Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିରେ ଯୋଗଦେଇପାରନ୍ତି ସିନେ ଷ୍ଟାର ସିଦ୍ଧାନ୍ତ

Smruti Parija
Browse all articles by Smruti Parija
·2 years ago·1 min read
ବିଜେପିରେ ଯୋଗଦେଇପାରନ୍ତି  ସିନେ ଷ୍ଟାର ସିଦ୍ଧାନ୍ତ

ଭୁବନେଶ୍ୱର:  ବିଜେପିରେ ଯୋଗଦେଇପାରନ୍ତି ସିଦ୍ଧାନ୍ତ ମହାପାତ୍ର । ସିନେ ଷ୍ଟାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସିଦ୍ଧାନ୍ତ ମହାପାତ୍ର  ବ୍ରହ୍ମପୁରରୁ ୨ ଥର ସାଂସଦ ହୋଇଛନ୍ତି । ସେହିଭଳି ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ବିଜେପିରେ ଯୋଗଦେବା ସମ୍ଭାବନା ରହିଛି । ଆଉ କିଛି ସମୟ ପରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । 

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ରାଜନୈତିକ ସ୍ତରରେ ନେତାଙ୍କ ଦଳ ବଦଳ ଜାରି ରହିଛି । ସିଦ୍ଧାନ୍ତ ମହାପାତ୍ର  ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । 'x'ରେ କୁହାଯାଇଛି ଯେ, କେତେକ ରାଜନେତା ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇ ପାରନ୍ତି । 

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack MP Bhartruhari Mahtab, cine star and former BJD MP Sidhant Mohapatra, Padma Shri Dr Damayanti Beshra likely to join BJP today at the party's HQs in Delhi | Argus News