Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଇବର ଠକ ଗିରଫ

Arpita Mohanty
Browse all articles by Arpita Mohanty
·2 years ago
ସାଇବର ଠକ ଗିରଫ

ଅର୍ଗସ ବ୍ୟୁରୋ : ବାଲିକୁଦା ପୋଲିସକୁ ବଡ଼ ସଫଳତା,ସୂଚନା ଥାଉ କି ଗତ ୨୪ ତାରିଖରେ ବାଲିକୁଦା ଥାନା ଅଂଚଳ ତେନ୍ତୁଲିବେଲାରୀ ଗ୍ରାମର ପ୍ରଶାନ୍ତ ହାତୀଙ୍କ ଏକ୍ସିସ୍ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ କରି ଜଣେ ସାଇବର ଠକ ୫ ଲକ୍ଷ ୪୭ ହଜାର ଟଙ୍କା ଲୁଟି ନେଇ ଥିଲା।

ସେ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ବାଲିକୁଦା ଥାନା ଅଧିକାରୀ ସଲିଳ ପ୍ରଧାନ ନିଜେ ଏହି କେସକୁ ଗୁରୁତ୍ବର ସହ ନେଇ ଆଜି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ସାଇବର ଠକ ଅତନୁ ପାତ୍ରକୁ ଗିରଫ କରିଛି । କିନ୍ତୁ ଏହି ଠକ ପୋଲିସକୁ ୩୦ ହଜାର ନେଇଛି ବୋଲି ମାନି ଥିବା ବେଳେ ଆଉ ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି । ଆସାମୀ ଅତନୁ ପାତ୍ରକୁ କୋର୍ଟ ଚାଲାଣ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber ​​fraud | Argus News