Delivery Boy Turned Terror Suspect / ସୋସିଆଲ ସାଇଟରେ କଟ୍ଟରବାଦୀ ପୋଷ୍ଟ କରିବା ଥିଲା ମୁଖ୍ୟ ଏଜେଣ୍ଡା
·5 months ago·2 min read

Key Points
ଡେଲିଭରୀ ବୟରୁ ଆତଙ୍କୀ?
ଡୋର ଟୁ ଡୋର ଫୁଡ୍ ଡେଲିଭରୀ କରୁଥିଲା ସନ୍ଦିଗ୍ଧ ଆତଙ୍କି ଇମ୍ରାନ
ମାଟ୍ରିକ୍ ଫେଲ ପରେ ଥିଲା ବେକାର
ଡୋର ଟୁ ଡୋର ଫୁଡ୍ ଡେଲିଭରୀ କରୁଥିଲା ସନ୍ଦିଗ୍ଧ ଆତଙ୍କି ଇମ୍ରାନ
ମାଟ୍ରିକ୍ ଫେଲ ପରେ ଥିଲା ବେକାର
ଭୁବନେଶ୍ବର,୧୨/୦୪: ଡେଲିଭରୀ ବୟରୁ ଆତଙ୍କୀ? ଡୋର ଟୁ ଡୋର ଫୁଡ୍ ଡେଲିଭରୀ କରୁଥିଲା ସନ୍ଦିଗ୍ଧ ଆତଙ୍କି ଇମ୍ରାନ। ମାଟ୍ରିକ୍ ଫେଲ ପରେ ଥିଲା ବେକାର। ସୋସିଆଲ ମିଡ଼ିଆରେ ଆକ୍ଟିଭ ହେବା ପୂର୍ବରୁ ରାଜଧାନୀରେ ଫୁଡ୍ ଡେଲିଭରୀ କରୁଥିଲା ଇମ୍ରାନ। ଏତିକିବେଳେ କିଛି କଟ୍ଟରବାଦୀ ଗୋଷ୍ଠୀଙ୍କ ସହିତ ତାର ଦେଖା ହୁଏ । ସେଠାରୁ ଆରମ୍ଭ ହୁଏ ପ୍ଳାନ ସୋସିଆଲ ମିଡିଆ। ଇନଷ୍ଟାଗ୍ରାମ, ଫେସବୁକ୍, ହ୍ବାଟସ୍ଆପ୍ ସହିତ ବିଭିନ୍ନ ସୋସିଆଲ ସାଇଟ୍ ମାନଙ୍କରେ କଟ୍ଟରବାଦୀ ପୋଷ୍ଟ କରିବା ଥିଲା ମୁଖ୍ୟ ଏଜେଣ୍ଡା। ସେଥିପାଇଁ ସେ ବହୁବାର ଦିଲ୍ଲୀ ଯାଇ ନେଇଥିଲା ସ୍ଵତନ୍ତ୍ର ଟ୍ରେନିଂ। ତେବେ ରାତାରାତି ଅଧିକ ଅର୍ଥ ରୋଜଗାର କରିବା ଲୋଭରେ ସେମାନଙ୍କ ଗ୍ରୁପରେ ସମିଲ ହୁଏ ଇମ୍ରାନ।
ଶେଖ୍ ଇମ୍ରାନ ଓରଫ୍ ଏସ.କେ ଇମ୍ରାନ। ୨୨ ବର୍ଷ , ବାପା- ଶେଖ୍ ଅମିର। ଘର- ୟୁନିଟ୍-୬, ଗଙ୍ଗ ନଗର, ଭୁବନେଶ୍ବର। ଦେଶଦ୍ରୋହ ସମ୍ପର୍କିତ ଖବର ପ୍ରଚାର କରିବାକୁ ଇମ୍ରାନ ଉପରେ ଥିଲା ଦାୟିତ୍ଵ। କଟ୍ଟରବାଦୀ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ ଭାବେ କରୁଥିଲା କାମ। ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଶର ବିଭିନ୍ନ ଗୋଷ୍ଠୀ ସହ ସିଧାସଳଖ ସମ୍ପର୍କରେ ଥିଲା । ଦିଲ୍ଲୀ ପୁଲିସ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ପରେ ତା ଠାରୁ ଅଧିକ ତଥ୍ୟ ବାହାର କରିବ ଟିମ୍ । ସେପଟେ ଦେଶ ବିରୁଦ୍ଧରେ ପୋଷ୍ଟ କରିବା ତାକୁ ଭାଇରାଲ କରିବା ପାଇଁ ଇମ୍ରାନ ସହିତ ଆଉ ଗୋଟେ ଟିମ ବି କାମ କରୁଥିଲା। ବାହାର ରାଜ୍ୟରୁ ବି ସେହି ଆତଙ୍କି ଟିମ୍ କୁ ଦିଲ୍ଲୀ ପୋଲିସ ଉଠାଇଛି I ଟ୍ରାଞ୍ଜିଟ୍ ରିମାଣ୍ଡରେ ଇମ୍ରାନ ଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ପୁରା ନେଟୱାର୍କ ବିଷୟରେ ଖୋଲିବ ରହସ୍ୟ।
ପଢନ୍ତୁ ଏହି ଖବର: କଟକ ପରେ ରାଜଧାନୀ ଭୁନେଶ୍ଵରରୁ ଗିରଫ ହେଲା ସନ୍ଦିଗ୍ଧ ଆତଙ୍କୀ ଇମ୍ରାନ୍
ଗତକାଲି ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ଘଟଣାରେ ରାଜଧାନୀ ଭୁବନେଶ୍ବରରୁ ସଂଦିଗ୍ଧ ଯୁବକ ଏସ.କେ ଇମ୍ରାନକୁ ଗିରଫ କରିଥିଲା ଦିଲ୍ଲୀ ସ୍ପେଶାଲ ସେଲ। ଶେଖ୍ ଇମ୍ରାନଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଥିଲା ଏବଂ ଦିଲ୍ଲୀ ପୋଲିସ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ରାଜଧାନୀରେ ସିମ୍ ବକ୍ସ ମିଳିଥିଲା। ମାସକ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସିମ୍ ବକ୍ସ ଜବତ କରାଯାଇଥିଲା। ଏହି ମାମଲାରେ କେରଳର ଦୁଇ ଯୁବକଙ୍କୁ ଅଟକ ରଖାଯାଇଥିଲା। ଏହାବାଦ କେସୁରା, ସୁନ୍ଦରପଦା ଆଦି ଅଞ୍ଚଳରୁ ବିଭିନ୍ନ ଘରୁ ସିମ୍ ବକ୍ସ ଜବତ କରାଯାଇଛି। ଚାଇନା ହାର୍ଡୱେର ଓ ବାଂଲାଦେଶୀ ଆପ୍ଲିକେସନ୍ ବ୍ୟବହାର କରି ଏହି ସିମ୍ ବକ୍ସ ଜବତ କରାଯାଇଥିଲା। ଭୁବନେଶ୍ଵରରେ କିଛି ଅନୁଷ୍ଠାନ ଓ କୋର୍ଟକୁ ବୋମା ଧମକ ମିଳିଥିଲା ଗତକାଲି ରାଜଧାନୀରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଧରାପଡ଼ିବା ଚାଞ୍ଚଲ୍ୟ ଖେଳାଇଦେଇଛି।
Related Topics
Explore more stories