|
logo
Live

Argus News - ନିଶା ଦେଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

Odisha

Kidnap and Gang Rape Case / ନିଶା ଦେଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

Bikash Mohanty
Browse all articles by Bikash Mohanty
·1 hour ago·2 min read
ନିଶା ଦେଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ
Accused Arrested

Key Points

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜଣେ ଗିରଫ
ଅପହରଣ ପରେ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ
ଯାଜପୁରରୋଡ୍ ଷ୍ଟେସନ୍‌ରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ଗିରଫ କଲା କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ
କଟକ, ୧୬/୪ କଟକରୁ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ। ଯାଜପୁରରୋଡ୍ ଷ୍ଟେସନ୍‌ରୁ ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ କଲା କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। ପୁରୀର ଏକ ହୋଟେଲ୍‌ରେ ନିଶା ଦେଇ ୪ ଜଣ ସାଙ୍ଗ ମିଶି କରିଥିଲେ କାଣ୍ଡ। ଦିଲ୍ଲୀରୁ ଫେରୁଥିବା ବେଳେ ଷ୍ଟେସନ୍‌ରୁ ମାଷ୍ଟରମାଇଣ୍ଡକୁ ଉଠାଇଲା ପୋଲିସ। ଘଟଣାରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତ ଏବେ ବି ଫେରାର। ଗତ ଫେବ୍ରୁଆରି ମାସରେ ଘଟିଥିଲା ଏହି ଘଟଣା।

ଯାଜପୁର ଜିଲ୍ଲାର ଜଣେ ନାବାଳିକା ଛାତ୍ରୀ କଟକରେ ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ୩ ପଢୁଛନ୍ତି। ବିଞ୍ଝାରପୁରର ସତ୍ୟବ୍ରତ ଦିଲ୍ଲୀରେ ଏକ କମ୍ପାନିରେ ଚାକିରି କରେ ଉଭୟଙ୍କ ସହିତ ପୂର୍ବରୁ ପରିଚୟ ଥିଲା । ଫେବ୍ରୁଆରିରେ ସତ୍ୟବ୍ରତ ଏକ ବାଇକ୍‌ରେ ଏହି ଛାତ୍ରୀଙ୍କୁ କଟକରୁ ଅପହରଣ କରି ପୁରୀ ନେଇଯାଇଥିଲା। ସାଙ୍ଗରେ ସତ୍ୟବ୍ରତର ଅନ୍ୟ ତିନି ଜଣ ବନ୍ଧୁ ମଧ୍ୟ ଥିଲେ। ଦୁଇଟି ବାଇକ୍‌ରେ ଏମାନେ ପୁରୀ ଯାଇଥିଲେ | ସେମାନେ ସମସ୍ତେ ବି ବିଞ୍ଝାରପୁର ଅଞ୍ଚଳର। ପୁରୀରେ ପହଞ୍ଚିବା ପରେ ଏକ ହୋଟେଲ୍‌ରେ ସମସ୍ତେ ରହିଥିଲେ। ସେଠାରେ ନାବାଳିକାଙ୍କୁ ଅଟକ ରଖି ଖାଦ୍ୟ ଓ ପାନୀୟ ଦେଇଥିଲେ। ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନିଜଣ ବନ୍ଧୁ ଏହି ନାବାଳିକାଙ୍କୁ ହୋଟେଲ୍‌ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ। ସନ୍ଧ୍ୟାରେ ପୀଡ଼ିତାଙ୍କ ଚେତା ଫେରିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ପୀଡ଼ିତା କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା | ବୁଧବାର ସତ୍ୟବ୍ରତ ଦିଲ୍ଲୀରୁ ଯାଜପୁର ଫେରୁଥିବା ଫେରୁଥିବା ବେଳେ ଗିରଫ କରିଥିଲା ପୁଲିସ।

ପଢନ୍ତୁ ଏହି ଖବର: ୮୦ ଜଣ ନାବାଳିକାଙ୍କୁ ବ୍ଲାକମେଲ୍ କରି ରଖୁଥିଲା ସମ୍ପର୍କ, ଏବେ ବୁଲିଲା ବୁଲଡୋଜର

ଗତ କିଛିଦିନ ତଳେ କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମର ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ କଲେଜ ଛାତ୍ରୀଙ୍କ ବନ୍ଧୁ ଏବଂ ଅନ୍ୟ କିଛି ଲୋକ ତାଙ୍କୁ ବ୍ଲାକମେଲ୍ କରିବା ସହ ପୁରୀଘାଟର ଏକ କାଫେରେ ଗଣଦୁଷ୍କର୍ମ କରିବାର ଅଭିଯୋଗ ହୋଇଥିଲା। ଗଣଦୁଷ୍କର୍ମର ଭିଡିଓ ମୋବାଇଲରେ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି। ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି। ଅଭିଯୁକ୍ତମାନେ ଭିଡିଓ ଭାଇରାଲ କରିବାକୁ କହି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯାଗ ହୋଇଥିଲା। ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳ ଦୁଇଟି ଜାଗାରେ ଘଟଣା ଘଟିଛି। ଦୁଇଟି ଥାନା ଅଧିକାରୀଙ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ଅଭିଯୁକ୍ତଙ୍କ ଫୋନରୁ ବହୁତ ଗୁଡ଼ିଏ ବ୍ଲାକମେଲିଂ ଭିଡିଓ ମିଳିଥିଲା



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kidnap and Gang Rape Case: ନିଶା ଦେଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ | Argus News