Paneer Adulteration / ପନିରରେ ମଇଦା ଓ ଡିଟରଜେଣ୍ଟ; ୧୧ ଜଣଙ୍କ ନାଁରେ ଏତଲା ଦେଲା ପ୍ରଶାସନ
·48 mins ago·2 min read

Key Points
କଟକରୁ ଜବତ ହୋଇଥିବା ପନିର ନମୁନାରେ ମଇଦା ଓ ଡିଟରଜେଣ୍ଟ ମିଶିଥିବା ରିପୋର୍ଟ ଆସିବା ପରେ ୧୧ ଜଣଙ୍କ ନାଁରେ ଏତଲା ଦେଇଛି KMC ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି ।
କଟକ: ନିଆଳି ଛେନା ଓ ପନିର ବିବାଦକୁ ନେଇ ରାଜନୀତି ସରଗମ ରହିଛି । କଟକରୁ ଜବତ ହୋଇଥିବା ପନିରରେ ମଇଦା ଓ ଡିଟରଜେଣ୍ଟ ମିଶିଥିବା ସ୍ପଷ୍ଟ ହେବା ପରେ କେଏମସି ପକ୍ଷରୁ ୧୧ ଜଣଙ୍କ ନାଁରେ ଏତଲା ଦିଆଯାଇଛି । ଅନ୍ୟପକ୍ଷରେ, ରାଜ୍ୟରେ ଅପମିଶ୍ରଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
ନିଆଳି ଛେନା ଓ ପନିରକୁ ନେଇ ରାଜ୍ୟ ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ବେହେରାଙ୍କ ବଡ଼ ପ୍ରଶ୍ନ । ତାଙ୍କ କହିବା କଥା ହେଲା, ଯାହା ନାଁ ରେ ଏତେଲା ହେବା କଥା ଦିଆଯାଉ, କିଛି ଅସୁବିଧା ନାହିଁ । ପାଉଡର ଖୋଲାଖୋଲି ବଜାରରେ ବିକ୍ରି ହେଉଛି । ପନିରରେ ମିଶିଲେ ଅସୁବିଧା କ'ଣ ?
ଏଥିସହ ପଢ଼ନ୍ତୁ: ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥାନ୍ତା ତୈଳବାହୀ ଜାହାଜ; ଏମିତି ବଞ୍ଚାଇଲା ତଟରକ୍ଷୀ ବାହିନୀ
ପୋଲିସ ସେମାନଙ୍କୁ ଧରି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ସେ କହିଛନ୍ତି । ଓଡ଼ିଶା ଲ୍ୟାବ ଛାଡ଼ି ବାହାର ଲ୍ୟାବରେ କାହିଁକି ପରୀକ୍ଷା ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ବେହେରା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ କଟକରୁ ଜବତ ହୋଇଥିବା ପନିର ନମୁନାରେ ମଇଦା ଓ ଡିଟରଜେଣ୍ଟ ମିଶିଥିବା ରିପୋର୍ଟ ଆସିବା ପରେ ୧୧ ଜଣଙ୍କ ନାଁରେ ଏତଲା ଦେଇଛି KMC ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । କିଛି କ୍ଷୁଦ୍ର ଚାଷୀ ଓ ଭେଣ୍ଡରଙ୍କ ନାଁରେ ମାମଲା ରୁଜୁ କରିଛି KMC ।
ଗତ ଅଗଷ୍ଟ ୧୯ ତାରିଖରେ କଟକ ମହାନଗର ନିଗମ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧୁପାଟଣା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ୧୩ ଜଣ ବ୍ୟବସାୟୀଙ୍କ ଛେନା ଓ ପନିର ପରୀକ୍ଷାଗାରକୁ ପଠା ଯାଇଥିଲା । ୧୧ ଜଣ ବ୍ୟବସାୟୀଙ୍କ ପନିରରେ ଡିଟରଜେଣ୍ଟ ଓ ମଇଦା ରିପୋର୍ଟରେ ଆସିଥିଲା ।
ଏଥିସହ ପଢ଼ନ୍ତୁ: କଟକ ଯିବନି ନିଆଳି ଛେନା; ଜାଣନ୍ତୁ କାରଣ
ସେପଟେ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଉତ୍ତର ରଖିଛନ୍ତି । ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, "ପନିର ଓ ଛେନା ପାଇଁ ସାରା ରାଜ୍ୟରେ ହୋଇଥିଲା ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ । ଚଢ଼ାଉ କରି କଟକରେ ୭୧ କ୍ଵିଣ୍ଟାଲ୍ ପନିର ନଷ୍ଟ କରାଯାଇଛି । ଅପମିଶ୍ରଣକାରୀଙ୍କ ଉପରେ BNS ଧାରା ୨୭୫, ୩୧୮, ୪୩୫ରେ ଏତଲା କରାଯାଇଛି ।"
ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ ଦୁଇ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ମୋଟ ୪୧୩ଟି ମାମଲା ରୁଜୁ କରାଯାଇଛି । ୭, ୩୯୨ଟି ଲିଗାଲ ସାମ୍ପୁଲ କଲେକ୍ସନ କରାଯାଇଛି । ବିଏମସି, ସିଏମସି ଓ ଅନ୍ୟ ସ୍ଥାନରେ ଚଢ଼ାଉ ହୋଇଛି । କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ୬୨୧ଟି ଥିଲା ଲିଗାଲ ସାମ୍ପୁଲ ।

Related Topics
Explore more stories