Videos
|
Odisha

Cyclone Akvan / 'ଅକଭାନ' କିଏ ? ରାକ୍ଷସ ନାଁରେ କାହିଁକି ରଖାଗଲା ବାତ୍ୟାର ନାଁ ?

Sushanta Sahoo
Browse all articles by Sushanta Sahoo
·44 mins ago·2 min read
'ଅକଭାନ' କିଏ ? ରାକ୍ଷସ ନାଁରେ କାହିଁକି ରଖାଗଲା ବାତ୍ୟାର ନାଁ ?
Why is Cyclone Akvan named after a demon?

Key Points

ବଙ୍ଗୋପସାଗରରେ ଆସୁଥିବା ବାତ୍ୟା 'ଅକଭାନ'ର ନାଁ ଏତେ ଭିନ୍ନ କାହିଁକି ଏବଂ ଏକ ରାକ୍ଷସ ନାଁ ଅନୁଯାୟୀ କାହିଁକି ରଖଗଲା ବାତ୍ୟାର ନାଁ ? ଆସନ୍ତୁ ଜାଣିବା...
ଭୁବନେଶ୍ଵର: ପ୍ରଥମେ 'ଅର୍ଣ୍ଣବ' ପରେ 'ମୁରାସୁ' । ଦୁଇଟି ବାତ୍ୟାକୁ ମାସେ ବିତି ନଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା 'ଅକଭାନ' ଆସୁଛି । 'ଅକଭାନ' ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବେଳେ ଆନ୍ଧ୍ରର କଳିଙ୍ଗପାଟ୍ଟଣମ୍‌ରୁ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା 'ଅକଭାନ' ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶର ୟାନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ପୁରୀ ପାଖାପାଖି ପହଞ୍ଚିବ । ୨୦ ତାରିଖ ମଧ୍ୟାହ୍ନରେ 'ଅକଭାନ' ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଇଛି ।

ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ଝଟ୍‌କା ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ । ଏହାପରେ 'ଅକଭାନ' ଆହୁରି ଦୁର୍ବଳ ହୋଇ ଏକ ବାତ୍ୟାକୁ ଖସି ଆସିବ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

'ଅକଭାନ' ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସହ ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ଆଲର୍ଟରେ ରଖାଯାଇଛି । ତେବେ ବଙ୍ଗୋପସାଗରରେ ଆସୁଥିବା ବାତ୍ୟା 'ଅକଭାନ'ର ନାଁ ଏତେ ଭିନ୍ନ କାହିଁକି ଏବଂ ଏକ ରାକ୍ଷସ ନାଁ ଅନୁଯାୟୀ କାହିଁକି ରଖଗଲା ବାତ୍ୟାର ନାଁ ? ଆସନ୍ତୁ ଜାଣିବା...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାର୍ସୀ ମହାକାବ୍ୟ ଶାହନାମାରୁ 'ଅକଭାନ'ର ନାଁ

ଗଭୀର ସମୁଦ୍ରରୁ ଯେବେ ଭୟଙ୍କର ଝଡ଼ ଉଠେ ଏବଂ ସାଙ୍ଗରେ କେବଳ ଧ୍ଵଂସ ନେଇ ଆସେ । କିନ୍ତୁ ଅନେକ ସମୟରେ ଏହି ସାମୁଦ୍ରିକ ଝଡ଼ର ନାଁ ପଛରେ ସଂସ୍କୃତି ଓ ଲୋକକଥା ରହିଥାଏ । ଆଉ ଏବେ ବଙ୍ଗୋପସାଗରରେ ଆସିଥିବା ବାତ୍ୟାର ନାଁ 'ଅକଭାନ' ରହିଛି । ଯାହାର ସମ୍ପର୍କ ରହିଛି ଇରାନର ଇତିହାସ ଏବଂ ମାୟାବୀ ରାକ୍ଷସ ସହ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାକୁ ରେଡ୍ ଆଲର୍ଟ, ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା 

ଚଳିତଥର ଦିଆ ଯାଇଥିବା ବାତ୍ୟାର ନାଁର ଇରାନର ପ୍ରସିଦ୍ଧ ମହାକାବ୍ୟ ଶାହନାମା ଆସିଛି । ଦଶମ ଶତାବ୍ଦୀରେ ମହାନ ପାର୍ସୀ କବି ଫିରଦାଓସିଙ୍କ ରଚିତ ଐତିହାସିକ ଗ୍ରନ୍ଥରେ ଅକଭାନ-ଦୀଭ (Akvan Div)ନାମକ ଏକ ଶକ୍ତିଶାଳୀ ଏବଂ ମାୟାବୀ ରାକ୍ଷସର କଥା ରହିଛି ।

ପୌରାଣିକ କଥା ଅନୁସାରେ, 'ଅକଭାନ' ନିକଟରେ ରୂପ ବଦଳାଇବାର ମାୟାବୀ ଶକ୍ତି ଥିଲା । ସେ ପ୍ରାୟତଃ ଏକ ଜଙ୍ଗଲୀ ଗଧ ବେଶ ଧାରଣ କରି ଲୋକଙ୍କୁ ଭ୍ରମିତ କରୁଥିଲା । ଇରାନ ପକ୍ଷରୁ ଦିଆ ଯାଇଥିବା ଏହି ନାଁର ସିଧା ଅନ୍ୟ ଭାଷାରେ ଅନୁବାଦ ନଥିଲେ ବି ନାଁ ପଛର କାହାଣୀ ବେଶ୍ ରୋଚକ ଅଟେ ।

କେମିତି ହେଲା 'ଅକଭାନ'ର ଅନ୍ତ ?

ଏହି ପାର୍ସୀ ଲୋକକଥା ଅନୁସାରେ, ରାକ୍ଷସ 'ଅକଭାନ' ଓ ଯୋଦ୍ଧା ଋସ୍ତମଙ୍କ ମଧ୍ଯରେ ଯୁଦ୍ଧ ହୋଇଥିଲା । କାହାଣୀ ଅନୁସାରେ, ଥରେ ରାକ୍ଷସ 'ଅକଭାନ' ଋସ୍ତମ ଶୋଇଥିବା ଅବସ୍ଥାରେ ଜମି ସହ ତାଙ୍କୁ ଆକାଶର ସୁଉଚ୍ଚକୁ ଟେକି ନେଇ ଯାଇଥିଲା ।

ଅସୀମ ଆକାଶକୁ ଋସ୍ତମକୁ ନେଇ ଯାଇ 'ଅକଭାନ' ପଚାରିଥିଲା ମୁଁ ତୁମକୁ ପାହାଡ଼କୁ ଫିଙ୍ଗିବି ନା ସମୁଦ୍ରରେ ପକାଇ ଦେବି । ଆଉ ସେତେବେଳେ ଋସ୍ତମ ଜାଣିଥିଲେ ସେ ଯାହା ବି କହିବେ 'ଅକଭାନ' ତାର ବିପରୀତ କରିବ । ସେତେବେଳେ ସେ ପାହାଡ଼କୁ ଫିଙ୍ଗିଦେବାକୁ କହିଥିଲେ । ଆଉ 'ଅକଭାନ' ଋସ୍ତମଙ୍କୁ ଗଭୀର ସମୁଦ୍ରରେ ଫିଙ୍ଗି ଦେଇଥିଲା । ଯାହା ପରେ ଋସ୍ତମ ପହଁରି ପହଁରି କୂଳକୁ ସୁରକ୍ଷିତ ଭାବେ ଆସିବା ପରେ ପରେ 'ଅକଭାନ'କୁ ନିହତ କରିଥିଲେ ।