Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଖରୀରେ ବୁଡି ଗଲେ ୧୦ ବର୍ଷର ଦୁଇ ନାବାଳିକା

Jitendra Dash
Browse all articles by Jitendra Dash
·2 years ago·1 min read
ପୋଖରୀରେ ବୁଡି ଗଲେ ୧୦ ବର୍ଷର ଦୁଇ ନାବାଳିକା

ଅର୍ଗସ ବ୍ୟୁରୋ : ଯମ ଚାହିଁ ବସିଥିଲ । ପୋଖରୀ ପାଣିରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁରେ । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ । କୁରାଙ୍ଗ ପ୍ରଧାନ ଗାଁର ଅସ୍ରଫ ଅହମଦଙ୍କର ୧୦ ବର୍ଷର ଝିଅ ସାଫିୟା ଖାତୁନ ଓ ରାଜେଶ ସାହାଣୀଙ୍କର ୧୦ ବର୍ଷର ଝିଅ ନନ୍ଦିନୀ କୁମାରୀ କୁରାଙ୍ଗ ପଞ୍ଚାୟତ ଫଳ ବଗିଚା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । 

କିନ୍ତୁ ଆଉ ଫେରି ନ ଥିଲେ । ଘରକୁ ନ ଫେରିବା ଦେଖି ପରିବାର ଲୋକ ଖୋଜବାକୁ ଯାଇଥିଲେ । ଦେଖିଲା ବେଳକୁ ପୋଖରୀରେ ବୁଡ଼ୁ ଯାଇଥିଲେ ଦୁଇ ଜଣ । ତାଙ୍କୁ ଗୁରୁତ୍ବର ଅବସ୍ଥାରେ ଉଦ୍ଧାର କରି ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।‌ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ କଟକ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଖବର ପ୍ରସାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ନାବାଳିକାଙ୍କ ମୃତ୍ୟୁ ଦେହ ବ୍ୟବଚ୍ଛେଦ ପାଇଁ କଟକ ସଦର ପୋଲିସ କଟକ ଏସଏସବି ମେଡିକାଲ ପଠାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack Drowning Case | Argus News