Cuttack Durga Puja Clash / କଟକ ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ଆକ୍ସନ

Key Points
କଟକ ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ଆକ୍ସନ
ହାତୀପୋଖରୀ ଓ କଦମ ରସୁଲରେ କମିଶନରେଟ୍ ପୋଲିସର ରେଡ୍
ଘର ଘର ବୁଲି ଯାଞ୍ଚ କଲେ କେନ୍ଦ୍ରୀୟ ଫୋର୍ସ ସହ ପୋଲିସ ଟିମ୍
ସିଲଭର ସିଟିରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଜାରି ରଖିଛି ଉଦ୍ୟମ। ଭସାଣି ସମୟ ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପୂର୍ବରୁ ଛଅ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତିନି ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ରେ ଏପର୍ଯ୍ୟନ୍ତ ମୋଟ ନଅ ଜଣଙ୍କୁ ଗିରଫ କରାଯାଇଛି।। ଆଜି ହାତୀ ପୋଖରୀ ଓ କଦମ ଏ ରସୁଲ ଅଞ୍ଚଳ ରେ ପୋଲିସ ଘରେ ଘରେ ଯାଇ ସର୍ଚ୍ଚ ଅପରେସନ କରିଛି। କେନ୍ଦ୍ରୀୟ ପୋଲିସ ବଳ ସହ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ଘରେ ଯାଞ୍ଚ କରାଯାଇଛି।
ଦଶହରା ଭସାଣି ଗଣ୍ଡଗୋଳ ଓ ପରବର୍ତ୍ତୀ ହିଂସା କାଣ୍ଡ ତାତି ଏବେବି କଟକରେ କମି ନାହିଁ। ଏହାରି ଭିତରେ କାଳୀ ପୂଜା ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ପୂଜା କମିଟି। ପୂଜା କମିଟି ପକ୍ଷରୁ ମା ଙ୍କ ମୂର୍ତ୍ତି ପାଇଁ ନଡ଼ା ବନ୍ଧା କାମ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମଣ୍ଡପ ରେ ମା ଙ୍କ ମାଟି କାମ ମଧ୍ୟ ହେଲାଣି।ହେଲେ କଟକ ସହର ରେ ଘଟିଯାଇଥିବା ହିଂସା କୁ ନେଇ ସମସ୍ତେ ସଙ୍କା ଭିତରେ ରହିଛନ୍ତି।କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍ ନଂ ଜାରି କରାଯାଇଛି। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ୭୩୨୮୦୭୭୩୨୪/୮୪୮୦୫୧୩୦୦୭ ମୋବାଇଲ୍ ନଂ ରେ ଜଣାଇବାକୁ କହୁହାଯାଇଛି । ସେଭଳି ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ପଢ଼ନ୍ତୁ: କୋହଳ ହେଲା କଟକରେ କର୍ଫ୍ୟୁ କଟକଣା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ
📱 Get Argus News App
✨ଦଶହରା ପରେ ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା । ଅନ୍ୟପଟେ କଟକରେ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଭାଇଚାରାର ସହରରେ ଫେରିଛି ଶାନ୍ତି । ୩୬ ଘଣ୍ଟା ପରେ କଟକରୁ କର୍ଫ୍ୟୁ ହଟିଛି । ତେବେ ଜାରି ରହିଛି ପୋଲିସ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନରେ ଏବେ ବି ଫୋର୍ସ ମୁତୟନ ଅଛନ୍ତି । ପୋଲିସ କମିଶନର କହିଥିଲେ, କଟକଣା ସମୟରେ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି । ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ କରାଯାଇଥିଲା । ବର୍ତ୍ତମାନ ଏହି ଘଟଣାରେ ଅଧିକରା ଅଧିକ ତଦନ୍ତ ଚାଲିଛି। ଆଜି ମଧ୍ୟ ୩ ଜଣଙ୍କ ଗିରଫ କରିଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories