Videos
|
Odisha

ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ତୋରଣ

Smruti Parija
Browse all articles by Smruti Parija
·1 year ago·1 min read
ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ତୋରଣ

କଟକ: ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ପାଇଁ ବନ୍ଧା ଯାଇଥିବା ବାଉଁଶ ଗେଟ୍ । ଗେଟ୍ ତଳେ ଚାପି ହୋଇ ରହିଛି 5ଟି ବାଇକ୍, ଗୋଟିଏ କାର ଓ ଟାଟା ଏସି । କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି । କଟକ ଖାନାଗର ନେତାଜୀ ବସଟର୍ମିନାଲ ନିକଟରେ ଘଟିଛି ଏହି ଅଘଟଣ ।

ଦଶହରାରେ ତ୍ୱରଣ ନିର୍ମାଣ କୁ ନେଇ ହାଇକୋର୍ଟ କଡା ତାଗିଦ କରିଥିଲେ। ତୋରଣ ନିର୍ମାଣ ସମୟରେ ଯେପରି ଲୋକଙ୍କ ଧନଜୀବନ କ୍ଷତି ନ ହେବ ଏହାସହ ଟ୍ରାଫିକ ସମସ୍ୟା ନ ଉପୁଯିବ ସେଥିପ୍ରତି ବିଶେଷଭାବେ ଧ୍ୟାନ ଦେବାପାଇଁ କହିଥିଲେ କୋର୍ଟ। ହେଲେ ଆଜି ସମୟ ପାଖାପାଖି ୨ ଟା ହଠାତ୍ ଗଳି ପଡ଼ିଥିଲା ଏହି ତୋରଣ। ନେତାଜୀ ସୁଭାଷ ବସ ଟର୍ମିନାଲ ସମ୍ମୁଖରେ ଖାନନଗର ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଇଥିବା ଇଲେକ୍ଟ୍ରିକ ତୋରଣ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିଯାଇଥିଲା। 

ସୌଭାଗ୍ୟ ବସତଃ ରାସ୍ତା ଉପରେ କେହି ଯାଉନଥିବାବେଳେ ପାର୍କିଂ ହୋଇଥିବା ଗୋଟିଏ କାର,‌ଦୁଇଟି ଅଟୋ, ତିନୋଟି ବାଇକ ଭାଙ୍ଗି ଯାଇଛି । ତୋରଣଟି ରାସ୍ତା ଉପରେ ପଡ଼ିଯାଇଥିବାରୁ ଦିର୍ଘ ସମୟ ଧରି ଶହ ଶହ ଗାଡି ଅଟକିରହିଥିଲା । ଏମିତିକି ଆମ୍ବୁଲାନ୍ସ ମଧ୍ୟ ଫଶିରହିଥିଲା । ପୂଜା କମିଟିର ସଦସ୍ୟ ସହ ପୋଲିସ କର୍ମଚାରୀ ରାସ୍ତାକୁ ଦୀର୍ଘ ସମୟ ଧରି ରାସ୍ତା କ୍ଲିୟର କରାଇଥିଲେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: