Videos
|
Odisha

ସୁଭଦ୍ରା ଯୋଜନା ନାଁ ରେ ମାତିଲେଣି ସାଇବର ଠକ

Smruti Parija
Browse all articles by Smruti Parija
·1 year ago·1 min read
ସୁଭଦ୍ରା ଯୋଜନା ନାଁ ରେ ମାତିଲେଣି ସାଇବର ଠକ

ପୁରୀ: ସାରା ରାଜ୍ୟରେ ସୁଭଦ୍ରା ଯୋଜନା ଆବେଦନକୁ ନେଇ ଲୋକେ ଉତ୍ସାହିତ ଥିବାବେଳେ ଏବେ ସାମ୍ନାକୁ ଆସିଛି ସାଇବର ଠକେଇ ମାମଲା । ସୁଭଦ୍ରା ଯୋଜନା ଟଙ୍କା ବ୍ୟାଙ୍କ୍ ଖାତାକୁ ଯାଇଛି କହି ଠକି ନେଲେ ୧୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା । ନିମାପଡ଼ା ଧଳେଶ୍ୱର ପଞ୍ଚାୟତ ଦହିଜଙ୍ଗ ଗ୍ରାମର ବାସିନ୍ଦା ଲୁଇସ୍ ସ୍ୱାଇଁ ଏହି ଭଳି ଠକେଇର ଶିକାର ହୋଇଛନ୍ତି । 

ଗତକାଲି ତାଙ୍କୁ ଫୋନ ଯୋଗେ କେହି ଜଣେ  ତାଙ୍କ ବ୍ୟାଙ୍କ୍ ଖାତାକୁ ସୁଭଦ୍ରା ଯୋଜନା ଟଙ୍କା ଯାଇଥିବା କଥା କହିଥିଲେ ଏବଂ ତାଙ୍କୁ ଏକ ଲିଙ୍କ ଜରିଆରେ ବ୍ୟାଙ୍କ୍ ଖାତା ଦେଖିବାକୁ କହିଥିଲେ ।ଲୁଇସ୍ ସେହି ଲିଙ୍କ ଖୋଲିବା ମାତ୍ରକେ ତାଙ୍କ ବ୍ୟାଙ୍କ୍ ଖାତାରେ ଥିବା ୧୨ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଆଖିପିଛୁଳାକେ ଗାଏବ ହୋଇଯାଇଥିଲା।ଏନେଇ ତାଙ୍କ ସ୍ବାମୀ ଜିତେନ୍ଦ୍ର କୁମାର ରାଉତ ସାଇବର ଥାନାରେ ଅଭିଯୋଗ କରିବା ସହିତ ନିମାପଡ଼ା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି।

ସେପଟେ ସୁଭଦ୍ରା ଯୋଜନାକୁ ନେଇ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ, ମହିଳା ମାନେ ସାଇବର ଠକେଇର ଶିକାର ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଫୋନ କିମ୍ବା ଲିଙ୍କ ଯିବ ନାହିଁ ।  ଫୋନ କଲ ଏବଂ ଲିଙ୍କ ଆଦି ଉପରେ ଧ୍ୟାନ ଦେଲେ ସାଇବର ଠକେଇର ଶିକାର ହୋଇଯିବେ । ଏ ସବୁ କିଛି କରନ୍ତୁ ନାହିଁ, ସୁଭଦ୍ରା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ପହଞ୍ଚିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cyber ​​Fraud in Subhadra Yojana | Argus News