Videos
|
Odisha

Crime In Odisha / ଘର ଆଗରୁ ସ୍କୁଟିରେ ବସାଇ ନେଇ ମହାନଦୀ ପଠାରେ ହତ୍ୟା; ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଘର ଆଗରୁ ସ୍କୁଟିରେ ବସାଇ ନେଇ ମହାନଦୀ ପଠାରେ ହତ୍ୟା; ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
Cuttack minor murder investigation

Key Points

କଟକ ତଳ ବାଲିଯାତ୍ରା ପଡ଼ିଆ ମହାନଦୀ କୂଳରେ ଜଣେ ନାବାଳକଙ୍କୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଜଣେ ନାବାଳକ ବୋଲି କହିଛନ୍ତି ଡିସିପି ଋଷିକେଶ ଖିଲାରୀ ।
କଟକ: ନାବାଳକଙ୍କ ଭିତରେ ବଢ଼ୁଛି ହିଂସା । କଥା କଥାରେ ହୋଇ ପଡ଼ୁଛନ୍ତି ଆକ୍ରମଣାତ୍ମକ । ଗତ ୧୮ ତାରିଖରେ କଟକ ତଳ ବାଲିଯାତ୍ରା ପଡ଼ିଆ ମହାନଦୀ କୂଳରେ ଜଣେ ନାବାଳକଙ୍କୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଜଣେ ନାବାଳକ ବୋଲି କହିଛନ୍ତି ଡିସିପି ଋଷିକେଶ ଖିଲାରୀ ।

ଧରା ପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଜଣେ କଲେଜ ଛାତ୍ର । ତାଙ୍କୁ ଭୁବନେଶ୍ୱର ଉପକଣ୍ଠରୁ କଟକ କମିସନରେଟ୍ ପୋଲିସ ଧରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଏହି ଘଟଣାରେ ପୋଲିସ ପୂର୍ବରୁ ଜଣେ ନାବାଳକଙ୍କୁ ଗିରଫ କରିଥିଲା । ସେ ମଧ୍ୟ ଜଣେ କଲେଜର ଛାତ୍ର ।

ଗିରଫ ପରେ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ହତ୍ୟା ପଛରେ ସୋସିଆଲ ମିଡିଆ ଲଭ୍ ଟ୍ରାଙ୍ଗେଲ୍ ଥିବା ପୂର୍ବରୁ ପୋଲିସ କହିଥିଲା । ଗତ ରବିବାର ଦିନ ସକାଳ ସମୟରେ ଘଟିଥିଲା ହତ୍ୟାକାଣ୍ଡ ।

ତ୍ରିକୋଣୀୟ ପ୍ରେମରୁ ନାବାଳକକୁ ହତ୍ୟା କରାଯାଇଥିଲା । ତଳ ବାଲିଯାତ୍ରା ପଡ଼ିଆ ମହାନଦୀ ପଠାରେ ସୁମନ୍ତ ସାହୁକୁ ହତ୍ୟା କରାଯାଇଥିଲା । ହତ୍ୟା ପୂର୍ବରୁ ଦୁଇ ଅଭିଯୁକ୍ତ ରାଜବଗିଚା ଅଞ୍ଚଳରୁ ସ୍କୁଟିରେ ସୁମନ୍ତକୁ ବସାଇ ଆଣିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ବିଜୟାଦଶମୀରେ ବଞ୍ଜାରା ଗ୍ୟାଙ୍ଗ ଆତଙ୍କ, ଭିଡ଼ ଭିତରେ ଚୋରଙ୍କ ଟାର୍ଗେଟ୍‌ରେ ମହିଳା ଓ ଛୋଟ ପିଲା 

ସିସିଟିଭିରେ ଅଭିଯୁକ୍ତ

ସୁମନ୍ତକୁ ଅନ୍ୟ ୨ ନାବାଳକ ସ୍କୁଟିରେ ଡାକି ଆଣିବା ସିସିଟିଭିରେ ରେକର୍ଡ କରାଯାଇଥିଲା । ହତ୍ୟା ପୂର୍ବରୁ ଦୁଇ ନାବାଳକ ଅଭିଯୁକ୍ତ ସକାଳ ୭ଟା ୪୨ ମିନିଟ୍ ସମୟରେ ସୁମନ୍ତକୁ ଏକ ସ୍କୁଟିରେ ବସାଇ ନେଇ ଯାଇଥିବା ଜଣା ପଡ଼ିଥିଲା । ଯାହାପରେ ପୋଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ଜଣଙ୍କୁ ଧରିଥିଲା ।

ପୋଲିସ ଅନୁସାରେ, ରବିବାର ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଛି । ପୂର୍ବରୁ ମଧ୍ୟ ନାବାଳକକୁ ଅଭିଯୁକ୍ତ ଫୋନ ଯୋଗେ ଗାଳି ଗୁଲଜ କରିବା ସହ ଘରକୁ ଆସି ଜୀବନରୁ ମରିଦେବାକୁ ଧମକ ଦେଇଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।

CCTVରେ ଦେଖା ଯାଉଛି, ସ୍କୁଟିରେ ୩ ନାବାଳକ ଏକାଠି ଯାଇଥିଲେ । ଯାହାପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଯୁକ୍ତିତର୍କ ପରେ ହତ୍ୟାକାଣ୍ଡ ଘଟାଇ ସେଠାରୁ ଫେରାର ହୋଇ ଯାଇଥିଲେ ଦୁଇ ନାବାଳକ କଲେଜ ଛାତ୍ର । ମୃତକ ସୁମନ୍ତଙ୍କ ଘର ବାଙ୍କୀ ବ୍ଲକରେ ହୋଇଥିବାବେଳେ କଟକ ରାଜା ବଗିଚା ଅଞ୍ଚଳରେ ତାଙ୍କ ପରିବାର ଭଡ଼ାରେ ରହୁଥିଲେ ।