Videos
|
Odisha

Cyclone Landfall / ସ୍ଥଳଭାଗ ଅତିକ୍ରମ କଲା ଅକଭାନ…ଗୋପାଳପୁର ନିକଟବର୍ତ୍ତି ଅଞ୍ଚଳରେ କଲା ଲ୍ୟାଣ୍ଡଫଲ

Ritu Das
Browse all articles by Ritu Das
·48 mins ago·2 min read
ସ୍ଥଳଭାଗ ଅତିକ୍ରମ କଲା ଅକଭାନ…ଗୋପାଳପୁର ନିକଟବର୍ତ୍ତି ଅଞ୍ଚଳରେ କଲା ଲ୍ୟାଣ୍ଡଫଲ
India

Key Points

ସ୍ଥଳଭାଗ ଅତିକ୍ରମ କଲା ଅକଭାନ
ଗୋପାଳପୁର ନିକଟବର୍ତ୍ତି ଅଞ୍ଚଳରେ କଲା ଲ୍ୟାଣ୍ଡଫଲ
ସ୍ଥଳଭାଗ ଅତିକ୍ରମ କଲା ଅକଭାନ। ଗୋପାଳପୁର ନିକଟବର୍ତ୍ତି ଅଞ୍ଚଳରେ କଲା ଲ୍ୟାଣ୍ଡଫଲ। ଦୁଇ ଘଣ୍ଟା ପରେ ଶେଷ ହୋଇଯିବ ପୁରା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ରହିଥିଲା।

ବର୍ତ୍ତମାନ ସମୁଦ୍ରରେ ୮୦ରୁ ୯୦ କିମି ବେଗରେ ବହୁଛି ପବନ। ଝଟକା ପବନର ବେଗ ଘଣ୍ଟା ପ୍ରତି 100 କିମି ରହିଛି। ଘଣ୍ଟା ପ୍ରତି ୨୩ କିମି ବେଗରେ ସ୍ଥଳ ଭାଗ ଆଡକୁ ମୁହାଁଉଛି ଅକଭାନ। କଳିଙ୍ଗପଟନମରୁ ୮୦ କିମି, ଗୋପାଳପୁରରୁ ୬୦ କିମି, ବିଶାଖାପାଟନମରୁ ୧୯୦ କିମି, ପୁରୀରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବାତ୍ୟା। ଏଥିପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୬୨୩ ଆଶ୍ରୟସ୍ଥଳରେ ଲୋକଙ୍କୁ ରଖାଯାଇଛି।

ଲଗାଣ ବର୍ଷା ଯୋଗୁଁ ନଦୀର ଜଳପ୍ରବାହ ବଢ଼ୁଥିବା ବେଳେ ନଦୀର ଉଭୟ ପାର୍ଶ୍ୱରେ ରହୁଥିବା ଲୋକେ ଏବେ ଚିନ୍ତାରେ ଅଛନ୍ତି। ବିଶେଷ କରି ନଦୀ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ରହୁଥିବା ପରିବାରଙ୍କ ମନରେ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରିବାର ଭୟ ଘାରିଛି। ସ୍ଥାନୀୟ ଅଞ୍ଚଳରେ ବର୍ଷା ଜାରି ରହିଲେ ଘୋଡ଼ାହାଡ଼ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏପରି ସ୍ଥିତି ଉପୁଜିଲେ ନଦୀକୂଳିଆ ଗ୍ରାମଗୁଡ଼ିକରେ ଜଳ ପ୍ରବେଶ କରିବା ସହ ଜନଜୀବନ ପ୍ରଭାବିତ ହୋଇପାରେ। କେବଳ ଜନବସତି ନୁହେଁ, ନଦୀ ନିକଟବର୍ତ୍ତୀ ଚାଷଜମି ଓ ଗ୍ରାମାଞ୍ଚଳର ରାସ୍ତାଘାଟ ମଧ୍ୟ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ଚାଷୀଙ୍କ ଫସଲ କ୍ଷତି ହେବା ସହ ଯାତାୟାତରେ ସମସ୍ୟା ଉପୁଜିପାରେ।

ସେପଟେ ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର, ହିଞ୍ଜିଳିରେ ୨୦୭ ମିଲିମିଟର, ଚିକିଟିରେ ୧୯୯ ମିଲିମିଟର, ଗୋପାଳପୁରରେ ୧୯୦ ମିଲିମିଟର ଏବଂ ଛତ୍ରପୁରରେ ୧୪୯ ମିଲିମିଟର ବର୍ଷା ହୋଇଛି।ସେହିପରି ଚାନ୍ଦବାଲିରେ ୧୧୯ ମିଲିମିଟର, ତିହିଡ଼ିରେ ୧୦୦ ମିଲିମିଟର, କୁଜଙ୍ଗରେ ୯୭ ମିଲିମିଟର, ପାରାଦୀପରେ ୯୩ ମିଲିମିଟର, ରାଜକନିକା ଓ ରାଜନଗରରେ ୮୨ ମିଲିମିଟର, ପୁରୀରେ ୭୯ ମିଲିମିଟର, ପଟ୍ଟାମୁଣ୍ଡାଇରେ ୭୬ ମିଲିମିଟର ଏବଂ ଜି. ଉଦୟଗିରିରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷେ IMD କହିବା ଅନୁଯାୟୀ ଏହା ଆଉ ଦୁଇ ଘଣ୍ଟା ଧରି ଚାଲିବ। ଏହି ସମୟରେ ୭୦ ରୁ ୮୦ କିମି ପର୍ଯ୍ୟନ୍ତ ପବନ ବହିଛି। ତେବେ ବର୍ଷର ପରିମାଣ ଅଧିକ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସକାଳ ୮.୩୦ ର ତଥ୍ୟ ଅନୁଯାୟୀ ସର୍ବାଧିକ ୧୪୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ତେବେ ବାତ୍ୟା ଯୋଗୁଁ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି। ୪,୪୭୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରାଯାଇଥିଲା, ଏହି ସମୟରେ ୧୪୫୦ ଶିଶୁ ଜନ୍ମ ନେଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି,ଏବେ ପ୍ରକ୍ରିୟା ଚାଲିଛି। ଆମେ ଟଚ୍ ରେ ଅଛୁ।ବର୍ତ୍ତମାନ ଯାଏଁ ଭୂସ୍ଖଳନ ଖବର ଆସିନାହିଁ। IMD କହିବା ଅନୁଯାୟୀ ଆଉ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସ୍ଥଳଭାଗ ଅତିକ୍ରମ କରିବାର ପ୍ରକ୍ରିୟା ଜାରି ରହିବ। ଗଞ୍ଜାମର ଦୁଇଟି ବ୍ଲକ୍ ରେ ପାତ୍ରପୁର ଓ ହିଞ୍ଜିଳିରେ ସର୍ବାଧିକ ବର୍ଷା ହୋଇଛି। ଚିକିଟିରେ ୧୯୮ ମିମି ବର୍ଷା ରେକର୍ଡ ହୋଇଛି।

ତେବେ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ନଦୀର ସ୍ଥିତି ମନିଟରିଂ କରାଯାଉଛି। ଋଷିକୂଲ୍ୟା ଓ ବାହୁଦା ଅବବାହିକାରେ ଅଧିକ ବର୍ଷା ହୋଇଛି, କୋଉଠି ବନ୍ୟା ସ୍ଥିତି ନଥିବା ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।