Videos
|
Odisha

Niali No Paneer Supply / ଆସନ୍ତାକାଲି କଟକ ଯିବନି ନିଆଳି ଛେନା; ଜାଣନ୍ତୁ କାରଣ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଆସନ୍ତାକାଲି କଟକ ଯିବନି ନିଆଳି ଛେନା; ଜାଣନ୍ତୁ କାରଣ
Niali No Paneer Supply

Key Points

ଆସନ୍ତା କାଲି କଟକ ଯିବନି ନିଆଳି ଛେନା
ନିଆଳିଛେନାକୁ ଅଶୁଦ୍ଧ କହି ବଦନାମ କରୁଥିବା ଅଭିଯୋଗ
ଆସନ୍ତାକାଲି କଟକ ଯିବନି ନିଆଳି ଛେନା । ନିଆଳି ଯାଦବ ମହାସଭା ଡାକରାରେ ଛେନା ଓ ପନିର ବ୍ୟବସାୟୀମାନେ କାଲି ନିଆଳି ତହସିଲ ସମ୍ମୁଖରେ ଧାରଣା ଦେବେ । ନିଆଳି ଛେନାକୁ ଅଶୁଦ୍ଧ କହି ନିଆଳିକୁ ବଦନାମ୍ କରାଯାଉଛି, ଯାହାକୁ ବିରୋଧ କରିଛନ୍ତି ଯାଦବ ମହାସଭା । ଏନେଇ ଏକ ପ୍ରସ୍ତୁତି ବୈଠକ ମାଧ୍ୟମରେ ସଂଗଠନ ସୂଚନା ଦେଇଛି ।

ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ନିଆଳି ବ୍ଲକ ଉତ୍କଳ ଯାଦବ ମହାସଭାର ସଚିବ ଯୋଗେନ୍ଦ୍ର ଦାସ କହିଛନ୍ତି, "ଆମ କୂଳ ବ୍ୟବସାୟ ପ୍ରତି ଅପମାନ ହୋଇଛି..ଆମ ବାପା ଅମଳରୁ ସର୍ଫ ଗୁଣ୍ଡ କି ଅପମିଶ୍ରଣ କରୁନାହୁଁ । ଆମକୁ ବଦନାମ୍ କରାଯାଉଛି । ଯଦି ପାଉଡର ମିଶେଇବା ନିୟମ ନାହିଁ ତେବେ ସରକାର କାହିଁକି ସେ ପାଉଡର ବ୍ୟବସାୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉନାହିଁ କି ପାଉଡର ବନ୍ଦ କରୁନାହିଁ । ଖୋଲାଖୋଲି ପାଉଡର ଗୋଦାମ ଖୋଲି ବିକ୍ରି ହେଉଛି । ସରକାର ପାଉଡର ଉପରେ ଆକ୍ସନ ନନେଇ ଛୋଟ ବ୍ୟବସାୟୀଙ୍କ ପେଟରେ ନାତ ମାରୁଛନ୍ତି । ତେଣୁ ଏହାକୁ ବିରୋଧ କରି ପ୍ରତିବାଦ ଧାରଣା ଦିଆଯିବ ।"

  • ପନିରରେ ମିଶାଯାଉଛି ଡିଟରଜେଣ୍ଟ
କିଛି ଦିନ ତଳେ କଟକରୁ ଜବତ ହୋଇଥିଲା ୭୩ କୁଇଣ୍ଟାଲ ଅପମିଶ୍ରିତ ପନିର ଓ ଛେନା । ଏଥିରୁ ୪୦ କେଜି ଥିଲା ଛେନା, ଆଉ ୩୩ କେଜି ଥିଲା ପନିର । ପ୍ରଥମେ ସନ୍ଦେହ ଥିଲା ଏଥିରେ ଷ୍ଟାର୍ଚ ମିଶାଯାଉଛି । ହେଲେ ପରୀକ୍ଷା ପାଇଁ ନମୁନା ହରିୟାଣା ଯିବା ପରେ ଯେଉଁ ରିପୋର୍ଟ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଛି । ନିଆଳିରୁ ଜବତ ପନିରରେ ମିଶିଥିଲା ସାଂଘାତିକ ଡିଟରଜେଣ୍ଟ, ଯାହାକୁ ଶସ୍ତା ଇଣ୍ଡଷ୍ଟ୍ରିଆଲ କଷ୍ଟିକ ସୋଡ଼ା ବୋଲି ମଧ୍ୟ କୁହାଯାଏ ।

