|
logo
Live
Argus News App
GET APP

Argus News - ସରିଲା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଜଗା ପାଖରେ ପହଞ୍ଚି ପାରିଲାନି ଭକ୍ତଙ୍କ ଚାଉଳ, ଗୁଆ ଓ ଶ୍ରୀଫଳ

Odisha

ସରିଲା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଜଗା ପାଖରେ ପହଞ୍ଚି ପାରିଲାନି ଭକ୍ତଙ୍କ ଚାଉଳ, ଗୁଆ ଓ ଶ୍ରୀଫଳ

Jitendra Dash
Browse all articles by Jitendra Dash
·2 years ago·2 min read
ସରିଲା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଜଗା ପାଖରେ ପହଞ୍ଚି ପାରିଲାନି ଭକ୍ତଙ୍କ ଚାଉଳ, ଗୁଆ ଓ ଶ୍ରୀଫଳ

ସରିଲା ବୋହୁ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ
ଜଗା ପାଖରେ ପହଞ୍ଚି ପାରିଲାନି ଭକ୍ତଙ୍କ ଚାଉଳ, ଗୁଆ ଓ ଶ୍ରୀଫଳ   
ତଥାପି କଣ ପାଇଁ ଠାକୁରଙ୍କୁ କଲବଲ କରୁଛନ୍ତୁ ରାଜ୍ୟ ସରକାର ?
 

ଅର୍ଗସ ବ୍ୟୁରୋ : ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଛି । ପୁରୀ ଗଜପତିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକର୍ପଣ କରିଥିଲେ । ତେବେ ଏହି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରତି ଗାଁ’ ଗାଁରେ ଘୁରି ବୁଲିଥିଲା ଅର୍ପଣ ରଥ । ଏଥିରେ ଭକ୍ତମାନେ ମହାପ୍ରଭୁଙ୍କ ପାଇଁ ଚାଉଳ, ଗୁଆ, ଶ୍ରୀଫଳ ଅର୍ଘ୍ୟ ଆଦି ଅର୍ପଣ କରିଥିଲେ । କିନ୍ତୁ ଦୁଃଖର କଥା ଭକ୍ତମାନେ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳ ଏଣେତେଣେ ଫାପାଡ଼ିଛନ୍ତି ବିଜେଡ଼ି ନେତା ।
ଏଠି ପ୍ରଶ୍ନ ଉଠୁଛୁ... ଅର୍ପଣ ଚାଉଳକୁ ଏଣେ ତଣେ ଫାପାଡ଼ି ମହାପାପ କରୁ ନାହାନ୍ତି କି ରାଜ୍ୟ ସରକାର ? କଣ ପାଇଁ ଭକ୍ତଙ୍କ ଭାବାବେଗ ସହିତ ଖେଳିଲେ ଖେଳ ରାଜ୍ୟ ସରକାର ? ଏଠି କଣ ପ୍ରାମାଣ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ? 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଭଳି ଦୃଶ୍ୟ ଆଜି ଦେଖୁବାକୁ ମିଳିଛି  କଟକ ସହରରେ ଥିବା ସିଡିଏ ୬ ନମ୍ୱର ଜଗନ୍ନାଥ ମନ୍ଦିର ପରିସରରେ । କିଭଳି ପଡି ରହିଛି ବସ୍ତା ବସ୍ତା ଚାଉଳ ଆଉ ଗୁଆ ଧୂପକାଠି । ଯାହାକୁ ଦେଖିବା ପରେ ଭକ୍ତ ମାନଙ୍କୁ କଷ୍ଟ ହୋଇଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ।

ଜାନୁଆରୀ ୧୭ ତାରିଖରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଶେଷ ହୋଇଛି । ମାତ୍ର ଆଜି ବି ଭକ୍ତ ଦେଇଥିବା ଚାଉଳ ଗୁଆ ପୁରୀ ଯାଇ ପାରିଲା ନାହିଁ ।  ସେପଟେ କଟକ ମେୟର କହିଛନ୍ତି ଅର୍ପଣ ରଥ ବୁଲିବା ସମୟରେ ଯେଉଁ ଭକ୍ତ ଗୁଆ ଚାଉଳ ଟଙ୍କା ଦେଇଛନ୍ତି ସେ ସବୁ ଅଲଗା ଅଲଗା କରି ପର୍ଯୟ କ୍ରମେ ପୁରୀକୁ ପଠାଯିବ ଆଉ ସେଠି ଖେଚୁଡ଼ି ହେବ ବୋଲି କହିଛନ୍ତି । 
 

Sponsored
ସରିଲା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଜଗା ପାଖରେ ପହଞ୍ଚି ପାରିଲାନି ଭକ୍ତଙ୍କ ଚାଉଳ, ଗୁଆ ଓ ଶ୍ରୀଫଳ | Argus News