ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
·2 years ago·1 min read

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା, ଏନ୍ ଏଚ୍ ୫୨୦ ଆଙ୍ଗୁଳିଆ ନିକଟରେ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା, କୋଇଡ଼ା କାଦଡିହ ଅଞ୍ଚଳର ରୋହିତ ସିଂ। ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭରକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ସୂଚନା ପାଇ ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ହାଇୱା ଡ୍ରାଇଭରକୁ ମୁକୁଳାଇ ରିମୁଳି ଫାଣ୍ଡିକୁ ନେଇଛି ।
ରାଜପଥରେ ବେପରୁଆ ଓ ଦ୍ରୁତ ଗତି ଗାଡ଼ି ଚାଳନା ଯୋଗୁଁ ଆଙ୍ଗୁଳିଆ ନିକଟରେ ବାରମ୍ବାର ଏହିପରି ସଡ଼କ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ହାନୀ ଘଟୁଛି। ଆଜି ପୁଣି ଜଣଙ୍କ ଜୀବନ ଯାଇଛି। ଯାହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ରାଜପଥକୁ ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି । ଚମ୍ପୁଆ ପୋଲିସ ଲୋକଙ୍କୁ ବୁଝାଶୁଝା କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: