Cuttack Road Problem / ଦୁର୍ଗା ପୂଜା ପୂର୍ବରୁ ସୁଧୁରିବ ତ କଟକର ରାସ୍ତାଘାଟ ଅବସ୍ଥା ?
·1 hour ago·2 min read

Key Points
କଟକ ପ୍ରବେଶ ପଥ ଲିଙ୍କ୍ ରୋଡ୍ରେ ରହିଛି ବଡ଼ ବଡ଼ ଖାଲ । ବର୍ଷା ହେଲେ ପାଣି ଜମି ଖାଲଖମା ଜଣାପଡୁନି । ଦୁଇ ଚକିଆ ଗାଡି ହେଉ କି ଚାରିଚକିଆ ଗାଡ଼ି ବିପଜ୍ଜନକ ଅବସ୍ଥାରେ ଯାତାୟାତ କରୁଛି ।
କଟକ: କଟକର ଗଣପର୍ବ ଦୁର୍ଗାପୂଜାକୁ ଆଉ ମାତ୍ର ଅଳ୍ପ ଦିନ ବାକି । ସେଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶାନ୍ତି କମିଟି ଠାରୁ ଆରମ୍ଭ କରି ପ୍ରଶାସନିକ ସ୍ତରରେ ମଧ୍ୟ ପୂଜାକୁ ସରସ ସୁନ୍ଦର କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ତେବେ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାକୁ ନେଇ ପ୍ରଶାସନ ଉପରେ ଅସନ୍ତୋଷ ଝାଡିଥିଲେ ପୂଜା କମିଟି କର୍ମକର୍ତ୍ତା ।
ଚାରିଆଡ଼େ ଖାଲ ଖମା । ପୁରା କଟକ ସହରର ରାସ୍ତାଘାଟ ବିପର୍ଯ୍ୟସ୍ତ । ଯାତାୟାତ କରିବା ପୁରା ମୁସ୍କିଲ୍ ହୋଇ ପଡ଼ିଛି । କଟକ ପ୍ରବେଶ ପଥ ଲିଙ୍କ୍ ରୋଡ୍ରେ ରହିଛି ବଡ଼ ବଡ଼ ଖାଲ । ବର୍ଷା ହେଲେ ପାଣି ଜମି ଖାଲଖମା ଜଣାପଡୁନି । ଦୁଇ ଚକିଆ ଗାଡି ହେଉ କି ଚାରିଚକିଆ ଗାଡ଼ି ବିପଜ୍ଜନକ ଅବସ୍ଥାରେ ଯାତାୟାତ କରୁଛି ।
ଏଥିସହ ପଢ଼ନ୍ତୁ: ବିଧାନସଭାରେ ଥମୁନି MMDR ଝଡ଼; ଫେଲ୍ ମାରିଲା ସର୍ବ ଦଳୀୟ ବୈଠକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ଲିଙ୍କ୍ ରୋଡ୍ ନୁହେଁ ମଧୁପାଟଣା ଛକ, ଲିଙ୍କ୍ ରୋଡ୍, ବାଦାମବାଡ଼ି ସହ ସହରର ବିଭିନ୍ନ ସ୍ଥାନରେ ରାସ୍ତାର ଏଭଳି ଦୟନୀୟ ରାସ୍ତା । ଗଣେଶ ପୂଜା ପୂର୍ବରୁ ରାସ୍ତା ତିଆରି ହେବ ବୋଲି କୁହାଯାଇଥିଲା ହେଲେ ଦଶହରା ଆସିଲାଣି ରାସ୍ତା ତିଆରି ତ ଦୂରର କଥା ମରାମତି ମଧ୍ୟ କଲାନାହିଁ ପ୍ରଶାସ । କଟକ ମହାନଗର ନିଗମ ନା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ଝାଡିଛନ୍ତି ପୂଜା କମିଟି କର୍ମକର୍ତ୍ତା ।
ଚଳିତବର୍ଷ ଦୁର୍ଗାପୂଜା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ । ପୂଜା କମିଟି ଗୁଡିକର ସମସ୍ୟା ସମାଧାନ ପାଇଁ ପ୍ରଥମ ଥର କରି ପ୍ରଶାସନ ପକ୍ଷରୁ ହ୍ବାଟ୍ସଆପ ଗ୍ରୁପ କରାଯାଇଛି ।
ଅନ୍ୟପଟେ ବର୍ଷା ଯୋଗୁଁ ରାସ୍ତା କାମ ହୋଇପାରୁନଥିବା ଜିଲ୍ଲାପାଳ ସଫେଇ ଦେଇଛନ୍ତି । ଆସନ୍ତା ୪ ତାରିଖରୁ କାମ ଆରମ୍ଭ ହୋଇ ପୂଜା ପୂର୍ବରୁ ଶେଷ ହେବ ବୋଲି କହିଛନ୍ତି। ସେପଟେ ଭସାଣିର ଲାଇଭ ଟେଲିକାଷ୍ଟ ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Related Topics
Explore more stories