Videos
|
Odisha

MMDR Row / ବିଧାନସଭାରେ ଥମୁନି MMDR ଝଡ଼; ଫେଲ୍ ମାରିଲା ସର୍ବ ଦଳୀୟ ବୈଠକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଧାନସଭାରେ ଥମୁନି MMDR ଝଡ଼; ଫେଲ୍ ମାରିଲା ସର୍ବ ଦଳୀୟ ବୈଠକ
MMDR Row Rocks Odisha Assembly for 4th Day

Key Points

୯ ଦିନ ମୌସୁମୀ ଅଧିବେଶନରୁ ୪ ଦିନ ଅଚଳ
ସରକାରୀ ଦଳର ଚେଷ୍ଟା ସତ୍ତ୍ୱେ ସ୍ୱାଭାବିକ ହେଲାନି ଗୃହ
ଜିଦରେ ଅଟଳ ବିରୋଧୀ
ପଦାରେ ପଡ଼ିଲା ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ନୀତି
ଭୁବନେଶ୍ଵର: ଲଗାତାର ଚତୁର୍ଥ ଦିନ ପାଇଁ ଆଜି ଚାଲି ପାରିଲାନି ବିଧାନସଭା । MMDR ପ୍ରସଙ୍ଗରେ ଏକ ସ୍ୱରରେ ସରକାରଙ୍କୁ ଘେରିଲେ ବିରୋଧୀ । ବିଧାନସଭା ଅଚଳ କରି ବାହାରେ ବିରୋଧୀଙ୍କ ନାଟକ । ଉପବାଚସ୍ପତିଙ୍କ ସର୍ବ ଦଳୀୟ ବୈଠକ ବି ଫେଲ ମାରିଲା । ଯାହାକୁ ନେଇ ବିରୋଧୀଙ୍କୁ କଡା ଟାର୍ଗେଟ କରିଛି ଶାସକ ବିଜେପି ।

ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଲ୍ଲାବୋଲ । ଗୃହର ମଧ୍ୟଭାଗକୁ ଆସି ବିରୋଧୀ କଲେ ନାରାବାଜି । ରିପୋର୍ଟର ଟେବୁଲ୍ ଉପରେ ଚଢ଼ ପ୍ରତିବାଦ କଲେ । ବିଧାନସଭାକୁ ଅଚଳ କରି ବାହାରେ ଆରମ୍ଭ କରିଥିଲେ ଷ୍ଟଣ୍ଟ । କଂଗ୍ରେସ ବିଧାୟକ ମାନେ ଏସଆଇର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉରେ ସାମିଲ ହୋଇଥିଲେ । ଆଉ ବିଜେଡି ବିଧାୟକ ମାନେ ରାସ୍ତାରେ ବାଣ୍ଟିଥିଲେ ଲିଫଲେଟ ।

ଏଥିସହ ପଢ଼ନ୍ତୁ: ରଷିକୁଲ୍ୟା, ବୈତରଣୀ, ଜଳକା, ବୁଢାବଳଙ୍ଗ, ସାଳନ୍ଦୀ ନଦୀର ବଢ଼ୁଛି ଜଳସ୍ତର...ଗାଁ ଭିତରେ ପଶିଲା ବନ୍ୟା ଜଳ 

ଅପରାହ୍ଣରେ ଗୃହକୁ ସ୍ୱାଭାବିକ କରିବାକୁ ଉପବାଚସ୍ପତି ଡାକିଥିଲେ ସର୍ବ ଦଳୀୟ ବୈଠକ । କିନ୍ତୁ ତାହା ବି ସଫଳ ହୋଇ ନଥିଲା । ସେପଟେ ଲଗାତାର ଗୃହରେ ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ଦାୟୀ କରି ବର୍ଷିଛି ବିଜେପି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି, "କେବଳ ବିରୋଧ ବାହାନାରେ ବିରୋଧ କରୁଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ଫ୍ଲୋରକୁ ବିରୋଧି ଆସୁନାହାନ୍ତି ।"

ତେବେ MMDRକୁ ନେଇ ଆସନ୍ତା ୨୮ ଓ ୨୯ ତାରିଖରେ ବିଜେଡି ଓ କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଯୋଜନା କରିଛନ୍ତି । ସେ ଯାଏଁ ଗୃହକୁ ଅଚଳ କରି ପଲିଟିକାଲ ମାଇଲେଜ୍ ନେବା ପାଇଁ ଏହା ବିରୋଧୀଙ୍କ ଚେଷ୍ଟା ବୋଲି କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ଯାତ୍ରୀଙ୍କୁ ବଡ଼ ଝଟକା…ବର୍ଷା-ଭୂସ୍ଖଳନ ପାଇଁ ଏହିସବୁ ଟ୍ରେନ ବାତିଲ 

ଓଡ଼ିଶା ବିଧାନସଭାରେ ଏମଏମଡିଆର ଆଇନ ସଂଶୋଧନ ପ୍ରସଙ୍ଗକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି - କଂଗ୍ରେସ ମଧ୍ୟରେ ରାଜନୈତିକ ଘମାସାନ ଜାରି ରହିଛି । ସରକାର ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବା ବେଳେ, ବିରୋଧୀ ଜିଦ୍‌ରେ ଅଟଳ ରହି କ୍ରମାଗତ ତିନି ଦିନ ହେଲା ଗୃହକୁ ଅଚଳ କରି ରଖିଛନ୍ତି ।

ପ୍ରଥମ ଦିନ ୪୭ ମିନିଟ୍, ଦ୍ୱିତୀୟ ଦିନ ୧୧ ମିନିଟ୍ ଏବଂ ତୃତୀୟ ଦିନ ମାତ୍ର ୧୬ ମିନିଟ୍ ଚାଲିବା ପରେ ଗୃହ ମୁଲତବୀ ହୋଇଛି । ପ୍ରଶ୍ନକାଳ ଆରମ୍ଭରୁ ରିପୋର୍ଟର ଟେବୁଲ୍ ଉପରକୁ ଚଢ଼ି ପ୍ରତିବାଦ କରିବା ଏବଂ ବାତ୍ୟା ଓ ବର୍ଷା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତରକୁ ମଧ୍ୟ ବାଧା ଦେବା ବିରୋଧୀଙ୍କ ପ୍ରକୃତ ଉଦ୍ଦେଶ୍ୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।