ରତିଶ୍ରୁତି ଦେଉଛି ଯେ ସେମାନଙ୍କ ବିରୋଧରେ ହିଂସା ଓ ନିର୍ଯାତନା ଘଟାଉଥିବା ଅପରାଧୀଙ୍କ ସ୍ଥାନ ସଭ୍ୟ ସମାଜରେ ନୁହେଁ, ଜେଲ୍ରେ।
ସାଇବର ଅପରାଧର ଭୟାବହତାକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ, ସାଇବର ଅପରାଧ ଏକ ବଡ଼ ଆହ୍ବାନ ଭାବେ ଛିଡ଼ା ହୋଇଛି। ଟେକ୍ନୋଲୋଜି ଆମକୁ ଅନେକ ସୁବିଧା ଦେଇଛି ସତ। କିନ୍ତୁ ଏହାକୁ ବ୍ୟବହାର କରି ଅପରାଧୀମାନେ ଅପରାଧ ଘଟାଇ ଚାଲିଛନ୍ତି। ଅର୍ଥନୈତିକ ଠକେଇ ଓ ଯୌନ ନିର୍ଯାତନା ଏବେ ଚିନ୍ତାର କାରଣ ପାଲଟିଛି। ଆମ ସରକାର ଏହି ଆହ୍ବାନକୁ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମ ପୁଲିସ ବାହିନୀକୁ କୃତ୍ରିମ ବୁଦ୍ଧିମତ୍ତା ଓ ଡାଟା ଆନାଲିଟିକ୍ସ ପରି ଆଧୁନିକ ଜ୍ଞାନକୌଶଳରେ ଦକ୍ଷ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସାଇବର ଅପରାଧକୁ ରୋକିବା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ସଚେତନତା। ସମସ୍ତେ ସଚେତନ ହୋଇ ସାଇବର ସ୍ପେସକୁ ଦାୟିତ୍ବସମ୍ପନ୍ନ ଭାବେ ବ୍ୟବହାର କରନ୍ତୁ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସରକାର ଶାସନକୁ ଆସିଲା ପରେ ୧୭,୭୯୪ଟି ବିଭିନ୍ନ ବର୍ଗର ପଦ ସୃଷ୍ଟି କରାଯାଇଛି। ପୁଲିସ ବାହିନୀକୁ ଅଧିକ ଦୃଢ଼ କରିବା ପାଇଁ ସରକାର ୩ଟି ଓଏସ୍ଏସ୍ଏଫ୍ ବାଟାଲିୟନ, ୩ଟି ଓଆଇଏସ୍ଏଫ୍ ବାଟାଲିୟନ, ୧୦ଟି ନୂଆ ଓଡ୍ରାଫ ୟୁନିଟ୍, ଗୋଟିଏ ଟ୍ରାଫିକ ଓ ସଡ଼କ ସୁରକ୍ଷା ୱିଙ୍ଗ, ଚଣ୍ଡିଖୋଲରେ ଏସ୍ଡିପିଓ କାର୍ଯ୍ୟାଳୟ, ୨୦ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଓ ଏକ ନୂଆ ପୁଲିସ ଜିଲ୍ଲା ସୃଷ୍ଟି କରିଛନ୍ତି। ପୁଲିସ ଇତିହାସରେ ପ୍ରଥମ ଥର ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତ ଖର୍ଚ୍ଚ ନିମନ୍ତେ ପୁଲିସ ବିଭାଗକୁ ୫୦ କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯାଇଛି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଫଳତା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ, ୨୦୨୪ ଜୁଲାଇରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସକ୍ରିୟ କରାଯାଇଛି। ମୁଁ ନିଜେ ଉପସ୍ଥିତ ରହି ଅଭିଯୋଗ ଶୁଣୁଛି। ଗତ ବର୍ଷ ଏପ୍ରିଲ ମାସରେ ରାଜ୍ୟ ମୁଖ୍ୟାଳୟ ବାହାରେ ସମ୍ବଲପୁରରେ ବି ଅଭିଯୋଗ ଶୁଣାଣି କରାଯାଇଥିଲା। ଆଗାମୀ ଦିନରେ କଳାହାଣ୍ଡି, ବାଲେଶ୍ବର, ଅନୁଗୁଳ ପରି ଜିଲ୍ଲାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯିବ।
ପଢନ୍ତୁ ଏହି ଖବର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ, ୨୦ କୋଟି କ୍ଷତି
ଓଡ଼ିଶାର ଯୁବବର୍ଗଙ୍କୁ ଚାକିରି ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଉଛି। ଆମ ସରକାର ଆସିବା ପରେ ୨୬ଟି ବିଭାଗରେ ୩୯,୫୦୫ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଅବଶିଷ୍ଟ ଖାଲି ଥିବା ୯୨,୫୬୩ଟି ମୂଳ ପଦବି ମଧ୍ୟରୁ ୩୭,୬୪୧ଟି ପଦବିରେ ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ କରିବା ନିମନ୍ତେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories