Emergency Communication / ବାତ୍ୟା ସମୟରେ ଅଚଳ ହେବନି ମୋବାଇଲ୍ ନେଟୱର୍କ, ୬ ଜିଲ୍ଲାରେ ଲାଗୁ ହେଲା ଇଣ୍ଟ୍ରା ସର୍କଲ ରୋମିଂ
·21 mins ago·1 min read

Key Points
ବାତ୍ୟା ମୁକାବିଲା ପାଇଁ ବଡ଼ ପଦକ୍ଷେପ
ଏଣିକି ଯେକୌଣସି ନେଟୱର୍କରେ କରିପାରିବେ କଲ୍
ଓଡ଼ିଶାର ୬ ଜିଲ୍ଲାରେ ଇଣ୍ଟ୍ରା ସର୍କଲ ରୋମିଂ
ବାତ୍ୟା ସମୟରେ ମୋବାଇଲ୍ ଯୋଗାଯୋଗକୁ ସ୍ୱାଭାବିକ ରଖିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଛି ଏକ ବଡ଼ ପଦକ୍ଷେପ । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଲାଗୁ ହୋଇଛି ଇଣ୍ଟ୍ରା ସର୍କଲ ରୋମିଂ ବ୍ୟବସ୍ଥା । ଏହି ବ୍ୟବସ୍ଥା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋବାଇଲ୍ ନେଟୱର୍କକୁ ସଚଳ ରଖିବାରେ ସହାୟକ ହେବ ।
ଏହାଦ୍ୱାରା ଗୋଟିଏ ଟେଲିକମ୍ କମ୍ପାନୀର ନେଟୱର୍କ ଅଚଳ ହୋଇଗଲେ ମଧ୍ୟ ଅନ୍ୟ କମ୍ପାନୀର ନେଟୱର୍କ ବ୍ୟବହାର କରି ଗ୍ରାହକମାନେ କଲ୍ ଓ ଇଣ୍ଟରନେଟ୍ ସେବା ପାଇପାରିବେ । ଅର୍ଥାତ୍, ଗୋଟିଏ କମ୍ପାନୀର ମୋବାଇଲ୍ ଭିତ୍ତିଭୂମିକୁ ଅନ୍ୟ କମ୍ପାନୀର ଗ୍ରାହକମାନେ ମଧ୍ୟ ବ୍ୟବହାର କରିପାରିବେ ।
ଏଥିସହ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ 'ପ୍ରାୟୋରିଟି କଲ୍ ରାଉଟିଂ' (PCR) ବ୍ୟବସ୍ଥା ମଧ୍ୟ ସକ୍ରିୟ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଡିଜିଙ୍କ ପକ୍ଷରୁ ଦିଆଯାଇଥିବା ଜରୁରୀକାଳୀନ ମୋବାଇଲ୍ ନମ୍ବରଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ । ଫଳରେ ବାତ୍ୟା ସମୟରେ ମୋବାଇଲ୍ ନେଟୱର୍କରେ ଅତ୍ୟଧିକ ଭିଡ଼ ହେଲେ ମଧ୍ୟ ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ଅଧିକାରୀଙ୍କ କଲ୍କୁ ପ୍ରାଥମିକତା ମିଳିବ । ଏହାଦ୍ୱାରା ଉଦ୍ଧାର କାର୍ଯ୍ୟ, ରିଲିଫ୍ ବଣ୍ଟନ ଓ ପ୍ରଶାସନିକ ସମନ୍ୱୟ ଅଧିକ ତ୍ୱରାନ୍ୱିତ ହେବା ସହ ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories