Digital Arrest / ରାଜଧାନୀ ଏବେ ସାଇବର ଅପରାଧର ଭୁସ୍ୱର୍ଗ,ଚେତୁ ନାହାନ୍ତି,ଫସୁଛନ୍ତି
·5 months ago·2 min read

Key Points
ରାଜଧାନୀ ପାଲଟିଛି ସାଇବର ଅପରାଧିଙ୍କ ଭୁସ୍ୱର୍ଗ
ଡିଜିଟାଲ୍ ଆରେଷ୍ଟ ନାରେ ହେଉଛି ଲୁଟ୍
ଲୁଟ୍ ପରେ ବି ଚେତୁ ନାହାନ୍ତି, ଫସୁଛନ୍ତି
ଡିଜିଟାଲ୍ ଆରେଷ୍ଟ ନାରେ ହେଉଛି ଲୁଟ୍
ଲୁଟ୍ ପରେ ବି ଚେତୁ ନାହାନ୍ତି, ଫସୁଛନ୍ତି
ରାଜଧାନୀ ପାଲଟିଛି ସାଇବର ଅପରାଧିଙ୍କ ଭୂସ୍ୱର୍ଗ। ପ୍ରତିମାସରେ ହେଉଛି କୋଟି କୋଟି ଟଙ୍କାର ଲୁଟ୍ । ତଥାପି ଲୋକେ ଚେତୁ ନାହାନ୍ତି ଆଉ ଫସୁଛନ୍ତି। ସହିନଗରରେ ରହୁଥିବାର ଜଣେ ବରିଷ୍ଠ ନାଗରିକ ଡିଜିଗଲ୍ ଆରେଷ୍ଟର ଶିକାର ହୋଇ ୧.୩୦ କୋଟି ହରାଇଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ସାଇବର ଠକମାନେ ଡିଜିଟାଲ୍ ଆରେଷ୍ଟ କରି ୧୩ ଲକ୍ଷ ଟଙ୍କା ଲୁଟି ନେଲେ । ଗତକାଲି ଉଚ୍ଚଶିକ୍ଷତ ଦମ୍ପରି ସାଇବର ଠକଙ୍କ ପଞ୍ଚାରେ ପଡ଼ି ଡିଜିଟାଲ୍ ଆରେଷ୍ଟ ହୋଇଥିଲେ। ଅବଶ୍ୟ, ଠକେଇର ଶିକାର ହେବା ପୂର୍ବରୁ ବର୍ତ୍ତିଗଲେ ଦମ୍ପତ୍ତି ।
ସାଇବର ଅପରାଧୀମାନେ ନିଜକୁ ପୁଲିସ ଅଧିକାରୀ, ଇଡି, ସିବିଆଇ, ଏନଆଇଏ ଅଧିକାରୀ ପରିଚୟ ଦେଇ ଭିଡିଓ କଲ ମାଧ୍ୟମରେ ଲୋକମାନଙ୍କୁ ଭୟଭୀତ କରନ୍ତି। ପୁରା କାହାଣୀକୁ ଅଧିକ ଜୀବନ୍ତ କରିବା ପାଇଁ ସେମାନେ ହ୍ବାଟସ୍ଆପ ଡିପିରେ ନକଲି ପୁଲିସ ଫୋଟୋ ରଖିଥାନ୍ତି। ଏମିତିକି ଭିଡିଓ କଲ ବେଳେ ପ୍ରଛଦପଟ୍ଟକୁ ପୁଲିସ ଥାନା କିମ୍ବା ସରକାରୀ ଅଫିସ ଭଳି ସଜାଇଥାନ୍ତି। କାହାକୁ ବ୍ରାଉନ୍ ସୁଗର ମାମଲାରେ ଫସାଇବାକୁ ଧମକ ଦିଅନ୍ତି ତ' ପୁଣି କାହାକୁ ଦେଶ ଦ୍ରୋହ ମାମଲା ଛନ୍ଦିବାକୁ କହି ବ୍ଲାକମେଲିଂ କରନ୍ତି । ଏମିତି ଧମକ ଶୁଣି ଲୋକମାନେ ପ୍ରଥମେ ଡରି ଯାଆନ୍ତି। ଲୋକଲଜ୍ୟା ଭୟରେ ସେମାନେ ସାଇବର ଠକ ରୂପୀ ପୁଲିସ ଅଧିକାରୀଙ୍କ ଡିମାଣ୍ଡରେ ରାଜି ହୋଇଯାଆନ୍ତି। ଯାହାର ଫାଇଦା ଉଠାନ୍ତି ଅପରାଧୀ। ସେମାନେ ଘଣ୍ଟା ଘଣ୍ଟା ଧରି ଭିଡିଓ କଲ୍ରେ ଅଟକାଇ ରଖି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରନ୍ତି।
ସରକାରୀ ତଥ୍ୟ ଅନୁସାରେ, ୨୦୨୪ ଓ ୨୫ ମସିହାରେ ରାଜ୍ୟରେ ୬ ଶହ ୫୩ ଜଣ ସାଇବର ଠକଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି। ୪୩ କୋଟି ଟଙ୍କା ଠକି ନେଇଥିଲେ ସାଇବର ଠକ। ପୁଲିସ୍ ମାତ୍ର ୫୨ଟି ମାମଲା ସଫଳ ହୋଇଥିଲା। ୪ କୋଟି ୧୧ ଲକ୍ଷ ଟଙ୍କା ବୃକ୍ କରିଥିଲା। ୯ ଜଣଙ୍କୁ ଗିରଫ କରିବା ସେମାନଙ୍କ ଠାରୁ ମାତ୍ର ୭ ଲକ୍ଷ ଟଙ୍କା ଜବତ କରିଥିଲା ରାଜ୍ୟରେ ଥିବା ସାଇବର ଥାନା। ଠକେଇର ଶିକାର ହେଉଥିବା ଅଧିକାଂଶ ଲୋକ ଉଚ୍ଚ ଶିକ୍ଷତ । ଯେଉଁମାନଙ୍କର ଆଇନ ସଂପର୍କରେ ଜ୍ଞାନ ବି ଅଧିକ। ତଥାପି ନିଜ ମନରେ ଥିବା ଭୟ ଓ ଲୋକଲଜ୍ୟା ଯୋଗୁ ସେମାନେ ଡିଜିଟାଲ ଆରେଷ୍ଟ ଫାଶରେ ଆପେ ଫସି ଯାଉଛନ୍ତି।
ସାଇବର ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି "ପୁଲିସ କିମ୍ବା ସରକାରୀ ଏଜେନ୍ସି କେବେ ହ୍ଵାଟ୍ସଆପ୍ କିମ୍ବା ଭିଡିଓ କଲ ମାଧ୍ୟମରେ ଗିରଫ କରନ୍ତି ନାହିଁ" ଯଦି ଏପରି କଲ ଆସେ, ତୁରନ୍ତ ସେ କଲ ବନ୍ଦ କରନ୍ତୁ ଓ ୧୯୩୦ ନମ୍ବରରେ ଅଭିଯୋଗ କରନ୍ତୁ। ନ ହେଲେ ଆଇ୪ ସିରେ କେବେ ମଧ୍ୟ ଅଜଣା ଆକାଉଣ୍ଟକୁ ଟଙ୍କା ପଠାରୁ ନାହିଁ । ଭିଡିଓ କଲରେ ପରିଚୟ ଦେଉଥ୍ ବା ଲୋକଙ୍କୁ ତୁରନ୍ତ ବିଶ୍ଵାସ କରନ୍ତୁ ନାହିଁ ।
ଏଥିସହ ପଢ଼ନ୍ତୁ: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ପ୍ରେମିକର ପ୍ରେମିକାକୁ ହତ୍ୟା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories