Videos
|
Odisha

12ଦିନର ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା କଟକ CWC

Ritu Das
Browse all articles by Ritu Das
·2 years ago
12ଦିନର ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା କଟକ CWC

ଅର୍ଗସ ବ୍ୟୁରୋ: 12ଦିନର ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା କଟକ ସିଡବ୍ଲ୍ୟୁସି। ସୂଚନା ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ପଣସପୁର ପଞ୍ଚାୟତ, ଅରଗଳିଆ ଗାଁରୁ ୧୨ ଦିନର ନବ ଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି କଟକ ଜିଲ୍ଲା ସିଡବ୍ଲ୍ୟୁସି। ଚୋରି ଅଭିଯୋଗକୁ ସନ୍ଦେହ କରି ଉକ୍ତ ଗାଁର ସୁଦାମ ସାହୁଙ୍କ ପୁଅ ବାପି ସାହୁ ଏକ ଶିଶୁକନ୍ୟାକୁ କେଉଁ ଠାରୁ ଆଣିଥିବା ନେଇ CWC ଅଫିସକୁ ସୂଚନା ମିଳିବା ପରେ ମାହାଙ୍ଗା ପୋଲିସର ଉପସ୍ଥିତିରେ CWC ପକ୍ଷରୁ ତଦନ୍ତ କରାଯାଇ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। 

CWC ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଶିଶୁକନ୍ୟାକୁ ତାଙ୍କ ସମ୍ପର୍କୀୟ ମାନଙ୍କ ପାଖରୁ ଆଣିଥିବା ନେଇ କହିଥିଲେ ପରିବାର ଲୋକେ। ଆମେ ସଠିକ କାଗଜ ପତ୍ର ଯାଞ୍ଚ କଲା ପରେ ପିଲାଟିକୁ ହସ୍ତାନ୍ତର କରାଯିବା ନେଇ CWCର ଚେୟାରମ୍ୟାନ ପ୍ରମୋଦ କୁମାର ଆଚାର୍ଯ୍ୟ ପତିକ୍ରିୟା ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cuttack CWC rescues | Argus News