Ama Bus / ସାଇଡ୍ ମରାକୁ ନେଇ 'ଆମ ବସ୍' ଚାବି କାଢ଼ି ନେଲେ ସ୍କୁଟି ଚାଳକ
·45 mins ago·2 min read

Key Points
ଟ୍ରାଫିକ୍ ଉପରେ ମଝି ରାସ୍ତାରେ 'ଆମ ବସ୍' ଚାବି କାଢ଼ି ନେଇ ପଳାଇଲେ ସ୍କୁଟି ଚାଳକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ ।
କଟକ: ରାସ୍ତାରେ ହଟହଟା ହେଲା 'ଆମ ବସ୍' । ଟ୍ରାଫିକ୍ ଉପରେ ମଝି ରାସ୍ତାରେ 'ଆମ ବସ୍' ଚାବି କାଢ଼ି ନେଇ ପଳାଇଲେ ସ୍କୁଟି ଚାଳକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । କଟକ ସିଏନବିଟିରୁ ଧବଳେଶ୍ଵର ପୀଠ ଅଭିମୁଖେ ଯାଉଥିବା 'ଆମ ବସ୍'କୁ ଅଟକାଇ ଜଣେ ସ୍କୁଟି ଚାଳକ ଚାବି ନେଇ ଯାଇଥିଲେ ।
ଫଳରେ ଦୀର୍ଘ ସମୟ ଧରି 'ଆମ ବସ୍'ଟି ରାସ୍ତା ମଝିରେ ଅଟକି ରହିଛି । ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି କଟକର କଚେରୀ ଗଡ଼ାରେ । ମିଳିଥିବା ସୂଚନା ଅନୁସାରେ, 'ଆମ ବସ୍'ଟି ରବିବାର ସକାଳେ ସିଏନବିଟିରୁ ଯାତ୍ରୀଙ୍କୁ ନେଇ ଯାତ୍ରୀଙ୍କୁ ନେଇ ଧବଳେଶ୍ଵର ଅଭିମୁଖେ ଯାଉଥିଲା ।
କଚେରୀ ଗଡ଼ା ନିକଟରେ ସାଇଡ୍ ମରାକୁ ନେଇ ଜଣେ ସ୍କୁଟି ଚାଳକ ଜଣକ 'ଆମ ବସ୍' ଆଗରେ ଗାଡ଼ି ଅଟକାଇ ଥିଲେ । 'ଆମ ବସ୍' ଡ୍ରାଇଭର ସହ ଯୁକ୍ତି ତର୍କ କରିବା ପରେ ବସ୍ ଚାବି କାଢ଼ି ନେଇ ଫେରାର ହୋଇ ଯାଇଥିଲେ ସ୍କୁଟି ଚାଳକ ଜଣଙ୍କ ।
ଏଥିସହ ପଢ଼ନ୍ତୁ: ଅଭିନେତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ, ଛାନଭିନ ଆରମ୍ଭ କଲା ପୋଲିସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହି ସମୟରେ 'ଆମ ବସ୍'ରେ ଯାତ୍ରୀ ଥିଲେ । ପାଖାପାଖି ୪୦ ମିନିଟ୍ ଧରି 'ଆମ ବସ୍' ରାସ୍ତା ମଝିରେ ଠିଆ ହୋଇଥିଲା । ମେଣ୍ଟେନାନ୍ସ ଟିମ୍ ପହଞ୍ଚି ଉକ୍ତ 'ଆମ ବସ୍'ଟିକୁ ଠିକ୍ କରିବା ପରେ ବସଟି ସେଠାରୁ ଯାଇଥିଲା ।
ଖବର ପାଇ ଲାଲବାଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଚାବି ନେଇ ଫେରାର ହୋଇ ଯାଇଥିବା ସ୍କୁଟି ଚାଳକଙ୍କୁ ଅଟକ ରଖି ପୋଲିସ ପଚାର ଉଚରା କରୁଥିବା ଜଣାପଡ଼ିଛି । ଏନେଇ କ୍ରୁଟ୍ କିମ୍ବା ସମ୍ପୃକ୍ତ 'ଆମ ବସ୍'ର ଡ୍ରାଇଭରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।