  • ସ୍ଵାସ୍ଥ୍ୟ ବିଭାଗ ହାତରେ ଲାଗିଛି ପୂରା ପ୍ରମାଣ
ସୂଚନା ଅନୁସାରେ, ନିଆଳିରୁ ୨୬୦ ଚାଷୀ ଓ ୧୧ ଜଣ ବ୍ୟବସାୟୀ କଟକକୁ ଛେନା ଓ ପନିର ପଠାନ୍ତି । ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦ୍ର କୁମାର ଶତପଥୀ କହିଛନ୍ତି, "କିଏ ଏହି ଅପମିଶ୍ରିତ ପନିର ପଠାଉଥିଲା, ତା’ର ପୂରା ପ୍ରମାଣ ମିଳିସାରିଛି । ତାଲିକା ଆମ ହାତରେ ଅଛି, ଏଥରୁ କେହି ଜଣେ ହେଲେ ବି ଛାଡ଼ ପାଇବେ ନାହିଁ ।" ଅପରପକ୍ଷରେ, ନିଆଳି ଚାଷୀ ମଧ୍ୟ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି, ଯଦି ପ୍ରକୃତରେ ତାଲିକା ଅଛି, ତେବେ ତାହାକୁ ତୁରନ୍ତ ସାର୍ବଜନୀନ କରାଯାଉ ଓ କଡ଼ା ଆକ୍ସନ ନିଆଯାଉ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅଧା ହୋଇଯାଇଛି ପନିର ବିକ୍ରି; ଦଲାଲଙ୍କ ପାଇଁ ସଜା ଭୋଗୁଛନ୍ତି ଗୋପାଳ ପରିବାର

  • ଓଡ଼ିଶାରେ କ୍ଷୀର ସଙ୍କଟ
ରାଜ୍ୟରେ ଦିନକୁ ୭୩ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଛି, ଯେଉଁଠି ଦିନକୁ ଆବଶ୍ୟକ ପଡ଼ୁଛି ୧୩୮.୮ ଲକ୍ଷ ଲିଟର କ୍ଷୀର । ଅର୍ଥାତ୍ ଦିନକୁ ୬୫.୮ ଲକ୍ଷ ଲିଟର କ୍ଷୀର ନିଅଣ୍ଟ ପଡ଼ୁଛି । ଏବେ ଓଡ଼ିଶାରେ ଜଣଙ୍କ ପାଇଁ ଉପଲବ୍ଧ ଅଛି ମାତ୍ର ୧୭୮ ଗ୍ରାମ କ୍ଷୀର । ଯେଉଁଠି ICMR ପ୍ରସ୍ତାବ ଅନୁସାରେ ଦିନକୁ ଜଣକୁ ଦରକାର ୩୦୦ ଗ୍ରାମ କ୍ଷୀର । ପୂରା ଓଡ଼ିଶାରେ ଏହି ନିଅଣ୍ଟିଆ ସ୍ଥିତିର ସୁଯୋଗ ନେଇ ବାହାରୁ ଆସୁଛି ପାଉଡର । କ୍ଷୀର ପାଉଡର ନାଁରେ ଅପମିଶ୍ରଣର ବିଷାକ୍ତ ଜାଲ ବିଛାଇଛନ୍ତି ଅସାଧୁ ବ୍ୟବସାୟୀ । ଯେଉଁ ପାଉଡରରୁ ତିଆରି ହେଉଛି ପନିର ଓ ଛେନା ।