Curfew in Cuttack / କଟକଣା ଭିତରେ ସ୍ବାଭାବିକ ହେଉଛି କଟକ ସ୍ଥିତି, ଭାଇଚାରା ବଜାୟ ରଖିବାକୁ ଅପିଲ୍ କଲେ ଆଇନ ମନ୍ତ୍ରୀ

Key Points
ଭାଇଚାରାର ସହର କଟକରେ କର୍ଫ୍ୟୁ କଟକଣା ଭିତରେ ସ୍ବାଭାବିକ ହେଉଛି ସ୍ଥିତି । ଆଇନ ଶୃଙ୍ଖଳା ADG ଚେତାବନୀ ଦେଇଛନ୍ତି ଯେ କୌଣସି ବି ଅପରାଧିକ କାର୍ଯ୍ୟକୁ ବରଦାସ୍ତ କରାଯିବନି ।
କଟକରେ ଲାଗିଛି କର୍ଫ୍ୟୁ । ବନ୍ଦ ରହିଛି ଇଣ୍ଟରନେଟ୍ । କଟକଣା ଭିତରେ ଭାଇଚାରାର ସହରରେ ସ୍ବାଭାବିକ ହେଉଛି ସ୍ଥିତି । ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ପ୍ରାୟ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୫ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, କୌଣସି ଅପରାଧିକ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ, କେହି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସେପଟେ ପୋଲିସ କମିଶନର କହିଛନ୍ତି ବିଶୃଙ୍ଖଳା ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିବା ସହ ୩ଟି ମାମଲା ରୁଜୁ ହୋଇଛି ।
ଅଧିକ ପଢ଼ନ୍ତୁ: କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ଆସନ୍ତାକାଲି ସନ୍ଧ୍ୟା ଯାଏଁ ରହିବ ବନ୍ଦ
ସେପଟେ କଟକ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପୋଲିସ ଉପଯୁକ୍ତ ପଦକ୍ଷେପ ନେଇଛି । ବିଶୃଙ୍ଖଳାକାରୀଙ୍କ ପାଇଁ କଠୋର ଶାସ୍ତି ବିଧାନ ହେବ । ମୁଖ୍ୟମନ୍ତ୍ରୀ ଶାନ୍ତି ପାଇଁ ଅପିଲ କରିଛନ୍ତି । ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ ଭାବେ ନିଅନ୍ତୁ । କଟକରେ ଭାଇଚାରା ବଜାୟ ରହୁ ବୋଲି ସେ କହିଛନ୍ତି ।
ସେପଟେ ବିଶୃଙ୍ଖଳାକୁ ନେଇ ବଡ଼ ବୟାନ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । କଟକ ବାହାରୁ କିଛି ଅସାମାଜିକ ଲୋକ ଆସି ସହରରେ ଅଶାନ୍ତି ସୃଷ୍ଟି କରିଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
📱 Get Argus News App
✨କଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଗୃହ ବିଭାଗ । କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ । ସେହିପରି ଆଉ ୨୪ ଘଣ୍ଟା ପାଇଁ ହ୍ବାଟ୍ସ ଆପ୍, ଫେସବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ବନ୍ଦ ନିର୍ଦ୍ଦେଶ ଜାରି ହୋଇଛି ।
ସୂଚନା ଅନୁସାରେ କଟକରେ ଗୋଷ୍ଠୀ ବିବାଦ ପରେ ଗତକାଲି ସୋସିଆଲ ମିଡିଆ ଉପରେ କଟକଣା ଲଗାଇଥିଲା ଗୃହ ବିଭାଗ । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା । ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ୍ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା ।
Related Topics
Explore more stories