Curfew In Cuttack / କୋହଳ ହେଲା କଟକରେ କର୍ଫ୍ୟୁ କଟକଣା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ

Key Points
ରବିବାର ରାତି ୧୦ଟାରୁ ଲାଗିଥିବା କର୍ଫ୍ୟୁ ଅବଧି ମଙ୍ଗଳବାର ଦିନ ୧୦ଟା ପର୍ଯ୍ୟନ୍ତ ଥିଲା । କିନ୍ତୁ ଦିନ ୧୦ଟା ସୁଦ୍ଧା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସି ନାହିଁ । ତେଣୁ କଟକରେ କର୍ଫ୍ୟୁ କଟକଣା କୋହଳ ହୋଇଥିବା ବେଳେ ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।
କଟକ: ୩୬ ଘଣ୍ଟା ପରେ କଟକରୁ କର୍ଫ୍ୟୁ ହଟିଛି । ରବିବାର ରାତି ୧୦ଟାରୁ ଲାଗିଥିବା କର୍ଫ୍ୟୁ ଅବଧି ମଙ୍ଗଳବାର ଦିନ ୧୦ଟା ପର୍ଯ୍ୟନ୍ତ ଥିଲା । କିନ୍ତୁ ଦିନ ୧୦ଟା ସୁଦ୍ଧା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସି ନାହିଁ । ତେଣୁ କଟକରେ କର୍ଫ୍ୟୁ କଟକଣା କୋହଳ ହୋଇଥିବା ବେଳେ ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । କର୍ଫ୍ୟୁ, କଟକଣା ଭିତରେ ଭାଇଚାରାର ସହର କଟକରେ ସ୍ଵାଭାବିକ ହେଉଛି ସ୍ଥିତି । ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।
ରବିବାର ରାତିରୁ କଟକରେ କର୍ଫ୍ୟୁ ଲାଗିଥିବା ବେଳେ ସୋମବାର କର୍ଫ୍ୟୁ ବେଳେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ । ସୋମବାର ରାତିରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଥିଲେ, "ସହରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ଆମେ ସ୍ଥିତିକୁ ଅନୁଧ୍ୟାନ କରୁଛୁ । କୌଣସି ଉପଦ୍ରବ କର୍ଫ୍ୟୁ ସମୟରେ ଦେଖା ଯାଇନାହିଁ । କେହି ବିଶୃଙ୍ଖଳା କଲେ ଦୃଢ଼ ହସ୍ତରେ ଦମନ କରାଯିବ । ଶାନ୍ତି ବଜାୟ ରହିଲେ କର୍ଫ୍ୟୁ ବଢ଼ାଯିବ ନାହିଁ ।"
ଏଥିସହ ପଢ଼ନ୍ତୁ: କଟକରେ କୋହଳ ହେବ କି କର୍ଫ୍ୟୁ ? ପୋଲିସ କମିଶନର କହିଲେ...
କଟକ ମହାନଗର ନିଗମ, CDA ଓ ୪୨ ମୌଜା ଅଞ୍ଚଳରେ କର୍ଫ୍ୟୁ ପ୍ରତିବନ୍ଧକ ଲାଗୁ ରହିଛି । ରବିବରା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ଲଗା ଯାଇଥିବା ବେଳେ ଆଉ ୨୪ ଘଣ୍ଟା କଟକଣା ବୃଦ୍ଧି କରାଯାଇଛି । ତେବେ ଆଜି ଦିନ ୧୦ଟାରେ କର୍ଫ୍ୟୁ ସରୁଥିବା ବେଳେ ପ୍ରଶାସନ କୌଣସି ନିର୍ଦ୍ଦେଶ ଦେଇ ନାହିଁ ।
କଟକ ହିଂସା ଘଟଣାରେ ଏଯାବତ୍ ୮ ଜଣ ଗିରଫ ହୋଇଥିବା ବେଳେ ପୋଲିସ ରୁଜୁ କରିଛି ୩ଟି ମାମଲା । ରବିବାର ରାତିରୁ ସହରରେ କର୍ଫ୍ୟୁ ଲାଗିଥିବା ବେଳେ ସ୍ଥିତି ଧିରେ ଧିରେ ସ୍ଵାଭାବିକ ହେବାରେ ଲାଗିଛି ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍
ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା ।
ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି ଥାନା, ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି ।
Related Topics
Explore more stories