Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଟକରେ ଜଳ ସଙ୍କଟ, ମରୁଭୂମି ପାଲଟିବ କି ହଜାର ବର୍ଷର ସହର ?

Odisha

Cuttack Water Crisis / କଟକରେ ଜଳ ସଙ୍କଟ, ମରୁଭୂମି ପାଲଟିବ କି ହଜାର ବର୍ଷର ସହର ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କଟକରେ ଜଳ ସଙ୍କଟ, ମରୁଭୂମି ପାଲଟିବ କି ହଜାର ବର୍ଷର ସହର ?
Cuttack City

Key Points

ପାନୀୟ ଜଳ ପାଇଁ ହାହାକାର ହେବେ କି କଟକ ସହରବାସୀ ?
ଭବିଷ୍ୟତ ପାଇଁ ବଞ୍ଚିକି ରହିବ ତ ପାନୀୟ ଜଳ ?
କାହିଁକି ଦିନକୁ ଦିନ ହ୍ରାସ ପାଉଛି ଭୂତଳ ଜଳସ୍ତର ?
ଦୁଇଟି ବଡ଼ ନଦୀର କୋଳରେ ଥିବା କଟକ ସହରରେ ଏବେ ପାଣି ପାଇଁ ହାହାକାର । ନଦୀ ଅଛି ହେଲେ ନାହିଁ ପାଣି । ଦିନକୁ ଦିନ ପାତାଳକୁ ଖସୁଛି ଜଳସ୍ତର । ଯଦି ଏବେଠାରୁ ସଚେତନ ନହେବା, ତେବେ ଭବିଷ୍ୟତରେ ବୁନ୍ଦାଏ ପାଣି ପାଇଁ ଛଟପଟ ହେବେ ସହରବାସୀ । କାହିଁକି ଏଭଳି ସ୍ଥିତି ଉପୁଜିଛି ? କାହିଁକି ଶୁଖୁଛି କାଠଯୋଡି ?

ମହାନଦୀରେ ଜଳସ୍ତର ଲୋପ ପାଇବା ଅବସ୍ଥାରେ ଥିବା ବେଳେ ସହର ଭିତରର ସ୍ଥିତି ଆହୁରି ସଂଘାତିକ । ନବେ ଦଶକରେ କଟକରେ ପାଖାପାଖି ୧୪୦୦ ରୁ ଉର୍ଦ୍ଧ୍ବ ପୋଖରୀ ଥିଲା, ହେଲେ ଏବେ ତାହା ମାତ୍ର ୭୦ ଭିତରେ ସୀମିତ । ମୁଷ୍ଟିମୟ ଲୋକେ ପ୍ରଭାବଶାଳୀ ଭାବେ ପୋଖରୀ ପୋତି ଅଟ୍ଟାଳିକା ଠିଆ କରୁଛନ୍ତି । ସିଏମସି ଓ ଜିଲ୍ଲା ପ୍ରଶାସନର ନାକ ତଳେ ଏ ସବୁ କିଛି ହେଉଥିବା ବେଳେ ଆଖିରେ କଳାପଟି ବାନ୍ଧି ଶୋଇଛି ପ୍ରଶାସନ ।

ଜନସଂଖ୍ୟା ବଢୁଛି, ଗଛ କଟା ଚାଲିଛି ଆଉ ସହର ପାଲଟିଛି କଂକ୍ରିଟ୍ ମୟ । ବର୍ଷା ଜଳ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବର୍ଷା ପାଣି ନଦୀ ଦେଇ ସମୁଦ୍ରକୁ ଚାଲିଯାଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା 'ଆମ ପୋଖରୀ' ଯୋଜନା ଏବେ ଫେଲ୍ ମାରିଛି । ଏପଟେ ଦାୟିତ୍ୱ ନେବା ବଦଳରେ ମେୟର ସୁବାସ ସିଂ ସବୁ ଦୋଷ ଜିଲ୍ଲା ପ୍ରଶାସନ ମୁଣ୍ଡରେ ଲଦି ଦେଇଛନ୍ତି ।

ସମୟ ଥାଉ ଥାଉ ଯଦି ଆମେ ସଚେତନ ନହେବା, ତେବେ ଇତିହାସ କ୍ଷମା ଦେବନି । ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ହେଲେ ଜନସାଧାରଣ ଓ ପ୍ରଶାସନ ଉଭୟଙ୍କୁ ସମନ୍ୱୟ ରଖି ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ବୃଦ୍ଧି ପାଇଁ କାମ କରିବାକୁ ପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water Crisis Deepens in Cuttack as Groundwater Level Falls Rapidly | Argus News