|
logo
Live
Argus News App
GET APP

Argus News - କଟକରେ ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ବିଶୃଙ୍ଖଳାକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Odisha

Cuttack Violence / କଟକରେ ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ବିଶୃଙ୍ଖଳାକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
କଟକରେ ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ବିଶୃଙ୍ଖଳାକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Key Points

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌। ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କଲେ। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର ।

କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର । ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । କିନ୍ତୁ, ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି । ଏଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: କଟକରେ ଇଣ୍ଟରନେଟ୍ ସେବା ବନ୍ଦ, ୨୪ ଘଣ୍ଟା ପାଇଁ ଚାଲିବନି ସୋସିଆଲ ମିଡିଆ

ସହରର ଐତିହ୍ୟକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ମିଳିମିଶି ଶାନ୍ତି ଶୃଙ୍ଖଳାର ସହିତ ଆଗକୁ ବଢନ୍ତୁ ଏବଂ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ସେପଟେ କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ଦଶହରା ଭସାଣିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ଭସାଣ ଉତ୍ସବରେ ବିଧର୍ମୀମାନେ ଯେଉଁଭଳି ମା' ଦୁର୍ଗାଙ୍କ ପ୍ରତିମା ଓ ଶୋଭାଯାତ୍ରାକାରୀଙ୍କ ଉପରେ ଢେଲା ମାଡ଼ ଓ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଗଲା ତାକୁ ନିନ୍ଦା କରିଛି ପରିଷଦ । ଆସନ୍ତାକାଲି ବନ୍ଦକୁ ସଫଳ କରିବା ପାଇଁ ଆଜି ଭିଏଚପି ପକ୍ଷରୁ ପୋତା ପୋଖରୀରୁ ଏକ ବାଇକ ରାଲି ବାହାରି ସହର ପରିକ୍ରମା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ କଟକ ସହରରେ ପୁଣିଥରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପକ୍ଷରୁ ହାତୀ ପୋଖରୀ ଓ ଆଖପାଖ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଦରଘା ବଜାରରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ହାତିପୋଖରୀ ହୋଇ ସେମିନାରୀ ଛକ ଯାଇଥିଲା । ସେଠାରୁ ନିମସାହି, କାଠଗଡା ସାହି ହୋଇ ପୁଣି ଦରଘାବଜାରରେ ପହଂଚିଥିଲା । କୌଣସି ଗୁଜବରେ ବିଶ୍ବାସ ନକରି, ସମସ୍ୟା ହେଲେ ପୋଲିସ୍ ସହାୟତା ନେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଡିସିପି ହେଡ୍ କ୍ବାଟର ପ୍ରକାଶ ପାଲ ।

ସୂଚନା ଅନୁସାରେ ଗତ ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ କଟକ ହାତୀପୋଖରୀ ଛକରେ ଦୁର୍ଗା ଭସାଣବେଳେ ରାଜରାସ୍ତା ପାଲଟିଥିଲା ରଣକ୍ଷେତ୍ର । ମା'ଙ୍କ ଭସାଣ ପାଇଁ ଧାଡ଼ି କରି ଯାଉଥିଲାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକଙ୍କ ସହ ଝାଞ୍ଜିରୀମଙ୍ଗଳା କମିଟି ଯୁବକଙ୍କର ହୋଇଥିଲା ଗଣ୍ଡଗୋଳ । ପ୍ରଥମେ ପାଟିତୁଣ୍ଡ, ହାତାହାତି । ତା ପରେ ନେଲା ଗୋଷ୍ଠୀ ସଂଘର୍ଷର ରୂପ । ଏଥିରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ।

Related Topics

Explore more stories

Sponsored
Cuttack Violence: କଟକରେ ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ବିଶୃଙ୍ଖଳାକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ | Argus News