Videos
|
Odisha

ଭସାଣିକୁ ସୁରୁଖୁର କରିବାକୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ମେୟର ଓ କମିଶନର

Rashmita Mishra
Browse all articles by Rashmita Mishra
·1 year ago·1 min read
ଭସାଣିକୁ ସୁରୁଖୁର କରିବାକୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ମେୟର ଓ କମିଶନର

ଅର୍ଗସ ବ୍ୟୁରୋ: ଭସାଣିକୁ ସୁରୁଖୁର କରିବାକୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ମେୟର ଓ କମିଶନର। ଦେବୀଗଡ଼ାରେ ପହଞ୍ଚି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। କଟକରେ  ଚଳିତ ବର୍ଷ 170ରୁ ଉର୍ଦ୍ଧ୍ବ ମେଢ଼ ବିସର୍ଜନ ହେବେ। ସେଥିମଧ୍ୟରୁ ଦେବୀଗଡା ନିକଟରେ ସହରର 130ରୁ ଉର୍ଦ୍ଧ୍ବ ମେଢ଼ର ବିସର୍ଜନ କରାଯିବ। ସେନେଇ ଦେବୀଗଡାରେ  ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଥିବା କହିଛନ୍ତି କଟକ ମେୟର ସୁବାସ ସିଂ । ତେବେ ମାଆଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡାରେ 3ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି। ଯେଉଠି ମାଆଙ୍କୁ ବିସର୍ଜନ କରାଜିବ। ଏହାଛଡ଼ା ପରିମଳ ଦୃଷ୍ଟିକୋଣରୁ ସବୁ ଯୋଜନା ହାତକୁ ମଧ୍ୟ ନିଆଯାଇଥିବା ସୂଚନା ଦେଇଛନ୍ତି ମେୟର। ଦର୍ଶକଙ୍କ ସୁବିଧା ପାଇଁ ଦେବୀ ଗଡାରେ ସ୍ଥାୟୀ ପାନୀୟ ଜଳ ଯୋଗାଣଠୁ ଆରମ୍ଭ କରି ଶୌଚାଳୟର ସୁବିଧା କରିବ ସି ଏମ ସି। ଅନ୍ୟପଟେ ପୂଜା ଆରମ୍ଭ ହେବା ପୂର୍ବରୁ ଦେଗିଗଡା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: