Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ଘୂର୍ଣ୍ଣିବଳୟ: ୨୬ ତାରିଖ ଯାଏ ପ୍ରବଳ ବର୍ଷା

Odisha

ପୁଣି ଘୂର୍ଣ୍ଣିବଳୟ: ୨୬ ତାରିଖ ଯାଏ ପ୍ରବଳ ବର୍ଷା

Ritu Das
Browse all articles by Ritu Das
·1 year ago·2 min read
ପୁଣି ଘୂର୍ଣ୍ଣିବଳୟ: ୨୬ ତାରିଖ ଯାଏ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ: ରାଜ୍ୟରେ ଭାରି ବର୍ଷା।ଆଗାମୀ ୨୪ ଘଂଟାରେ ଲଘୁଚାପ ସମ୍ଭାବନା।ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ। ପ୍ରଭାବରେ ଆଗାମୀ ୨୬ ତାରିଖ ଯାଏ ପ୍ରବଳ ବର୍ଷା  ଜାରି ରହିବ। ଆସନ୍ତା  ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ  ଧରଣର ବର୍ଷା ସହ ଗୋଟେ  କିମ୍ବା  ଦୁଇଟି  ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। 

ଆସନ୍ତା ୨୪ ଘଣ୍ଟା ପାଇଁ  ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଯାଜପୁର , କେନ୍ଦୁଝର ଏହି ୧୯ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ୧୫ ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି , ନବରଙ୍ଗପୁର, ନୂଆପଡା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରକୁ  ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। 

ଅନ୍ୟପଟେ ଆଜିଠୁ ଆରମ୍ଭ ହେଲା ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ଆଜି ଠାରୁ ପଶ୍ଚିମରାଜସ୍ଥାନ ଏବଂ କଚ୍ଛର କିଛି ଅଞ୍ଚଳରୁ ଆଜି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଗ ମଧ୍ୟ ଅନୁକୂଳ ରହିଛି ମୌସୁମୀ ଅପସାରଣ ପାଇଁ। ଏଥିସହ କୃଷି  ତଥା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ ଆଶା କରାଯାଉଛି। ଓଡ଼ିଶାରୁ ମଧ୍ୟ ନିର୍ଦ୍ଧାରିତ ସମୟରେ ମୌସୁମୀ ଅବସାରଣ କରିବ। ଚଳିତବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଛି। ବର୍ତ୍ତମାନ ମଧ୍ୟ ଲଘୁଚାପ ପ୍ରଭାବରେ ଭଲ ବର୍ଷା ଜାରି ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ମୌସୁମୀ ସିଜନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୨୦୧୪.୭ ମିମି  ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୯  ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୧୧୧୪.୬  ମିମି ବର୍ଷା ସ୍ୱାଭାବିକ ରହିବା କଥା। ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ୧୯  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Cyclone | Argus News