କଟକର ରୂପା ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା
·2 years ago

ଅର୍ଗସ ବ୍ୟୁରୋ: କଟକ ରୂପା ତାରକସି କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା। କଟକବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ଶେଷରେ କଟକର ରୂପା ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା। କଟକର କାରିଗରଙ୍କ ନିଖୁଣ କଳା ଏବଂ ରୂପାରେ ନିଆରା କାମକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି। ରୂପା ତାରକସି କାର୍ଯ୍ୟରେ କଟକ ଜିଲ୍ଲାର ଏକ ଦୀର୍ଘ ଇତିହାସ ରହିଛି।
କଟକର ରୌପ୍ୟ ଚିତ୍ର ଏହାର ସୂକ୍ଷ୍ମତା ଏବଂ ଜଟିଳ କାର୍ଯ୍ୟଶୈଳୀ ପାଇଁ ପ୍ରସିଦ୍ଧ। ପୁରାତନ ଯୁଗରେ ଏହି କାମକୁ ରାଜାରାଜୁଡ଼ା ମାନେ ପ୍ରୋତ୍ସାହନ ଦେଉଥିବା ବେଳେ ଏବେ ଉତ୍ସାହ ଏବଂ ମାର୍କେଟିଂ ସୁବିଧା ଅଭାବରୁ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ଏହି ଶିଳ୍ପକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି କଟକର ରୂପା ତାରକସି କାମ କାରିଗର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: