Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାତ୍ୟା ପ୍ରଭାବରେ ବର୍ଷା ଜାରି

Odisha

ବାତ୍ୟା ପ୍ରଭାବରେ ବର୍ଷା ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାତ୍ୟା ପ୍ରଭାବରେ ବର୍ଷା ଜାରି

ଅର୍ଗସ ବ୍ୟୁରୋ:  ମାଡିଆସୁଛି ବାତ୍ୟା 'ଦାନା' । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ପାରାଦ୍ଵୀପରେ ସର୍ବାଧିକ ବର୍ଷା ୫୧ ମିଲିମିଟର ହୋଇଥିବା ବେଳେ ଚାନ୍ଦବାଲି ରେ ବର୍ଷା ୩୯ ମିଲିମିଟର ରେକର୍ଡ ହୋଇଛି। ଏହାସହ ପୁରୀରେ ୪.୮ ମିଲିମିଟର ବର୍ଷା। ଜଗତସିଂହପୁର ରେ ୦.୫ ରୁ ୧ ମିଟର ଜୁଆର
ବାଲେଶ୍ଵର ,ପୁରୀ ରେ ୧ ରୁ ୨ ମିଟର ଜୁଆର ଉଠିବାର ସମ୍ଭାବନା ରହିଛି। ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଆରମ୍ଭ ହୋଇସାରିଛି। 

ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
cyclone affected heavy rain in odisha | Argus News