Tahasildar Arrested / ଜବରଦଖଲ ଉଚ୍ଛେଦ ପାଇଁ ୨୦ ହଜାର ଲାଞ୍ଚ; ଛଅ ସ୍ଥାନରେ ରେଡ୍ ପରେ ତହସିଲଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ

Key Points
୧୯୯୧ରେ ଚାକିରି ପରଠାରୁ ପଦୋନ୍ନତି ପରେ ପଦୋନ୍ନତି । କେନ୍ଦ୍ରାପଡ଼ା ଜିଲ୍ଲା ଛାଡ଼ୁ ନଥିଲେ ବାବୁ । ଆଉ ଏବେ ସେହି କେନ୍ଦ୍ରାପଡ଼ା ଜିଲ୍ଲାରେ ଲାଞ୍ଚ ନେଇ ଧରାପଡ଼ିବା ପରେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି ।
କଟକ: କନିଷ୍ଠ କିରାଣିରୁ ତହସିଲଦାର । ୧୯୯୧ରେ ଚାକିରି ପରଠାରୁ ପଦୋନ୍ନତି ପରେ ପଦୋନ୍ନତି । କେନ୍ଦ୍ରାପଡ଼ା ଜିଲ୍ଲା ଛାଡ଼ୁ ନଥିଲେ ବାବୁ । ଆଉ ଏବେ ସେହି କେନ୍ଦ୍ରାପଡ଼ା ଜିଲ୍ଲାରେ ଲାଞ୍ଚ ନେଇ ଧରାପଡ଼ିବା ପରେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଶିବଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ବେଳେ ମିଳିଛି ବିପୁଳ ସମ୍ପତ୍ତି ।
ମହାକାଳପଡ଼ା ତହସିଲଦାରଙ୍କ ୩ଟି ବହୁମୁଖି କୋଠା, ୭ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା, ୧୮ ଲକ୍ଷ ଜମା, ୪ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । ଏବେ ବି ବାବୁଙ୍କ ଆୟ ବହିର୍ଭୂତ ମୂଲ୍ୟର ଖୋଳତାଡ଼ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି । ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଗିରଫ ପରେ ଭିଜିଲାନ୍ସ କୋର୍ଟ ଚାଲାଣ କରିଛି ।
ଏଥିସହ ପଢ଼ନ୍ତୁ: ବେହୋସ୍ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ
ମଙ୍ଗଳବାର ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ଲାଞ୍ଚ ନେଉଥିଲେ ମହାକାଳପଡ଼ା ତହସିଲଦାର । ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ସୂଚନା ଅନୁସାରେ, ୨୦୨୪ରେ ଅଭିଯୋଗକାରୀ ଜବରଦଖଲ ନେଇ ଅଭିଯୋଗ କରିଥିଲେ । ଏହାପରେ ରାଜସ୍ଵ ନୀରିକ୍ଷକ ଏପ୍ରିଲ୍ ୨୦୨୪ରେ ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ ।
ଯେଉଁଥିରେ ଦର୍ଶା ଯାଇଥିଲା କେହି ଦୁର୍ବୃତ୍ତ ସରକାରୀ ଜମିକୁ ଜବରଦଖଲ କରି ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାକୁ ବନ୍ଦ କରି ଦେଇଛି । ଆଉ ଏହା ପରେ ଅଭିଯୋଗକାରୀ ଜଣଙ୍କ ଜବରଦଖଲ ଉଚ୍ଛେଦ ନେଇ ମହାକାଳପଡ଼ା ତହସିଲଦାରଙ୍କୁ ଅନୁରୋଧ କରିଥିଲେ । ଆଉ ଜବରଦଖଲ ହଟାଇବା ପାଇଁ ବାବୁ ମାଗିଥିଲେ ଲାଞ୍ଚ ।
📱 Get Argus News App
✨ଏଥିସହ ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି, ଡାକ୍ତରୀ ପଢ଼ିବା ଆଶାୟୀଙ୍କ ପାଇଁ ନୂଆ ସୁଯୋଗ
୨୦ ହଜାର ଟଙ୍କା ନ ଦେଲେ ଫାଇଲ୍ ସେମିତି ବର୍ଷ ବର୍ଷ ଧରି ପଡ଼ି ରହିବ ବୋଲି କହିଥିଲେ । ଆଉ ଶେଷରେ ଉପାୟ ନ ପାଇ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ ଅଭିଯୋଗକାରୀ । ଆଉ ପୂର୍ବ ଯୋଜନା ମୁତାବକ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଟଙ୍କା ସହ ଧରିଥିଲା । ଆଉ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଶିବଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ବି କରିଥିଲା ।
Related Topics
Explore more stories