କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣୀ ଗିରଫ, ୫ଟି ସ୍ଥାନରେ ଚଢ଼ାଊ କରିଥିଲା ଭିଜିଲାନ୍ସ

Key Points
କଟକ ସିଟି ହସ୍ପିଟାଲ୍ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର କିଶୋରଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଖୋଳତାଡ଼ କରିବା ପରେ ଶନିବାର ଗିରଫ କରିଛି ।
କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବରିଷ୍ଠ ସହାୟକ ଗିରଫ । କଟକ ସିଟି ହସ୍ପିଟାଲ୍ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର କିଶୋରଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଖୋଳତାଡ଼ କରିବା ପରେ ଶନିବାର ଗିରଫ କରିଛି । ତାଙ୍କୁ କଟକ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।
ଭିଜିଲାନ୍ସ ଚଢ଼ାଉ ବେଳେ କିଶୋର କୁମାର ସାହାଣୀଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି । କିଶୋରଙ୍କ ୨ଟି କୋଠା ଥିବା ବେଳେ ଉଚ୍ଚ ମୂଲ୍ୟର ୧୯ଟି ପ୍ଲଟ୍, ୩ ଲକ୍ଷ ୩୦ ହଜାର ନଗଦ ଟଙ୍କା, ୧୩୫ ଗ୍ରାମ ସୁନା ଅଳଙ୍କାର, ୫୫ ଲକ୍ଷ ୪୮ ହଜାର ଜମା ଆଦି ଭିଜିଲାନ୍ସ ଠାବ କରିଛି । ତେବେ ଏତେ ସମ୍ପତ୍ତି କେମିତି ଠୁଳ କଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି କିଶୋର ସାହାଣୀ ।
ଶୁକ୍ରବାର ଭିଜିଲାନ୍ସ କିଶୋର ସାହାଣୀଙ୍କ ମାମଲାରେ ୫ଟି ସ୍ଥାନରେ ଚଢ଼ାଉ କରିଥିଲା । କିଶୋରଙ୍କ ଜୋବ୍ରା ସ୍ଥିତ ଘର, ଦେଉଳ ସାହି ଶ୍ଵଶୁର ଘର, CDMO ଅଫିସ୍, ଚୌଦ୍ଵାରରେ ଥିବା ଫାର୍ମ, କିଶୋରନଗରରେ ଥିବା ଅନ୍ୟ ଏକ ଘରେ ରେଡ୍ ହୋଇଥିଲା । ଚଢ଼ାଉରେ ୯ ଜଣ DSP, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ASI ସାମିଲ୍ ଥିଲେ ।