|
logo
Live
Argus News App
GET APP

Argus News - କଟକରେ କୋହଳ ହେବ କି କର୍ଫ୍ୟୁ ? ପୋଲିସ କମିଶନର କହିଲେ...

Odisha

cuttack curfew news / କଟକରେ କୋହଳ ହେବ କି କର୍ଫ୍ୟୁ ? ପୋଲିସ କମିଶନର କହିଲେ...

Sushanta Sahoo
Browse all articles by Sushanta Sahoo
·5 months ago·2 min read
କଟକରେ କୋହଳ ହେବ କି କର୍ଫ୍ୟୁ ? ପୋଲିସ କମିଶନର କହିଲେ...

Key Points

ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଉପରେ କଟକଣା ଜାରି ରହିଛି । କର୍ଫ୍ୟୁ, କଟକଣା ଭିତରେ ଭାଇଚାରାର ସହର କଟକରେ ସ୍ଵାଭାବିକ ହେଉଛି ସ୍ଥିତି । ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

କଟକ: କଟକରେ ଲାଗି ଥିବା କର୍ଫ୍ୟୁ ଅବଧି ଆଜି ସକାଳ ୧୦ଟାରେ ସରୁଛି । ବନ୍ଦ ରହିଛି ଇଣ୍ଟରନେଟ୍ । ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଉପରେ କଟକଣା ଜାରି ରହିଛି । କର୍ଫ୍ୟୁ, କଟକଣା ଭିତରେ ଭାଇଚାରାର ସହର କଟକରେ ସ୍ଵାଭାବିକ ହେଉଛି ସ୍ଥିତି । ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।


ରବିବାର ରାତିରୁ କଟକରେ କର୍ଫ୍ୟୁ ଲାଗିଥିବା ବେଳେ ସୋମବାର କର୍ଫ୍ୟୁ ବେଳେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ସହରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ଆମେ ସ୍ଥିତିକୁ ଅନୁଧ୍ୟାନ କରୁଛୁ । କୌଣସି ଉପଦ୍ରବ କର୍ଫ୍ୟୁ ସମୟରେ ଦେଖା ଯାଇନାହିଁ । କେହି ବିଶୃଙ୍ଖଳା କଲେ ଦୃଢ଼ ହସ୍ତରେ ଦମନ କରାଯିବ । ଶାନ୍ତି ବଜାୟ ରହିଲେ କର୍ଫ୍ୟୁ ବଢ଼ାଯିବ ନାହିଁ ।"


ଏଥିସହ ପଢ଼ନ୍ତୁ: କଟକରେ କାହିଁକି ଘଟିଲା ହିଂସା ? ଖୋଲି କହିଦେଲେ ଭର୍ତ୍ତୃହରି ମହତାବ, ସୋଫିଆ କହିଲେ ହେଉ କାର୍ଯ୍ୟାନୁଷ୍ଠାନ


ସ୍ଥିତି ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ। ସେ କହିଛନ୍ତି, "ଆଜି ଦିନ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି । କେତେ ସମୟ କୋହଳ କରାଯିବ ଆଜି ନିଷ୍ପତ୍ତି ନିଆଯିବ । ହିଂସାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣରେ କୌଣସି ସମସ୍ୟା ନାହିଁ ।"


କଟକ ମହାନଗର ନିଗମ, CDA ଓ ୪୨ ମୌଜା ଅଞ୍ଚଳରେ କର୍ଫ୍ୟୁ ପ୍ରତିବନ୍ଧକ ଲାଗୁ ରହିଛି । ରବିବରା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ଲଗା ଯାଇଥିବା ବେଳେ ଆଉ ୨୪ ଘଣ୍ଟା କଟକଣା ବୃଦ୍ଧି କରାଯାଇଛି । ତେବେ ଆଜି ଦିନ ୧୦ଟାରେ କର୍ଫ୍ୟୁ ସରୁଥିବା ବେଳେ ଆଉ ଅବଧି ବଢ଼ିବ ନା କୋହଳ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା, ଆସନ୍ତାକାଲି ସନ୍ଧ୍ୟା ଯାଏଁ ରହିବ ବନ୍ଦ


କଟକ ହିଂସା ଘଟଣାରେ ଏଯାବତ୍ ୮ ଜଣ ଗିରଫ ହୋଇଥିବା ବେଳେ ପୋଲିସ ରୁଜୁ କରିଛି ୩ଟି ମାମଲା । ରବିବାର ରାତିରୁ ସହରରେ କର୍ଫ୍ୟୁ ଜାରି ରହିଥିବା ବେଳେ ଏବେ ସ୍ଥିତି ଧିରେ ଧିରେ ସ୍ଵାଭାବିକ ହେବାରେ ଲାଗିଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।



ପୋଲିସ କମିଶନର କହିଛନ୍ତି, "ଗତକାଲିର ଘଟଣାରେ ସମ୍ପୃକ୍ତ ହିଂସାକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଛି । ସ୍ଥିତି ସୁଧୁରୁଥିବା ବେଳେ ଶୀଘ୍ର ସବୁକିଛି ସାଧାରଣ ହୋଇଯିବ । ଯିଏ ବି ହିଂସା ଭିଆଇବ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।"

Sponsored
cuttack curfew news: କଟକରେ କୋହଳ ହେବ କି କର୍ଫ୍ୟୁ ? ପୋଲିସ କମିଶନର କହିଲେ... | Argus News